Posted inଫୁରସତ

ଆହ୍ବାନକୁ ସାମ୍‌ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର

ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା ପାଉଛି। ବିଶ୍ୱ ଆଜି ଦେଖୁଛି ଓଡ଼ିଆ ଶିଳ୍ପୀ ଧର୍ମପଦର ଜୀବନ୍ତ ପଥର ମୂର୍ତ୍ତିର ଅବିକଳ ସ୍ବରୂପ। ସତେଯେମିତି ପାର୍ଶ୍ୱରୁ ନିରିଖେଇ ଦେଖିଲେ ଜଣାଯାଉଛି ଗଜପତିଙ୍କୁ ଶୁଣ୍ଢରେ ଧରି ତପାସି ଆସୁଛି…!!
ଆମେ ଜାଣିଲେ ସୁଦେହିକାକୁ ବାହାର ଶିଳ୍ପୀ ଗଢ଼ି ନାହାନ୍ତି। ମନ୍ଦିରର କେଉଁ ଅଂଶ କିଏ ଗଢ଼ିଛନ୍ତି ଆମେ ପ୍ରସଙ୍ଗକ୍ରମେ ଆଲୋଚନା କରିବା। ତା’ର ନାମ ତାଲିକା ଅକ୍ଷରକ୍ରମରେ ଆମେ ପ୍ରସ୍ତୁତ କରିଛୁ।
ଆମେ ଶଗଡ଼ିଆ ଓ ହାତୀଆଳଙ୍କ ସମେତ ମନ୍ଦିର ନିର୍ମାଣରେ ସେମାନଙ୍କ ଭୂମିକାର କେତେକ ବିନ୍ଦୁ ଆଲୋଚନା କଲେ। ଏବେ ଆଲୋଚନା କରିବା ଅଶ୍ୱ ଓ ଅଶ୍ୱବାହିନୀର ଭୂମିକା। ପତ୍ରବାହକମାନେ ମୁଖ୍ୟ ଭାବରେ ଅଶ୍ୱ ବ୍ୟବହାର କରୁଥିଲେ। କୋଣାର୍କରେ ଯେଉଁଠି ଘୋଡ଼ାମାନେ ରହୁଥିଲେ ତାକୁ କୁହାଯାଉଥିଲା ‘ଘୋଡ଼ାଶାଳିଆ’। ଅଶ୍ୱଚାଳନା କରୁଥିଲେ ଅଶ୍ୱବାହିନୀର ଯୋଦ୍ଧାମାନେ। ମନ୍ଦିର ନିର୍ମାଣ ସମୟରେ ଅନେକ ସମସ୍ୟା ଆସିଛି ଯଥା କେଉଁଠି କେଉଁ ମୂର୍ତ୍ତି, କେଉଁଠି ଅଳସକନ୍ୟା, କେଉଁଠି କିପରି ଭାସ୍କର୍ଯ୍ୟ ମୂର୍ତ୍ତି ଖଞ୍ଜାଯିବ। ସେଥିରେ ମହାଶ୍ରମ(ଗଜପତି)ଙ୍କ ଅନୁମତି ଲୋଡ଼ା ପଡ଼ିଛି ଅନେକ ସମୟରେ। ପତ୍ରବାହକମାନେ ଘୋଡ଼ାରେ ଯାଇ ଗଜପତିଙ୍କ ଆଦେଶ ଧରି ଆସିଛନ୍ତି। ଗଜପତି ମଧ୍ୟ କୌଣସି ଆଦେଶ ଦେଲେ ପତ୍ରବାହକ ଘୋଡ଼ାରେ ଆସି କୋଣାର୍କରେ ହସ୍ତାନ୍ତର କରୁଥିଲେ। ସେହିପରି ଅନେକ ଉଦାହରଣ ମଧ୍ୟରୁ ଗୋଟିଏ ହେଉଛି ମହାଶ୍ରମ ବେଙ୍ଗିଗଡ଼ରେ ଥିଲେ। ସେଠୁ ଗୋଟିଏ ଆଦେଶନାମା ପଠାଇଥିଲେ। ତାହା ବିଡ଼ାନାସୀ ନଅର ମାଧ୍ୟମ ଦେଇ କୋଣାର୍କ ଆସିଥିଲା। ଆଦେଶନାମା ଘୋଡ଼ାରେ ଆସିଥିଲା। ସବୁଠାରୁ ଚଞ୍ଚଳ ଖବର ସରବରାହ ପାଇଁ ଘୋଡ଼ା ହିଁ ଥିଲେ ସେ ସମୟରେ ଏକମାତ୍ର ମାଧ୍ୟମ। ଆଦେଶପତ୍ରରେ ଥିଲା ମହାଦେବୀ କିଛିଦିନ ପାଇଁ କୋଣାର୍କ ଆସିବେ।
ତାଙ୍କ ପାଇଁ ଅସ୍ଥାୟୀ ଗୃହ ନିର୍ମାଣ ହୋଇଥିଲା। ସାତଦିନ ରହିଥିଲେ। ତାଙ୍କ ସହାୟତା ପାଇଁ ୧୪ଜଣ ପରିଚାଳକ/ପରିଚାଳିକା ନିଯୁକ୍ତ ହୋଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ମନ୍ଦିର ନିର୍ମାଣ ସମୟରେ ଗଜପତି ଯେମିତି ସଜାଗ ଥିଲେ, ମହାରାଣୀ ମଧ୍ୟ ନିଜେ ଉପସ୍ଥିତ ରହି କାର୍ଯ୍ୟର ଅଗ୍ରଗତି ଦେଖିବା ସହିତ ଭଲମନ୍ଦ ବୁଝୁଥିଲେ।
ଶ୍ରୀପଦ୍ମକେଶର ମନ୍ଦିରରେ ଘୋଡ଼ାଦ୍ୱାର ନିର୍ମିତ ହୋଇଥିଲା। ଅନେକ ସ୍ଥାନରେ ଅଶ୍ୱମାନଙ୍କ ପଥର ମୂର୍ତ୍ତି ଦେଖାଯାଏ। ମୁଖ୍ୟ ଅଶ୍ୱମୂର୍ତ୍ତି ନିର୍ମାଣ ଦାୟିତ୍ୱରେ ଥିଲେ ନାରାୟଣ ମହାପାତ୍ର। ନାରାୟଣ ଜଣେ ପ୍ରତିଭାଶାଳୀ ଶିଳ୍ପୀ ଥିଲେ ସେ ସମୟରେ। ସେ କେବଳ ଅଶ୍ୱ ନିର୍ମାଣ କରି ନ ଥିଲେ, ସେ ମନ୍ଦିରର ଦ୍ୱିତୀୟ ପୀଢ଼ରେ ସ୍ଥାନ ପାଇଁ ୧୬ଟି କନ୍ୟା ମୂର୍ତ୍ତି ନିର୍ମାଣରେ ଅଂଶୀଦାର ଥିଲେ। ନୀଳଗିରି ପାହାଡ଼ରୁ ମୁଗୁନିପଥର ଆସିବାବେଳେ ପିଠଉଶୁଣି ମୁଣ୍ଡିଆର ପାଦଦେଶରେ ଥିବା ‘ବାହାରମୁଣ୍ଡା’ ଗଁାରେ ୭ମାସ ଶିବିର ପକାଇ ରହିଥିଲେ।
ବାସ୍ତବରେ କେଉଁ କାର୍ଯ୍ୟ ପାଇଁ କେଉଁ କିସମର ପଥର ଆବଶ୍ୟକ ତାହା ଚିହ୍ନିବାରେ ନାରାୟଣଙ୍କର ଦକ୍ଷତା ଥିଲା। ସେଥିପାଇଁ ଖରା, ବର୍ଷା, ସୁବିଧା ଅସୁବିଧାକୁ ଖାତିର ନ କରି ମାସ ମାସ ଧରି ଶିବିରରେ ରହିଥିଲେ। ଲକ୍ଷ୍ୟ କେବଳ ଠିକ୍‌ ଭାବରେ ମନ୍ଦିର କାର୍ଯ୍ୟ ସମ୍ପନ୍ନ ହେଉ। ମନ୍ଦିର ସାମ୍‌ନାରେ ସ୍ଥାପିତ ଅଶ୍ୱ ମୂର୍ତ୍ତି ଗଢ଼ିସାରିବା ପରେ ୧୨ଜଣ ପଥୁରିଆଙ୍କ ସହାୟତାରେ ଦ୍ୱାରବନ୍ଧର ଭାସ୍କର୍ଯ୍ୟ କରିଥିଲେ। ବନ୍ଦାପନା ମଣ୍ଡପ ନିର୍ମାଣରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ମଣ୍ଡପର ପୂର୍ବ ଦିଗରେ ଯେଉଁ ‘ଦ୍ୱାରସିଂହ’ ନିର୍ମାଣ ହୋଇଥିଲା, ଗଙ୍ଗା ମହାପାତ୍ରଙ୍କୁ ସାଙ୍ଗରେ ନେଇ ନାରାୟଣ ସମାପ୍ତ କରିଥିଲେ।
ଆମେ ମନ୍ଦିର ନିର୍ମାଣ ସମୟରେ ଘୋଡ଼ାମାନଙ୍କର ଅବଦାନ ପ୍ରସଙ୍ଗ ଆଲୋଚନା କାଳରେ ଅଶ୍ୱମୂର୍ତ୍ତି ନିର୍ମାଣ ତଥା ଭାସ୍କର୍ଯ୍ୟଶିଳ୍ପୀ ନାରାୟଣଙ୍କ ଭୂମିକା ଆଲୋଚନା କଲେ। ତାଙ୍କ ଭଳି ଶତାଧିକ ଶିଳ୍ପୀଙ୍କର ଅବଦାନ ରହିଥିଲା। ପ୍ରସଙ୍ଗକ୍ରମେ ଆଲୋଚନା ହେବ। ଆମେ ଜଣାଇ ଦେବାକୁ ଯିବା ପଥରର କିସମ ଚିହ୍ନଟଠାରୁ ଭାସ୍କର୍ଯ୍ୟ କାର୍ଯ୍ୟ ସବୁ ଓଡ଼ିଆମାନଙ୍କ ଅବଦାନ। ଐତିହ୍ୟପୁରୁଷ ନାରାୟଣ ମହାପାତ୍ରଙ୍କ ଗଁାର ଠିକଣା ଠାବ ହୋଇ ନାହିଁ। ମନ୍ଦିର ଆରମ୍ଭ ପୂର୍ବରୁ ଶିବେଇ ସାମନ୍ତରା ଯେଉଁ ସାତଜଣଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି କାର୍ଯ୍ୟଭାର ଅର୍ପଣ କରିଥିଲେ, ତା’ ଭିତରେ ନାରାୟଣ ନ ଥିଲେ। ତଥାପି ସେ ଥିଲେ ସବୁଠାରୁ ଚର୍ଚ୍ଚିତ ଶିଳ୍ପୀ। କାରଣ ଗୋଟିଏ କାର୍ଯ୍ୟ ସର୍ବାଙ୍ଗ ସୁନ୍ଦର ଭାବରେ ସମାପ୍ତ କରିବା ପାଇଁ ସେ ଦିନଧାର୍ଯ୍ୟ କରି ଚୁକ୍ତି ଭିତ୍ତିରେ ଅନ୍ୟ ଶିଳ୍ପୀଙ୍କୁ ସାଙ୍ଗରେ ନେଇ ନିଧାର୍ଯ୍ୟ ଦିନରେ କାର୍ଯ୍ୟ ଶେଷ କରିପାରୁଥିଲେ। ଗଜପତିଙ୍କ ଶାସନରେ ‘ଚୁକ୍ତି’ ଅନୁଯାୟୀ କାମ ନ ସାରିଲେ ପରିଣାମ ସେ ଜାଣିଥିଲେ। ତଥାପି ଅଦମ୍ୟ ସାହସରେ ‘ଆହ୍ବାନ’କୁ ଆପଣେଇ ନେଉଥିଲେ। ତାହା ହିଁ ତ ଓଡ଼ିଆ ଜାତିର ଜାତୀୟ ଚରିତ୍ର!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri