Posted inରାଜ୍ୟ

ଜାତୀୟ ଶିକ୍ଷାନୀତି ୨୦୨୦- ବିଶ୍ୱ ଜ୍ଞାନ ଅର୍ଥନୀତିରେ ଶୀର୍ଷସ୍ଥାନ ହାସଲ କରିବାର ଆୟୁଧ

୧୭।୮(ଧରିତ୍ରୀ): ଚଳିତବର୍ଷ ଜୁଲାଇ ୮ ତାରିଖରେ ମୁଁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲି। ଶିକ୍ଷା ଭଳି ଏକ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପନ୍ନ ବିଭାଗର ଦାୟିତ୍ୱ ଗ୍ରହଣ କରିବା ଉଭୟ ଉତ୍ସାହଜନକ ତଥା କଷ୍ଟସାଧ୍ୟ। ବିଶେଷ କରି ଏବେ ଦୀର୍ଘ ୩୪ ବର୍ଷ ପରେ ନୂଆ ଜାତୀୟ ଶିକ୍ଷାନୀତି -୨୦୨୦ କାର୍ଯ୍ୟକାରୀ ହେଉଥିବାରୁ ଦାୟିତ୍ୱଟି ନିଶ୍ଚିତ ଆହ୍ବାନମୂଳକ। ଏହା ପୁଣି ଏକବିଂଶ ଶତାବ୍ଦୀର ଦେଶର ପ୍ରଥମ ନୂଆ ଶିକ୍ଷାନୀତି ହୋଇଥିବାରୁ ଏହାର ଗୁରୁତ୍ୱ ଅଧିକ। ୨୦୨୦-ଜାତୀୟ ଶିକ୍ଷାନୀତିର ପ୍ରଭାବ ଦେଶର ଶିକ୍ଷାକ୍ଷେତ୍ରରେ ଯେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ଏହା କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶର ଆଭ୍ୟନ୍ତରୀଣ ସ୍ଥିତିସ୍ଥାପକତ୍ୱ ରକ୍ଷା ଓ ସମ୍ବଳ ବୃଦ୍ଧି ତଥା ବିଶ୍ୱ ଦରବାରରେ ଭାରତର ସ୍ଥିତିକୁ ଜାହିର କରି ଏହା ଆମ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ ଓ ରୂପାୟନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱବୋଧ ସହ ଏହି ମତ ଉପସ୍ଥାପନ କରୁଛି। ଏହା ଏକ ପଥ ପ୍ରଦର୍ଶନକାରୀ ଦର୍ଶନ; ଏକ ପବିତ୍ର ପାଠ। ମୋଦି ସରକାରଙ୍କ ପାଇଁ ଆପଣ ଯଦି ଏହାକୁ ଦେଶର କୋଟି କୋଟି ଯୁବତୀଯୁବକଙ୍କ ଆଶାଆକାଂକ୍ଷା ପୂରଣ କରିବାକୁ ଆଗ୍ରହୀ ହୋଇ ଏକ ଆୟୁଧ ଭାବେ ବ୍ୟବହାର କରିବାକୁ ଚାହୁଁଛନ୍ତି; ମୋର ଆଶା ଓ ବିଶ୍ୱାସ, ଏହି ନୂଆ ଶିକ୍ଷାନୀତି ସମାନତା, ମାନ, ସହଜଲବ୍ଧତା ଓ ସୁଲଭତା ଆଧାରରେ ତାହା ପୂରଣ କରିବାକୁ ସମର୍ଥ।
ନୂଆ ଶିକ୍ଷାନୀତିରେ ଅନେକ ଅତ୍ୟାଧୁନିକ ଭବିଷ୍ୟବାଦୀ ନୀତି ଓ ଦିଗଭାଗ ରହିଥିଲେ ହେଁ ମୁଁ ନିମ୍ନଲିଖିତ କେତେକ ବିଷୟ ଉପରେ ମୋର ବିତର୍କ ଉପସ୍ଥାପନ କରୁଛି।
ପ୍ରଥମତଃ, ଏହି ନୂଆ ଶିକ୍ଷାନୀତି ମାଧ୍ୟମରେ ଜଣେ ଶିଶୁ ପାଇଁ ଆମେ ପ୍ରାକ୍‌ ବିଦ୍ୟାଳୟ ସ୍ତରରୁ ପୌଢ଼ତ୍ୱ ପର୍ଯ୍ୟନ୍ତ ଏକ ସମର୍ଥ ପରିବେଶ ସୁନିଶ୍ଚିତ କରିବାକୁ ପ୍ରୟାସୀ। ଏଥିରେ ନିର୍ଦ୍ଦିଷ୍ଟ ଭାବେ ସମାବେଶୀ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ନୂଆ ଶିକ୍ଷାନୀତିରେ ଶିଶୁଙ୍କ ପାଇଁ ଶିକ୍ଷାକୁ ଆମୋଦୀୟ କରିବା ସହିତ ଶିକ୍ଷାର ମାନକୁ ଯଥୋଚିତ ଗୁରୁତ୍ୱ ଦେଇ ପିଲାଙ୍କୁ ନୂତନ ୫+୩+୩+୪ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଆନୁଷ୍ଠାନିକ ସ୍କୁଲ ଶିକ୍ଷା ଓ ପାଠପଢ଼ା ନିମନ୍ତେ ପ୍ରସ୍ତୁତ କରିବାର ପ୍ରୟାସ ହୋଇଛି। ଏ ଯାଏ ପ୍ଲେ-ସ୍କୁଲର ବିଚାର, ସହରସମୂହର ଘରୋଇ ବିଦ୍ୟାଳୟଗୁଡ଼ିକରେ ସୀମିତ ଥିଲା ଏବଂ କେବଳ ସ୍ବଚ୍ଛଳ ପିଲାଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ ରହିଥିଲା। ଦ୍ୱିତୀୟତଃ, ଦକ୍ଷତା ଓ ପାଠପଢ଼ା, କରିକୁଲାର ଓ ଏକ୍ସଟ୍ରାକରିକୁଲାର, କଳା ଓ ବିଜ୍ଞାନ ଆଦିର ଜଟିଳ ଭିନ୍ନତାର ଅବସାନ ଘଟାଇ ଆନ୍ତଃବିଷୟକ ବା ମଲ୍ଟିଡିସିପ୍ଲିନାରୀ ଅଧ୍ୟୟନ, ଧାରଣାଗତ ବୋଧଗମ୍ୟତା ଓ ଗହନ ଚିନ୍ତନକୁ ନୂଆ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଗଣିତ ଓ ଚିତ୍ରକାରୀ ଭଳି ସର୍ଜନାତ୍ମକ ବିଷୟ ପ୍ରତି ଏହା ପିଲାଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କଠାରେ ଥିବା ସୁପ୍ତ ପ୍ରତିଭାର ବିକାଶରେ ସହାୟକ ହେବ। ଛାତ୍ର ଜୀବନରେ ପିଲାଏ ସମ୍ମୁଖୀନ ହେବାକୁ ଥିବା ଅନେକ ଚାପକୁ ପ୍ରତିହତ କରିବା ପାଇଁ ମାର୍କଶିଟ ବଦଳରେ ଏକ ସାମଗ୍ରିକ ପ୍ରୋଗ୍ରେସ କାର୍ଡ ପ୍ରତ୍ୟେକ ଶୈକ୍ଷିକ ଅଧିବେଶନ ପରେ ପିଲାଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଡ ପିଲାଙ୍କ କୌଶଳ, ଯୋଗ୍ୟତା, ମନୋଦୃଷ୍ଟି, ଆଗ୍ରହ ଓ ସାମର୍ଥ୍ୟକୁ ପରଖିବା ସହିତ ଅନ୍ୟାନ୍ୟ ବିଷୟରେ ସେମାନଙ୍କ ପ୍ରତିଭାର ମୂଲ୍ୟାୟନ କରିବ।
ପ୍ରତ୍ୟେକ ହାଇସ୍କୁଲ ପିଲା ଧନ୍ଦାମୂଳକ ଶିକ୍ଷାର ସୁଯୋଗ ପାଇବେ। ଷଷ୍ଠ ଶ୍ରେଣୀରୁ ଏହା ଆରମ୍ଭ ହେବ ଏବଂ ଏଥିପାଇଁ ଇଣ୍ଟର୍ନଶିପ ବ୍ୟବସ୍ଥା ଅଛି। ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ପଥ ରହିଛି; ଯାହାଫଳରେ ଜଣେ ଯେତେବେଳେ ଚାହିଁବ ପଢ଼ା ଆରମ୍ଭ କରିପାରିବ ବା ଛାଡ଼ିପାରିବ।
ସ୍କୁଲ ଶିକ୍ଷାସ୍ତରରେ ଡିଜିଟାଲ ଭିିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ତାହା ସ୍ବାଧୀନ ଭାବେ ଆନ୍ତଃ ସଂଚାଳିତ ବ୍ୟବସ୍ଥାରେ କାର୍ଯ୍ୟ କରିବ; ଯାହା ଏନ୍‌ଡିଇଏଆର୍‌ (ଏଣ୍ଡିୟର) ନାମରେ ପରିଚିତ। ଏହା କିଛି ନୀତିନିୟମ, ମାନ ଓ ନିର୍ଦ୍ଦେଶାବଳୀର ଏକ ସମାହାର। ଏହି ବ୍ୟବସ୍ଥାଟି ପ୍ରସ୍ତୁତ ହୋଇସାରିଛି। ସମଗ୍ର ଡିଜିଟାଲ ଶିକ୍ଷା ବ୍ୟବସ୍ଥାକୁ ଏହା ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷାକ୍ଷେତ୍ରରେ ସଂସ୍କାର ଓ ପରିବର୍ତ୍ତନ ଆଣିବାକୁ ଯେଉଁସବୁ ମୌଳିକ ଲକ୍ଷ୍ୟ ତଥା ମାନ ନିର୍ଦ୍ଧାରଣ ପରିକଳ୍ପନା କରିଛନ୍ତି, ତାହାକୁ ଏହା ରୂପାୟିତ କରିବାରେ ସହାୟକ ହେବ।
‘ଏଣ୍ଡିୟର’ ମଧ୍ୟ ସମଗ୍ର ଶିକ୍ଷା ଯୋଜନା ୨.୦କୁ ସୁଗମ କରିବ। ଏହା ଆସନ୍ତା ପାଞ୍ଚବର୍ଷ ପାଇଁ ଚାଲିବ। ଏଥିପାଇଁ ୨.୯୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଚଳିତ ମାସରେ ଘୋଷଣା କରାଯାଇଛି। ଏହା ଏକ ମହାତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଏବଂ ଏହାର ପରିସର ବ୍ୟାପକ। ପ୍ରାକ୍‌ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହାର ପରିସର ପରିବ୍ୟାପ୍ତ। ଏଥିରେ ୧୧.୬ ଲକ୍ଷ ସ୍କୁଲ, ୧୫.୬ କୋଟିରୁ ଅଧିକ ଛାତ୍ରୀଛାତ୍ର ତଥା ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲ ସମୂହର ୫୭ ଲକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀ ଅନ୍ତର୍ଭୁକ୍ତ। ସରକାର ନୂଆ ବ୍ୟବସ୍ଥାରେ ସବୁ ପିଲାଙ୍କୁ ସେମାନଙ୍କର ପ୍ରୋତ୍ସାହନମୂଳକ ଅର୍ଥ ଡିବିଟି ମାଧ୍ୟମରେ ଯୋଗାଇ ଦେବେ। ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଏକାଡେମିକ ବ୍ୟାଙ୍କ କ୍ରେଡିଟି ବା ଏବିସି ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ହାସଲ କରିବା ଶୈକ୍ଷିକ ଶ୍ରେୟ ବା ଏକାଡେମିକ କ୍ରେଡିଟ ଆଦିକୁ ଡିଜିଟାଲ ବ୍ୟବସ୍ଥାରେ ଏଥିରେ ସଂରକ୍ଷିତ କରାଯିବ। ଏହାଛଡ଼ା ଏଥିରେ ମଧ୍ୟ ଧନ୍ଦାମୂଳକ ପ୍ରଦର୍ଶନ, ଶୈକ୍ଷିକ ତାଲିମ, ଗ୍ରେଡ ଆଦି ସ୍ଥାନ ପାଇବ।
