ଜାତୀୟ ପତାକା ସମାନତାର ପ୍ରତୀକ

ଭୁବନେଶ୍ୱର,୩।୫: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଓଆଇ) ପକ୍ଷରୁ ପୁଣେସ୍ଥିତ ଆର୍ମଡ ଫୋର୍ସସେ ମେଡିକାଲ କଲେଜ (ଏଏଫ୍‌ଏମ୍‌ସି) ପରିସରରେ ଏକ ୧୦୮ ଫୁଟର ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ବିଶେଷକରି ଦେଶର ଗର୍ବ ଏବଂ ସମ୍ମାନ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ସହ ତା’ର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଫ୍‌ଏଫ୍‌ଓଆଇ ପ୍ରଚେଷ୍ଠା ଜାରି ରଖିଛି। ଏପରିକି ଏଏଫ୍‌ଏମ୍‌ସିର ପ୍ଲାଟିନମ୍‌ ଜୁବିଲି ପାଳନ ଅବସରରେ ଫାଉଣ୍ଡେଶନର ଚେୟାରମ୍ୟାନ ନବୀନ ଜିନ୍ଦଲ ଉକ୍ତ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭରେ ତ୍ରିରଙ୍ଗା ଉତ୍ତୋଳନକରି ତାହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସଭା ଓ ବିଶାଳ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଏଏଫ୍‌ଏମ୍‌ସି ଡିଜି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଦଲଜିତ ସିଂ,ଲ୍ୟୁଟ୍‌ନାଣ୍ଟ ଜେନେରାଲ (ଅବସାରପ୍ରାପ୍ତ) ଡି.ପି.ଭାଟ୍‌, ରାଜ୍ୟ ସଭା ସଦସ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ନରେନ୍ଦ୍ର କୋଟ୍‌ୱାଲଙ୍କ ସମେତ ବହୁ ବରିଷ୍ଠ ସେନା ଅଧିକାରୀ ଓ ଅନ୍ୟମାନେ ଯୋଗଦେଇଥିଲେ।
ଏହି ଅବସରରେ ନବୀନ ଜିନ୍ଦଲ ଏଏଫ୍‌ଏମ୍‌ସିର ପ୍ଲାଟିନମ୍‌ ଜୁବିଲିରେ ଅଂଶଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇବା ସହ ଦେଶ ସେବାରେ ଏଏଫ୍‌ଏମ୍‌ସିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଖୁବ୍‌ ପ୍ରଶଂସା କରିଥିଲେ। ସେହିଭଳି ଜାତୀୟ ପତାକା ଦେଶର ନାଗରିକଙ୍କ ମଧ୍ୟରେ ଏକତା ଏବଂ ସମାନତାର ପ୍ରତୀକ ଆଣିଥାଏ ବୋଲି ନବୀନ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଜାତୀୟ ପତାକାର ମହତ୍ତ୍ୱକୁ ପ୍ରସାର କରିବା ଏବଂ ଦେଶର ଲୋକମାନଙ୍କ ମଧ୍ୟରେ ଏହା ପ୍ରତି ସମ୍ମାନ ସୃଷ୍ଟି କରିବା ପାଇଁ ଏଫ୍‌ଏଫ୍‌ଓଆଇ ପ୍ରତିଶ୍ରୁତିବଦ୍ଧ ରହିଛି। ଅପରପକ୍ଷରେ ରାଜ୍ୟ ସଭା ସଦସ୍ୟ ତଥା ଏଏଫ୍‌ଏମ୍‌ସିର ପୂର୍ବତନ ନିର୍ଦ୍ଦେଶକ ଲ୍ୟୁଟ୍‌ନାଣ୍ଟ ଜେନେରାଲ (ଅବସାରପ୍ରାପ୍ତ) ଡି. ପି. ଭାଟ୍‌ କହିଥିଲେ, ସମଗ୍ର ଦେଶରେ ବିଶାଳ ଜାତୀୟ ପତାକା ସ୍ଥାପନ ନିମନ୍ତେ ନବୀନ ଜିନ୍ଦଲ ନେତୃତାଧୀନ ଏଫ୍‌ଏଫ୍‌ଓଆଇକୁ ପ୍ରଶଂସା କରିଥିଲେ। ମୁଁ ଚାହୁଁଛି ଯେ ସ୍କୁଲ ସିଲାବସ୍‌ରେ ଜାତୀୟ ପତାକା ବିଷୟରେ ଏକ ଅଧ୍ୟାୟ ରହିବା ଉଚିତ ଯାହା ଦ୍ବାରା ଆଗାମୀ ପିଢ଼ି ଭାରତୀୟ ଜାତୀୟ ପତାକାର ମହତ୍ତ୍ୱ ବିଷୟରେ ଅବଗତ କରାଇପାରିବା ବୋଲି ସେ ମତପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri