ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

କଲେଜ ଅଧ୍ୟକ୍ଷ ଡ଼. ସନ୍ତୋଷ କୁମାର ପାଢ଼ୀଙ୍କ ପୌରାହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ‘ସମକାଳୀନ ଓଡ଼ିଆ ସାହିତ୍ୟରେ ଜୀବନଚିତ୍ର’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତି୍ୟକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ, ମୁଖ୍ୟ ଆଲୋଚକ ଭାବେ ଆନ୍ଧ୍ରପ୍ରଦେଶ ସୀତମପେଟା ସରକାରୀ ସ୍ନାତକ କଲେଜ ଅଧ୍ୟକ୍ଷ ଡ଼. ସୁଶାନ୍ତ ଜେନା, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼. ହରିକୃଷ୍ଣ ନାୟକ, ଅଧ୍ୟାପକ ତଥା ନାଟ୍ୟକାର ଗୋପାଳ ମହାରଣା, ଆଇନଜୀବୀ ତଥା ସାହିତି୍ୟକ କୁରେଶୁ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ସିଲୁ ମଣ୍ଡଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପକ ସୀମାଞ୍ଚଳ ପ୍ରଧାନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ।

ଓଡ଼ିଆ କାବ୍ୟ କବିତା, ଗଳ୍ପ ପ୍ରବନ୍ଧ ଉପନ୍ୟାସ ଓ ନାଟକରେ ଜୀବନ ଚିତ୍ର ସମ୍ପର୍କିତ ବୈଷୟିକ ଅଧିବେଶନରେ ଆଲୋଚକ ଭାବେ ଡ଼. ସୁଶାନ୍ତ ଜେନା ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ଗବେଷକ ସତ୍ୟନାରାୟଣ ମିଶ୍ର, ଗୋପାଳପୁର କଲେଜ ଓଡ଼ିଆ ଅଧ୍ୟାପକ ଡ଼. ରାଜେନ୍ଦ୍ର କୁମାର ମହାପାତ୍ର, ଗଜପତି ଜିଲା ମୋହନା କଲେଜ ଇଂରାଜି ଅଧ୍ୟାପକ ଡ଼. ପ୍ରଣବାନନ୍ଦ ପାଟ୍ଟଯୋଷୀ, ରାୟଗଡ଼ା କଲେଜ ଅଧ୍ୟାପକ ସୌଦାଗର ସିୟ, ପାଟପୁର କଲେଜ ଅଧ୍ୟାପକ କୁରେଶୁ ମହାରଣା, ଅଧ୍ୟାପିକା ଡ଼. ବାସନ୍ତି ନାୟକ, ଅଧ୍ୟାପକ ଲିଙ୍ଗରାଜ ରଥ, ଛାତ୍ରୀ ଆରାଧନା ପାତ୍ର, ଶୁଭଶ୍ରୀ ବିଷୋୟୀ, ଅଧ୍ୟାପକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶିବରାମ ସାହୁ ପ୍ରମୁଖ ବିଷୟ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନା କରିଥିଲେ।

ଏହି ଅବସରରେ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ସ୍ମରଣିକା ’ସ୍ୱର୍ଣ୍ଣପ୍ରଭା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଡମ୍ୱରୁ ରାଉତ ଦିଗପହଣ୍ଡିର ଜଣାଶୁଣା ସାହିତ୍ୟକ କୁରେଶୁ ପଣ୍ଡାଙ୍କ ପ୍ରକାଶିତ ‘ମୁଠାଏ ଆକାଶ’ ଗଳ୍ପ ସଙ୍କଳନର ନେତା ଆସିଛି ଶୀର୍ଷକ ଗଳ୍ପକୁ ସମୀକ୍ଷା କରିଥିବା ବେଳେ ଅଧ୍ୟାପିକା ଡ଼.ବାସନ୍ତୀ ନାୟକ ନୂଆବର୍ଷର କବିତା ସଙ୍କଳନରେ ପ୍ରକାଶିତ ‘ସଂସ୍କାରକ’ ଶୀର୍ଷକ କବିତାକୁ ‘ସୱର୍ଣ୍ଣପ୍ରଭା’ ସ୍ମରଣିକାରେ ସମୀକ୍ଷା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri