୫୩ନଂ. ଜାତୀୟ ରାଜପଥ ଠପ୍‌

କାମାକ୍ଷାନଗର, ୧୫।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହେବା ପରେ ତାତିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହାର ପ୍ରତିବାଦରେ ଶନିବାର ସକାଳୁ ସେମାନେ ୫୩ନଂ. ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଗୁରୁତର ଯୁବକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଦିନବେଳା ସହର ମଧ୍ୟ ଦେଇ ଭାରିଯାନ ଚଳାଚଳ ବନ୍ଦ କରିବା ଦାବିରେ ସେମାନେ ଅଡ଼ି ବସିଛନ୍ତି। ପୋଲିସ ଅଧିକାରୀମାନେ ବୁଝାଶୁଝା କରିବାକୁ ଉଦ୍ୟମ କରିଥିବାବେଳେ ସେମାନଙ୍କ ଉଦ୍ୟମ ନିଷ୍ଫଳ ହୋଇଛି। ଜିଲାପାଳ, ଏସ୍‌ପି ଆସି ଆଲୋଚନା କରିବା ପରେ ଯାହା କିଛି ହେବ ବୋଲି ଗ୍ରାମବାସୀ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଆନ୍ଦୋଳନକାରୀ ଜିଦ୍‌ରେ ଅଟଳ ରହିବା ଯୋଗୁ ୫୩ନଂ. ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି।
ସୂଚନାଯୋଗ୍ୟ, ଏକ କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ତଥା ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ (୨୧) ଗୁରୁତର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉକ୍ତ ଟ୍ରକ୍‌ (ନଂ. ଓଡ଼ି ୧୯ ଜି ୬୭୨୩) ତାଳଚେରରୁ କୋଇଲା ବୋଝେଇ କରି ଜାତୀୟ ରାଜପଥ ୫୩ରେ କାମାକ୍ଷାନଗର ଦେଇ ଡୁବୁରି ଯାଉଥିବାବେଳେ ଆଳତୁମା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ପ୍ରିୟବ୍ରତଙ୍କ ବାଇକ୍‌ (ନଂ. ଓଡି ୦୬ ଇ ୩୪୯୪) ସହ ମୁହଁାମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ।
ଦୁର୍ଘଟଣାକୁ ନେଇ ଆଳତୁମା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଭାରିଯାନ ଚଳାଚଳ ବନ୍ଦ ଏବଂ କ୍ଷତିପୂରଣ ଦାବିରେ ସେମାନେ ଶନିବାର ସକାଳୁ ଆଳତୁମା ଛକରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଥିଲେ। ଦିନବେଳା ସହର ମଧ୍ୟ ଦେଇ ଭାରିଯାନ ଚଳାଚଳ ବନ୍ଦ କରିବାକୁ ସେମାନେ ଦାବି କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ତେବେ ସନ୍ଧ୍ୟାରେ କେବଳ ଦୁଇଚକିଆ ଯାନବାହନକୁ ଚଳାଚଳ ଲାଗି ଅନୁମତି ଦିଆଯାଇଛି। ହେଲେ ମାଲବାହୀ ଭାରିଯାନ ସେମିତି ଅଟକି ରହିଛି। ଅନ୍ୟପଟେ ଦିନତମାମ ଆନ୍ଦୋଳନ ଜାରି ରହିଥିବାବେଳେ ଜିଲା କିମ୍ବା ପୋଲିସ ପ୍ରଶାସନର ପଦସ୍ଥ ଅଧିକାରୀ ଘଟଣାସ୍ଥଳକୁ ନ ଯିବା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri