ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ ଅଧିକ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରି ସକାଶେ ଉପଲବ୍ଧ ରହିଛି।

ଜାତୀୟ କଳା ଓ ହସ୍ତଶିଳ୍ପ ରେସମୀ ସୂତାର ସାମଗ୍ରୀ ଗ୍ରାହକଙ୍କୁ ଆକର୍ଷିତ କରୁଛି। ସୂଚନା ମୁତାବକ, ଚଳିତ ବର୍ଷ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ଜମ୍ମୁ ଓ କଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ନାଗାଲାଣ୍ଡ, କେରଳ, ଆସାମ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ ଅଞ୍ଚଳରୁ କାରିଗରମାନେ ବିଭିନ୍ନ ପ୍ରକାର ଉତ୍ପାଦ ନେଇ ଆସିଛନ୍ତି। ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ସାମଗ୍ରୀ ମଧ୍ୟରେ ହସ୍ତତନ୍ତ ଶାଢ଼ୀ, ସାଲ, କଶ୍ମିରୀ ଶାଢ଼ୀ, ଜୟପୁର ବେଡ୍‌ସିଟ୍‌, ପାନିପାଟ ବେଡ୍‌ସିଟ୍‌, ସୁଟ୍‌, କୁର୍ତ୍ତା, ବନାରସୀ ସାଲ ଓ ଶାଢ଼ୀ, ଖଦୀ ଶାର୍ଟ, କୁର୍ତ୍ତା, କୋଲକାତା ଟପ ଓ ଜିନ୍ସ, ଜୋତା, ଚପଲ, ବମ୍ବେ ସିଲ୍କ, ହାଇଦ୍ରାବାଦୀ ପର୍ସ ଓ ଅଳଙ୍କାର, ବମ୍ବେ ଫ୍ୟାନ୍ସି ଟପ, ଭାଗଲପୁରୀ ଶାଢ଼ୀ ଓ ପୋଷାକ, କାନପୁର ଚମଡା ବ୍ୟାଗ, ପର୍ସ, ମହିସୁର ଅଗରବତୀ, ଆୟୁର୍ବେଦିକ ତେଲ, ବେବି ସୁଟ୍‌, ଟେବୁଲ ମ୍ୟାଟ, ଡୋର ମ୍ୟାଟ, ହରିୟାଣାର ହ୍ୟାଣ୍ଡଲୁମ, ଟି-ଶାର୍ଟ, ଶାହାରାନପୁର ଆସବାବପତ୍ର, କୋଲକାତାର ଟେରାକୋଟା, କର୍ନାଟକ ଚନ୍ଦନ କାଠ ଖେଳଣା, ରାଜସ୍ଥାନୀ ଚପଲ, ଫିରୋଜାବାଦ କାଚ ଚୁଡି ସମେତ କାରୁକାର୍ଯ୍ୟ ପୂର୍ଣ୍ଣ କାଠ ସାମଗ୍ରୀ ମେଳାରେ ମହଜୁଦ ରହିଛି। ମେଳା ପ୍ରତ୍ୟହ ସକାଳ ୧୦ଟାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଗ୍ରାହକଙ୍କ ସକାଶେ ପାର୍କିଂ, ଆଲୋକ, ପିଇବା ପାଣି ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri