ଭୋଟିଂ ଜିଦ୍‌ରେ ଅଟଳ ବିରୋଧୀ: ଉତ୍ତେଜନା ପରେ ସଂସଦ ମୁଲତବୀ

ଇସ୍‌ଲାମାବାଦ,୯।୪: ଶନିବାର ପାକିସ୍ତାନ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ନ୍ୟାସନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଶନିବାର ଅନାସ୍ଥା ଉପରେ ଭୋଟିଂ କରାଯିବ। ଗୃହରେ ଇମ୍ରାନ ଖାନ ପହଞ୍ଚି ନ ଥିବା ବେଳେ ବିରୋଧୀ ଦଳ ଭୋଟିଂ ପାଇଁ ଜିଦ୍‌ ଧରି ବସିଛନ୍ତି। ଅନ୍ୟପକ୍ଷେ ବିରୋଧୀ ଗୃହରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିବାକୁ ନେଇ ହଟ୍ଟଗୋଳ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସମୟ ଅନୁସାରେ ବାଚସ୍ପତି ୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ସଂସଦରେ ମୋଟ ଏମ୍‌ପିଙ୍କ ସଂଖ୍ୟା ୩୪୨। ଫ୍ଲୋର ଟେଷ୍ଟ ପୂର୍ବରୁ ଇମ୍ରାନଙ୍କ ସପକ୍ଷରେ ୧୭୨ ଭୋଟ ଆବଶ୍ୟକ। କିନ୍ତୁ ଇମ୍ରାନ ସରକାରଙ୍କ ନିକଟରେ ବର୍ତ୍ତମାନ ୧୪୨ ଏମ୍‌ପିଙ୍କ ସମର୍ଥନ ରହିଛି। ଅନ୍ୟପଟେ ବିରୋଧୀଙ୍କ ନିକଟରେ ୧୯୯ ଏମ୍‌ପି ରହିଛନ୍ତି ବୋଲି ଦାବି କରୁଥିବା ବେଳେ ପିଟିଆଇର ୨୨ଜଣ ନେତା ଶନିବାର ସେମାନଙ୍କୁ ସମର୍ଥନ ଜଣାଇଛନ୍ତି ବୋଲି ଜଣାପଡ଼ିଛି।

Share