Categories: ଖେଳ

ସ୍ତ୍ରୀ, ୨ ପିଲାଙ୍କୁ ଛାଡି ପ୍ରେମିକାଙ୍କ ହାତ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ମାତ୍ର ୨ ଦିନ ବାକି ଅଛି। ଏହି ସିରିଜରେ ଆୟୋଜକ ଦଳ ଅଷ୍ଟ୍ରେଲୀୟ ଅଫ ସ୍ପିନର ନାଥାନ ଲିଅନ ଭାରତୀୟ ଦଳ ପାଇଁ ଘାତକ ହୋଇପାରନ୍ତି। ସେ ସର୍ବଦା ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି ଏବଂ ଏଥର ମଧ୍ୟ ସେ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ବିପଦ ହେବ। ନାଥନ ଲିଅନ ଜଣେ ଭଳ ବୋଲର ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ କମ ଲୋକ ଜାଣନ୍ତି। ତାଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ଜଣେ ପ୍ରପର୍ଟି ଡିଲରଙ୍କ ପ୍ରେମରେ ପଡି ନାଥମ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ଛାଡିଦେଇଥିଲେ। ନାଥନ ଲିଅନ ପୂର୍ବରୁ ମେଲ୍‌ ଓ୍ବାରିଙ୍ଗଙ୍କୁ ବିବାହ କରିଥିଲେ ତାଙ୍କରୁ ୨ଟି ସନ୍ତାନ ମଧ୍ୟ ଅଛି। କିନ୍ତୁ ୨୦୧୭ରେ ଉଭୟଙ୍କ ସମ୍ପର୍କରେ ଫଶଟ ସୃଷ୍ଟି ହୋଇଯାଇଥିଲା। ପରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ନାଥନ ପ୍ରପର୍ଟି ଡିଲରଙ୍କ ଏମା ମ୍ୟାକାର୍ଥୀଙ୍କ ପ୍ରେମରେ ପଡିଥିଲେ ଏବଂ ଏବେ ଦୁହେଁ ସିଡନୀରେ ଏକାଠି ରହୁଛନ୍ତି।

Share