ଦ୍ୱିତୀୟ ଥର ବିଫଳ ହେଲା ନାସାର ଚନ୍ଦ୍ର ମିଶନ…

ଓ୍ବାଶିଂଟନ, ୩।୯ : କ୍ରମାଗତ ଦ୍ୱିତୀୟଥର ପାଇଁ ନାସାର ଚନ୍ଦ୍ର ମିଶନ ବିଫଳ ହୋଇଛି। ରକେଟ ଇଞ୍ଜିନରେ କେତେକ ତ୍ରୁଟି ଯୋଗୁ ଶେଷ ମୁହୁର୍ତ୍ତରେ ମିଶନକୁ ବନ୍ଦ କରି ଦିଆଯାଇଛି। ଇଞ୍ଜିନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନାସା ଚନ୍ଦକୁ ମଣିଷ ପଠାଇବା ପୂର୍ବରୁ ଏକ ପରୀକ୍ଷଣ ଅନ୍ତର୍ଗତ ଏହି ରକେଟ ଉତ୍‌କ୍ଷେପଣ କରାଯିବାର ଥିଲା। ଏବେ ଇନ୍ଧନରେ ପରିବର୍ତ୍ତନ କରାଯାଇ ପରେ ପୁଣି ଆର୍ଟିମିସ୍‌-୧ ଲୁନାର ମିଶନ ପାଇଁ ନୂଆ ତାରିଖ ଏବଂ ସମୟ ଘୋଷଣା କରାଯିବ।

ଏହି ରକେଟକୁ ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡରେ ରଖାଯାଇଛି। ଏହାର ଲମ୍ବ ୩୨୨ ଫୁଟ(୯୮ ମିଟର)। ଏହାର ଶୀର୍ଷରେ ଥିବା ସ୍ପେସ୍‌ କ୍ରୁ କ୍ୟାପସୁଲ ଖାଲି ରହିଛି।

ଏହି ମିଶନ ସଫଳ ହେଲେ ୫୦ ବର୍ଷ ତଳେ ଆପୋଲୋ ପରୀକ୍ଷଣ ପରେ ଏହା ଚନ୍ଦ୍ର ପଠାଯାଉଥିବା ପ୍ରଥମ କ୍ୟାପସୁଲ୍‌ ହେବ। ମିଶନ ସଫଳ ହେଲେ ୨୦୨୪ରେ ଯାତ୍ରୀମାନେ କ୍ରୁ କ୍ୟାପସୁଲରେ ବସି ଚନ୍ଦ୍ର ଚାରିପଟେ ଉଡ଼ିପାରିବେ। ସେହିପରି ୨୦୨୫ରେ ଚନ୍ଦ୍ର ଉପରେ ଓହ୍ଲାହି ପାରିବେ।

Share