ଛାତ୍ରୀଛାତ୍ରମାନେ ପାଠପଢ଼ାର କୌଣସି ସ୍ତରରେ ଯଦି ଅପସରି ଯାଆନ୍ତି, ତଥାପି ସେମାନଙ୍କର ଉପଲବ୍ଧି, ସଫଳତା ଓ ପ୍ରଦର୍ଶନ ଆଦିକୁ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା ହୋଇଛି। ପରବର୍ତ୍ତୀ ସମୟରେ ଏସବୁକୁ ବିଚାରକୁ ନେଇ ବିଶେଷ ପରିସ୍ଥିତିରେ ଚୂଡାନ୍ତ ଡିଗ୍ରୀ ପ୍ରଦାନ କରାଯାଇପାରିବ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ବିଦେଶୀ ବିଶ୍ୱବିଦ୍ୟାଳୟ ସହିତ ସଂଯୁକ୍ତ ବା ଟୁଇନିଂ ହେବାରେ ବିଶେଷ ସହାୟକ ହେବ। ନୂଆ ଶିକ୍ଷାନୀତିରେ ଏହି ଟୁଇନିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ଆମ ଛାତ୍ରୀଛାତ୍ର ଏକ ଅଂଶୀଦାର ବ୍ୟବସ୍ଥାରେ ବିଦେଶୀ ଶିକ୍ଷାନୁଷ୍ଠାନରୁ ସେମିଷ୍ଟର ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବାର ବ୍ୟବସ୍ଥା କରାଯାଇଛି।
ମେଡିକାଲ ଓ ଆଇନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛାଡ଼ି ଦେଶର ଅନ୍ୟ ସବୁ ଉଚ୍ଚତର ଶିକ୍ଷାନୁଷ୍ଠାନ ପାଇଁ ଏକକ ନିୟନ୍ତ୍ରକ ବ୍ୟବସ୍ଥା ଭାବେ ଭାରତୀୟ ଉଚ୍ଚତର ଶିକ୍ଷା ପରିଷଦ କାର୍ଯ୍ୟ କରିବ। ଏହା ଏକ ହାଲୁକା ଅଥଚ ଚିପା (ଲାଇଟ ଓ ଟାଇଟ) ନିୟାମକ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ସହାୟକ ହେବ।
ନୂଆ ଶିକ୍ଷାନୀତିରେ ଥିବା ତ୍ରିଭାଷୀ ନୀତି ଭାଷାଗତ ପ୍ରବଣତାକୁ ବିବିଧ ବାଟ ଦେଖାଇ ଏକ ଜ୍ଞାନ ଅର୍ଥନୀତି ସୃଷ୍ଟି କରିବ। ଏଥିରେ ମାତୃଭାଷା/ସ୍ଥାନୀୟ ଭାଷା କିମ୍ବା ଆଞ୍ଚଳିକ ଭାଷା ଶିକ୍ଷାଗ୍ରହଣର ମାଧ୍ୟମ ହେବା ସହିତ ଭାରତୀୟ ସାଇନ ଲାଙ୍ଗୁଏଜ୍‌ ବା ଭାରତୀୟ ସାଂକେତିକ ଭାଷାର ମାନ ବୃଦ୍ଧିରେ ଏହା ସହାୟକ ହେବ। ଏହା ଫଳରେ ଶ୍ରବଣବାଧିତ ଛାତ୍ରୀଛାତ୍ରଙ୍କ ପାଇଁ ଜାତୀୟ ଓ ଆଞ୍ଚଳିକ ପାଠ୍ୟକ୍ରମ ପ୍ରସ୍ତୁତି ସହଜ ଏବଂ ଉଚ୍ଚମାନର ହୋଇପାରିବ। ୟୁନେସ୍କୋ ପକ୍ଷରୁ ଅବଶ୍ୟ ଇତିମଧ୍ୟରେ କିଙ୍ଗ ସେଜଙ୍ଗ ସାକ୍ଷରତା ପୁରସ୍କାର-୨୦୨୧ ଘୋଷଣା କରାଯାଇଛି। ଟେକ୍ନୋଲୋଜିର ଉପଯୋଗ କରି ଭିନ୍ନକ୍ଷମ, ବିଶେଷ କରି ଭାରତୀୟ ସାଂକେତିକ ଭାଷା ମାଧ୍ୟମରେ ଯେଉଁମାନେ ସମାବେଶୀ ପାଠ୍ୟ ଉପକରଣ ତଥା ବିଷୟବସ୍ତୁ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ପାଇଁ ଏହି ପୁରସ୍କାର ଉଦ୍ଦିଷ୍ଟ।
ଏହି ସମସ୍ତ ସୂତ୍ରବନ୍ଧନ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥିବା ବର୍ଗ ଓ ଗୋଷ୍ଠୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଉଛି। ସେଥିପାଇଁ ଏକ ଲିଙ୍ଗଗତ ସମାବେଶୀ ପାଣ୍ଠି ତିଆରି ହୋଇଛି। ଶିକ୍ଷାକ୍ଷେତ୍ରରେ ଅନଗ୍ରସର ଅଞ୍ଚଳ ପାଇଁ ସ୍ବତନ୍ତ୍ର ଶୈକ୍ଷିକ ଜୋନ୍‌ ପ୍ରତିଷ୍ଠା କରାଯାଇ ସେଠାକାର ଲୋକଙ୍କୁ ଶିକ୍ଷିତ ଓ ସମର୍ଥ କରାଇବାକୁ ସରକାର ଉଦ୍ୟମ କରୁଛନ୍ତି। ବାଳଭବନ ଓ ଡେ-ଟାଇମ ବୋର୍ଡିଂ ସ୍କୁଲମାନ ଖୋଲିବାକୁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୨୦ ନୂଆ ଶିକ୍ଷାନୀତି ଅଣଉପତ୍ାଦକ୍ଷମ ଶିକ୍ଷା ଢାଞ୍ଚା ଭାଙ୍ଗି ଶିଶୁଙ୍କ ଦକ୍ଷତାକୁ ପ୍ରୋତ୍ସାହନ ଓ ସହାୟତା ଦେବାକୁ ଉଦ୍ଦିଷ୍ଟ। ବିଶ୍ୱର ଅନ୍ୟତମ ସର୍ବବୃହତ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂସ୍କାର ଆଣିବା ପୂର୍ବରୁ ଏହା ଉପରେ ବ୍ୟାପକ ବିଚାର ଆଲୋଚନା ଓ ସମୀକ୍ଷା ପରେ ଏହି ନୂଆ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି। ଭାରତୀୟ ଶିକ୍ଷା ଇତିହାସରେ ଏହା ଏକ ଐତିହାସିକ ପଦକ୍ଷେପ।
ଭାରତକୁ ଜ୍ଞାନ ଅର୍ଥନୀତିର ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ନୀତି ପ୍ରଣୀତ ଏବଂ ଏଥିରେ ଦେଶର ନେତୃତ୍ୱର ସଂକଳ୍ପ ଓ ଲକ୍ଷ୍ୟ ପ୍ରତିଫଳିତ। ଆମେ ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ବା ୭୫ତମ ବର୍ଷ ପାଳନ କରିବା ଅବସରରେ ଏହି ନୂଆ ଶିକ୍ଷାନୀତି ୫ରୁ ୧୫ ବର୍ଷ ବୟସ ବର୍ଗର ପିଲାମାନଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସେମାନେ ଉପତ୍ାଦନକ୍ଷମ ୩୦ରୁ ୪୦ ବର୍ଷ ବୟସରେ ପହଞ୍ଚତ୍ବା ବେଳକୁ ଭାରତ ସ୍ବାଧୀନତାର ଏକଶହ ବର୍ଷ ପାଳନ କରୁଥିବ।
ମୋର ସୌଭାଗ୍ୟ ଯେ ଏହି ପ୍ରକ୍ରିୟାରେ ସାମିଲ ହୋଇ ଯୋଗଦାନ ଦେବାର ସୁଯୋଗ ମୋତେ ମିଳିଛି। ଏକ ଯୋଗ୍ୟ ଓ ଯଥାର୍ଥ ଜନବଳ ସୃଷ୍ଟି ପ୍ରକ୍ରିୟାରେ ମୁଁ ସାମିଲ ହୋଇଛି। ସେହି ଜନବଳ ବୈଜ୍ଞାନିକ ବିଚାର, ଗହନ ଚିନ୍ତନ ଏବଂ ମାନବବାଦୀ ଆଭିମୁଖ୍ୟ ନେଇ ବିଶ୍ୱ ସମୁଦାୟର ଧ୍ୱଜାଧାରୀ ହେବ, ଏହା ମୋର ଆଶା ଓ ବିଶ୍ୱାସ।
(ଲେଖକ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ)


Enter your email to get our daily news in your inbox.

All Right Reserved By Dharitri.Com

ମୋ ସରକାର ଲକ୍ଷ୍ୟ ନିରନ୍ତର ସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ...

ବିଜେଡିକୁ ଭୟ କ୍ରସ୍‌ ଭୋଟିଂ

ବାହାନଗା, ୮ା୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରସ୍ତୁତି। ଆସନ୍ତା ୧୨ ତାରିଖରେ ହେବ...

୪୫୦ କୋଟିର ଅଡିଟ୍‌ ଲାଗି ଦାବି କଲା ବିଜଓ୍ବୋଇଏମ୍‌

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ...

ରଘୁରାଜପୁରରେ ଡିଜାଇନ ଦେଖିଲା ଟିମ୍‌

ପୁରୀ ଅଫିସ, ୧୧ା୧୧: ଶ୍ରୀମନ୍ଦିରର ୮ ଦ୍ୱାର ରୁପା ଛାଉଣି ହେବ। ଜୟ ବିଜୟ, କଳାହାଟ, ବେହେରଣ, ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ, ନୃସିଂହ ମନ୍ଦିର,...

ଅବକାରୀ ଚଢ଼ାଉ: ୧୦୦ କୁଇଣ୍ଟାଲ ମହୁଲଫୁଲ ଜବତ

କୁତ୍ରା, ୬।୧୧ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରାଠାରେ ରାଜଗାଙ୍ଗପୁର ଓ ବଡ଼ଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ...

ଡ୍ରେନ ନିର୍ମାଣ ଅଧାପନ୍ତରିଆ

ବିଶୋଇ, ୩୧।୧୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଛକର ୪୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ଡ୍ରେନ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଫଳରେ ଏହି...

ଶସ୍ତା ପ୍ଲାଏରେ ଝରକା, କବାଟ ନିର୍ମିତ

ପାରାଦୀପ ,୩୦।୧୦(ସ୍ବ.ପ୍ର.): ପାରାଦୀପର ଏକମାତ୍ର କଲେଜ ପରିସରରେ ଥିବା ସମ୍ମିଳନୀ କକ୍ଷରେ ମରାମତି ବାବଦ ଖର୍ଚ୍ଚକୁ ନେଇ ମାସେ ହେବ ବିବାଦ ଲାଗିରହିଛି। ୨୩ ଲକ୍ଷ...

ସଫଳ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଓଡ଼ିଶାରେ ବାତ୍ୟା ସମୀକ୍ଷା ବୈଠକକୁ ପ୍ରଶଂସା କଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ହୋଇଥିବା ସମୀକ୍ଷା ବୈଠକ ଫଳପ୍ରଦ ହୋଇଛି ବୋଲି ଟୁଇଟ...

Advertisement
Archives

Model This Week