ଜାତୀୟ ପତାକା ସମାନତାର ପ୍ରତୀକ

ଭୁବନେଶ୍ୱର,୩।୫: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଓଆଇ) ପକ୍ଷରୁ ପୁଣେସ୍ଥିତ ଆର୍ମଡ ଫୋର୍ସସେ ମେଡିକାଲ କଲେଜ (ଏଏଫ୍‌ଏମ୍‌ସି) ପରିସରରେ ଏକ ୧୦୮ ଫୁଟର ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି। ବିଶେଷକରି ଦେଶର ଗର୍ବ ଏବଂ ସମ୍ମାନ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ସହ ତା’ର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏଫ୍‌ଏଫ୍‌ଓଆଇ ପ୍ରଚେଷ୍ଠା ଜାରି ରଖିଛି। ଏପରିକି ଏଏଫ୍‌ଏମ୍‌ସିର ପ୍ଲାଟିନମ୍‌ ଜୁବିଲି ପାଳନ ଅବସରରେ ଫାଉଣ୍ଡେଶନର ଚେୟାରମ୍ୟାନ ନବୀନ ଜିନ୍ଦଲ ଉକ୍ତ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭରେ ତ୍ରିରଙ୍ଗା ଉତ୍ତୋଳନକରି ତାହାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର ସଭା ଓ ବିଶାଳ ସ୍ମାରକୀ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଏଏଫ୍‌ଏମ୍‌ସି ଡିଜି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଦଲଜିତ ସିଂ,ଲ୍ୟୁଟ୍‌ନାଣ୍ଟ ଜେନେରାଲ (ଅବସାରପ୍ରାପ୍ତ) ଡି.ପି.ଭାଟ୍‌, ରାଜ୍ୟ ସଭା ସଦସ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ନରେନ୍ଦ୍ର କୋଟ୍‌ୱାଲଙ୍କ ସମେତ ବହୁ ବରିଷ୍ଠ ସେନା ଅଧିକାରୀ ଓ ଅନ୍ୟମାନେ ଯୋଗଦେଇଥିଲେ।
ଏହି ଅବସରରେ ନବୀନ ଜିନ୍ଦଲ ଏଏଫ୍‌ଏମ୍‌ସିର ପ୍ଲାଟିନମ୍‌ ଜୁବିଲିରେ ଅଂଶଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଇବା ସହ ଦେଶ ସେବାରେ ଏଏଫ୍‌ଏମ୍‌ସିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଖୁବ୍‌ ପ୍ରଶଂସା କରିଥିଲେ। ସେହିଭଳି ଜାତୀୟ ପତାକା ଦେଶର ନାଗରିକଙ୍କ ମଧ୍ୟରେ ଏକତା ଏବଂ ସମାନତାର ପ୍ରତୀକ ଆଣିଥାଏ ବୋଲି ନବୀନ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଜାତୀୟ ପତାକାର ମହତ୍ତ୍ୱକୁ ପ୍ରସାର କରିବା ଏବଂ ଦେଶର ଲୋକମାନଙ୍କ ମଧ୍ୟରେ ଏହା ପ୍ରତି ସମ୍ମାନ ସୃଷ୍ଟି କରିବା ପାଇଁ ଏଫ୍‌ଏଫ୍‌ଓଆଇ ପ୍ରତିଶ୍ରୁତିବଦ୍ଧ ରହିଛି। ଅପରପକ୍ଷରେ ରାଜ୍ୟ ସଭା ସଦସ୍ୟ ତଥା ଏଏଫ୍‌ଏମ୍‌ସିର ପୂର୍ବତନ ନିର୍ଦ୍ଦେଶକ ଲ୍ୟୁଟ୍‌ନାଣ୍ଟ ଜେନେରାଲ (ଅବସାରପ୍ରାପ୍ତ) ଡି. ପି. ଭାଟ୍‌ କହିଥିଲେ, ସମଗ୍ର ଦେଶରେ ବିଶାଳ ଜାତୀୟ ପତାକା ସ୍ଥାପନ ନିମନ୍ତେ ନବୀନ ଜିନ୍ଦଲ ନେତୃତାଧୀନ ଏଫ୍‌ଏଫ୍‌ଓଆଇକୁ ପ୍ରଶଂସା କରିଥିଲେ। ମୁଁ ଚାହୁଁଛି ଯେ ସ୍କୁଲ ସିଲାବସ୍‌ରେ ଜାତୀୟ ପତାକା ବିଷୟରେ ଏକ ଅଧ୍ୟାୟ ରହିବା ଉଚିତ ଯାହା ଦ୍ବାରା ଆଗାମୀ ପିଢ଼ି ଭାରତୀୟ ଜାତୀୟ ପତାକାର ମହତ୍ତ୍ୱ ବିଷୟରେ ଅବଗତ କରାଇପାରିବା ବୋଲି ସେ ମତପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri