Categories: ଖେଳ

ଅଶ୍ୱିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ଏହି ସ୍ପିନର

ନୂଆଦିଲ୍ଲୀ,୪।୧୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବଡ ରେକର୍ଡ ନିଜ ନାମରେ କରିଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ନାଥନ ଲିୟନ। ଏପରି କରି ସେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଡେଲ ଷ୍ଟେନ ଏବଂ ଭାରତର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କୁ ପଛରେ ପକାଇ ସେ ଟେଷ୍ଟ କ୍ରିକେଟରେ ଅଷ୍ଟମ ସର୍ବାଧିକ ଉଇକେଟ ନେଇଥିବା ବୋଲର୍‌ ପାଲଟିଛନ୍ତି। ବର୍ତ୍ତମାନ ଲିୟନଙ୍କ ନାମରେ ୪୪୬ ଉଇକେଟ ହୋଇଛି। ଅଶ୍ୱିନଙ୍କ ନାମରେ ୪୪୨ ଟେଷ୍ଟ ଉଇକେଟ ରହିଛି। ୧୧୧ତମ ଟେଷ୍ଟ ମ୍ୟାଚ୍‌ରେ ଲିୟନ ଏହି ବିଶେଷ ସଫଳତା ହାସଲ କରିଛନ୍ତି।

Share