Posted inଜାତୀୟ

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ମସୁଧା

ନୂଆଦିଲ୍ଲୀ,୨୮ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ କେନ୍ଦ୍ର ସରକାର ମସୁଧା ଚଳାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆଶଙ୍କା କରିଛି। ଏପରି କରାଗଲେ ଏହାକୁ ‘ରାଜନୈତିକ ପ୍ରତିଶୋଧ’ ବୋଲି ଧରାଯିବ ବୋଲି କ୍ୟାବିନେଟ ମନ୍ତ୍ରୀ ଆତିଶୀ କହିଛନ୍ତି।

ଉପରାଜ୍ୟପାଳ ଭି.କେ. ସକ୍ସେନା ବୁଧବାର ନିଜ ଏକ୍ସ’ ହ୍ୟାଣ୍ଡେଲରେ କହିଛନ୍ତି, ଜେଲରୁ ସରକାର ଚଳାଯାଇପାରିବ ନାହିଁ। ଏକ ସାକ୍ଷାତ୍‌କାର ବେଳେ ଅତିଶୀଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଜଣେ ଆଇନ ପ୍ରଣେତା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ସଦସ୍ୟତା ରଦ୍ଦ ନେଇ ଜନ ପ୍ରତିନିଧି ଆଇନରେ ଉଲ୍ଲେଖ କରାଯାଇଛି। ତେବେ କେଉଁ ସର୍ତ୍ତକୁ ନେଇ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଅନ୍ୟ କୌଣସି ବିକଳ୍ପ ନ ଥିଲେ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁସାରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି। ଦିଲ୍ଲୀରେ ଯଦି ଆଜି ରାଷ୍ଟ୍ରପତି ଶାସନ ଜାରି କରାଯାଏ, ତେବେ ଏହା ପଛରେ ରାଜନୈତିକ ପ୍ରତିଶୋଧମୂଳକ ମନୋଭାବ ରହିଛି ବୋଲି ଧରାଯିବ। ସବୁଠି ବିରୋଧୀ ଦଳଗୁଡ଼ିକର ସରକାର ଭାଙ୍ଗିବା ପାଇଁ ଏହା କେନ୍ଦ୍ରର ସରଳ ସୂତ୍ର। କେନ୍ଦ୍ର ସରକାରଙ୍କ ହାତରେ ଇଡି ଅଛି। ସେମାନଙ୍କୁ କୌଣସି ପ୍ରମାଣ ଦରକାର ନାହିଁ। ପିଏମ୍‌ଏଲ୍‌ଏ ଅଧୀନରେ ଗିରଫ ହେଲେ ନେତାଙ୍କୁ ଜାମିନ ମିଳୁନାହିଁ। ତେଣୁ ସମସ୍ତ ବିରୋଧୀ ମୁଖ୍ୟମନ୍ତ୍ରୀ ଏହି ଆଇନ ବଳରେ ଗିରଫ ହେବେ। ତା’ ପରେ କେନ୍ଦ୍ର କହିବ, ଇସ୍ତଫା ଦିଅ, ନଚେତ୍‌ ଆମେ ରାଷ୍ଟ୍ରପତି ଶାସନ ଜାରି କରିବୁ। ଅବକାରୀ ନୀତି ମାମଲାରେ ନିରପେକ୍ଷ ତଦନ୍ତ କରାଯାଇଥିଲେ ଭାଜପା ଅଭିଯୁକ୍ତ ଭାବେ ହୋଇଥାନ୍ତା। ଏପରି ହୋଇଥିଲେ କେଜ୍‌ରିଓ୍ବାଲଙ୍କ ପରିବର୍ତ୍ତେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଜେଲରେ ଥାଆନ୍ତେ ବୋଲି ଆତିଶୀ କହିଛନ୍ତି। ପ୍ରକାଶ ଯେ, ଇଡି ରିମାଣ୍ଡ୍‌ରେ ଥିବା କେଜ୍‌ରିଓ୍ବାଲ ଇସ୍ତଫା ଦେବେନାହିଁ, ବରଂ ସେ ଜେଲରୁ ସରକାର ଚଳାଇବେ ବୋଲି ଆପ୍‌ ନେତାମାନେ ଅନେକ ଥର ସ୍ପଷ୍ଟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri