Categories: ଜାତୀୟ

୬୦ କିଲୋମିଟର ମଧ୍ୟରେ ଦେବାକୁ ହେବ ଗୋଟିଏ ଥର ଟୋଲ ଫି: ଗଡକରୀ

ନୂଆଦିଲ୍ଲୀ,୨୩ ।୩: ହାଇୱେରେ ଯାତ୍ରା କରିବା ଏବେ ଶସ୍ତା ପଡିବ । ବାରମ୍ବାର ଦେଉଥିବା ଟୋଲ ଟ୍ୟାକ୍ସରୁ ମୁକ୍ତି ମିଳିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଏବେ ୬୦ କିଲୋମିଟର ମଧ୍ୟରେ ଗୋଟିଏ ମାତ୍ର ଟୋଲ ପ୍ଲାଜା ରହିବ । ଏହାପରେ ସମସ୍ତ ଟୋଲ ପ୍ଲାଜାକୁ ହଟାଇ ଦିଆଯିବ ।
ମଙ୍ଗଳବାର ଲୋକ ସଭାରେ ସରକାରଙ୍କ କିଛି ଯୋଜନାର ସୂଚନା ଦେଇ ଗଡକରୀ କହିଥିଲେ ଏବେ ହାଇୱେରେ ଟୋଲ ପ୍ଲାଜା ସଂଖ୍ୟା କମ୍ କରି ଦିଆଯିବ । ଏବେ ଲୋକଙ୍କୁ ଅଧିକାଂଶ ସ୍ଥାନରେ ପ୍ରାୟ ୧୦ କିଲୋମିଟର ଭିତରେ ଟୋଲ ଟ୍ୟାକ୍ସ ଦେବାକୁ ପଡୁଛି ଯାହା ଭୁଲ ଓ ବେଆଇନ । ଏବେ ଏହା ୬୦ କିଲୋମିଟର ମଧ୍ୟରେ ରହିବ ଓ ଗୋଟିଏ ମାତ୍ର ଟୋଲ ପ୍ଲାଜାରେ ଲୋକେ ଟୋଲ ଟ୍ୟାକ୍ସ ଦେବେ । ଏହି କାମ ଆଗାମୀ ୩ ମାସ ମଧ୍ୟରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Share