Posted inଖେଳ

ଜାତୀୟ ଏକାଡେମୀ ମହିଳା ହକି : ସାଇ ଏକାଡେମୀକୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)-
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟରେ ସାଇ ଏକାଡେମୀକୁ ଡବଲ ଟାଇଟଲ ମିଳିଛି। ଗୁରୁବାର ସବ୍‌ଜୁନିୟର ବିଭାଗ ଫାଇନାଲରେ ସଡନ୍‌ ଡେଥ୍‌ ୫-୪ (ଶୁଟ୍‌ ଆଉଟ) ଗୋଲରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଏନଟିଏଚ୍‌)କୁ ହରାଇଥିବା ସାଇ ଶୁକ୍ରବାର ଜୁନିୟର ବିଭାଗ ଫାଇନାଲରେ ମଧ୍ୟପ୍ରଦେଶ ଏକାଡେମୀକୁ ୨-୧ ଗୋଲରେ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ସଞ୍ଜନା ହୋରୋ ୭ ଓ ୨୩ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ଯୋଗିତା ବର୍ମା ୨୫ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପ୍ଲେ-ଅଫ୍‌ରେ ଏନଟିଏଚ୍‌ ୫-୧ ଗୋଲରେ ଅମୃତସର ଖାଲସା ହକି ଏକାଡେମୀକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଛି। ଓଡ଼ିଶା ଦଳ ପକ୍ଷରୁ ତନୁ କିଷାନ ୨୮, ୩୮ ଏବଂ ଅଧିନାୟିକା ଜ୍ୟୋତି ଛତ୍ରି ୨୧ ଓ ୪୮ତମ ମିନିଟରେ ୨ଟି ଲେଖାଏ ଏବଂ କମଳା ସିଂ ୩୧ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ବିପକ୍ଷ ଦଳର ତରନପ୍ରିତ କୌର ୧୭ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ରାଜ୍ୟ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ହକି ଇଣ୍ଡିଆ ସମ୍ପାଦକ ପ୍ରତାପ ଶତପଥୀ, ଟାଟା ଷ୍ଟିଲ୍‌ର ଚିଫ୍‌ ରେସିଡେଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଦେବାଶିଷ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri