Categories: ଜାତୀୟ

ଦ୍ୱିତୀୟ ରାଉଣ୍ଡ ପରେ ପୁଣିଥରେ ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୭ ।୭: କଂଗ୍ରେସ ନେତା ଓ କର୍ମୀଙ୍କ ଘୋର ବିରୋଧ ପରେ ବି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନ୍ୟାଶନାଲ ହେରାଲ୍ଡ ମାମଲାରେ ପୁଣିଥରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାର ହେବେ । ତାଙ୍କୁ ପଚରା ଉଚରା ପାଇଁ ଇଡିର ପ୍ରଶ୍ନର ତାଲିକା ପ୍ରସ୍ତୁତ ହୋଇ ସାରିଛି । ଇଡିର ଜେରାକୁ ନେଇ କଂଗ୍ରେସ କର୍ମୀ ଦୁଇଦିନ ହେବ ନୂଆଦିଲ୍ଲୀ ସମେତ ଦେଶର କିଛି ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଦିଲ୍ଲୀରେ ହୋଇଥିବା ବିରୋଧ ପ୍ରଦର୍ଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଡ଼କ ଉପରେ ବସି ପଡିଥିଲେ । ପରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଇନ୍ଦୋରରେ ହୋଇଥିବା ବିରୋଧ ପ୍ରଦର୍ଶନରେ ପୋଲିସ ସହ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା ।
ସୂଚନାଯୋଗ୍ୟ, ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ମଙ୍ଗଳବାର ଦୁଇ ରାଉଣ୍ଡ ପଚରା ଉଚରା ସରିଛି । ବୁଧବାର ତୃତୀୟ ରାଉଣ୍ଡ ପଚରା ଉଚରା କରାଯିବ ।

Share