Categories: ଜାତୀୟ

ମଣିପୁର ହିଂସା ଘଟଣାରେ ତଦନ୍ତ ଅଧିକାରୀଙ୍କ ଉପରେ ରହିଛି ଅଧିକ ଚାପ

ଇମ୍ଫାଲ,୨୮/୧୦: ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ସମେତ ୬ଟି ରାଜ୍ୟରୁ ୧୪ଟି ଆଇପିଏସ ଏବଂ ୬ ଜଣ ଇନ୍ସପେନ୍ସକ୍ଟରଙ୍କୁ ପଠାଯାଇଛି। ସେଠାରେ ୪୨ଟି ଏସଆଇସଟି ୩ ହଜାର ମାମଲାର ଅନୁସନ୍ଧାନ କରୁଛନ୍ତି। କିନ୍ତୁ ଏତେ ଅଧିକ ମାମଲାର ଅନୁସନ୍ଧାନ ପାଇଁ ଅଧିକାରୀଙ୍କ ଅଭାବ ଦେଖାଦେଇଛି। ଏ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି, ଏତେ ମାତ୍ରାରେ ମାମଲା ପାଇଁ ଜଣେ ଇନ୍ସପେନ୍ସକ୍ଟରଙ୍କ ପାଖରେ ୭ ଟି ଏସଆଇଟି ଅର୍ଥାତ ୫୦୦ ଟି ମାମଲା ଉପରେ ନଜର ରଖିବା ଦାୟିତ୍ୱ ରହିଛି।

ମଣିପୁଣିରପୁ ହିଂସା ଘଟଣାର ତଦନ୍ତ ସିବିଆଇକୁ ଦିଆଯିବା ପରେ କେନ୍ଦ୍ର ସରକାର ୧୪ ଟି
ଆଇପିଏସ (ଡିସିପି ଏବଂ ଏସପି ମାନ୍ୟତା ପ୍ରାପ୍ତ) ଏବଂ ଦିଲ୍ଲୀ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ୬ ଜଣ ଇନ୍ସପେନ୍ସକ୍ଟରଙ୍କୁ ପଠାଇଛନ୍ତି। ଏହି ଅଧିକାରୀମାନେ ଏସଆଇଟି ଅନୁସନ୍ଧାନ ଉପରେ ନଜର ରଖିବେ ।
ଜଣେ ଅଧିକରୀ କହିଛହିନ୍ତି ଯେ ଜଣେ ଆଇପିଏସ ତିନୋଟି ଏସଆଇସଟି ଉପରେ ନଜର ରଖିପାରନ୍ତି, କିନ୍ତୁ ଜଣେ ଇନ୍ସପେନ୍ସକ୍ଟର ସାତୋଟି ଏସଆଇଟି ଉପରେ ନଜର ରଖିବା ସମସ୍ୟ ହେବ।

Share