Categories: ଜାତୀୟ

ଲାଲ କିଲା, ରାଷ୍ଟ୍ରପତି ଭବନ, ସଂସଦ ଭବନରେ ଜାତୀୟ ପତାକା ହେଲା ଅର୍ଦ୍ଧନମିତ

ନୂଆଦିଲ୍ଲୀ,୯ ।୭: ଜାପାନର ପୂର୍ବତନ ରାଷ୍ଟ୍ରପତି ଶିଞ୍ଜୋ ଆବେଙ୍କ ପରଲୋକକୁ ନେଇ ଭାରତରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତେଣୁ ଶନିବାର ସକାଳୁ ଲାଲ କିଲା, ରାଷ୍ଟ୍ରପତି ଭବନ ଓ ସଂସଦ ଭବନରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯାଇଛି । ଆବେଙ୍କୁ ସମ୍ମାନ ଜଣାଇ ଏହି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଶୁକ୍ରବାର ଏକ ସଭାକୁ ଉଦବୋଧନ ଦେବା ସମୟରେ ଆତତାୟୀର ଗୁଳି ମାଡରେ ଟଳି ପଡିଥିଲେ । ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇ ହୋଇ ନ ଥିଲା । ଆବେଙ୍କ ଏଭଳି ମୃତ୍ୟୁ କେବଳ ଜାପାନ କାହିଁକି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବେଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ କହିଛନ୍ତି, ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଲି । ଭାରତ ଯୁଗ ଯୁଗ ପର୍ଯ୍ୟନ୍ତ ଆବେଙ୍କୁ ମନେରଖିବ । ଭାରତ ପ୍ରତି ତାଙ୍କର ଥିବା ଭଲପାଇବାକୁ କେବେ ଭୁଲି ହେବନାହିଁ ବୋଲି ମୋଦି କହିଛନ୍ତି । ଆବେଙ୍କୁ ସମ୍ମାନ ଜଣାଇ ଦେଶରେ ଗୋଟିଏ ଦିର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

Share