ଡ୍ରାଇଭର ମହାସଂଘର ରାଜପଥ ଅବରୋଧ, ଯାତ୍ରୀ ହଟହଟା

କେସିଙ୍ଗା,୧୯।୪: ଓଡ଼ିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷରୁ ୧୧ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ସହର ପ୍ରାଣୀ ଚିକିତ୍ସାଳୟ ନିକଟରେ ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା; ଫଳରେ ଯାତ୍ରୀମାନେ ପ୍ରଚଣ୍ଡ ଖରାରେ ହଇରାଣ ହୋଇଥିଲେ ।

ସକାଳ ୮ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଡ୍ରାଇଭର ମହାସଂଘ କର୍ମକର୍ତ୍ତା ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। କେସିଙ୍ଗା ଆଇଆଇସି ଏସ୍‌.କେ. ନନ୍ଦଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ସଂଘ କର୍ମକର୍ତ୍ତାଙ୍କୁ ବୁଝାଶୁଝା କରିଥିଲେ। ପରେ ଆନ୍ଦୋଳନକାରୀ ରାସ୍ତାରୁ ହଟିଥିଲେ। ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।