ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ

ଓ୍ବାଶିଂଟନ୍‌,୨୮।୭: ନାସା X-୫୯ ନାମକ ଏକ ସୁପରସୋନିକ ବିମାନ ତିଆରି କରିଛି, ଯାହା ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ X-୫୯ ପୃଥିବୀର ଯେକୌଣସି ଦୁଇଟି ପଏଣ୍ଟ ମଧ୍ୟରେ ପ୍ରାୟ ୨ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବ। ଏପରି ପରିସ୍ଥିତିରେ, ଏହି ଦାବି ଦର୍ଶାଏ ଯେ ଏହାର ଗତି ଆଶ୍ଚର୍ଯ୍ୟଜନକ ହେବ।

ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକାର ଲକ୍‌ହିଡ ମାର୍ଟିନ ନାସା ପାଇଁ X-୫୯ କ୍ୱିଟ ସୁପରସୋନିକ ଟେକ୍ନୋଲୋଜି ବିମାନ ନିର୍ମାଣ କାର୍ଯ୍ୟ ଶେଷ କରିଛି। ସୁପରସୋନିକ ବିମାନ X-୫୯କୁ ‘ସନ ଅଫ କନକର୍ଡ’ କୁହାଯାଉଛି।

ଉଲ୍ଲେଖନୀୟ କଥା ହେଉଛି, କୋଡିଏ ବର୍ଷ ପୂର୍ବେ ଦୁନିଆର ପ୍ରଥମ ‘ସୁପରସୋନିକ ବିମାନ କନକର୍ଡ’ ଲଞ୍ଚ କରାଯାଇଥିଲା, ଯାହା ନ୍ୟୁୟର୍କରୁ ଲଣ୍ଡନକୁ ୩ ଘଣ୍ଟାରୁ କମ ସମୟ ମଧ୍ୟରେ ଯାଇପାରେ। ତା’ପରେ ଏହି ସୁପରସୋନିକ ବିମାନର ଗତି ଘଣ୍ଟା ପ୍ରତି ୨୧୭୨ କିଲୋମିଟର ଥିଲ। କିନ୍ତୁ ୨୦୦୦ରେ ଏକ ବଡ଼ ଦୁର୍ଘଟଣା ଘଟିଲା ଏବଂ ଏହାର କାର୍ଯ୍ୟ ବନ୍ଦ ହୋଇଗଲ।

ବର୍ତ୍ତମାନ ପ୍ରାୟ ୨୦ ବର୍ଷ ପରେ ନାସା ସନ ଅଫ କନକର୍ଡ ଲଞ୍ଚ କରିବାକୁ ଯାଉଛି। ଏଜେନ୍ସି କହିଛି ଯେ, କନକର୍ଡ ଅପେକ୍ଷା X-୫୯ ଛୋଟ ଏବଂ ଧୀର ହେବ। ଏହା ଘଣ୍ଟା ପ୍ରତି ପ୍ରାୟ ୧୫୦୦ କିଲୋମିଟର ବେଗରେ ଉଡ଼ିବ। ଏଜେନ୍ସି ଦାବି କରିଛି, X-୫୯ ୩୯ ମିନିଟରେ ୧୫ ଘଣ୍ଟାର ସାଧାରଣ ଉଡ଼ାଣ ସଂପୂର୍ଣ୍ଣ କରିପାରିବ। ଲଣ୍ଡନରୁ ସିଡନୀ ଯିବାକୁ ୨୨ ଘଣ୍ଟା ଲାଗେ, ଯାହା ଏହି ବିମାନ ମାଧ୍ୟମରେ ୨ ଘଣ୍ଟାରୁ କମ ସମୟ ଲାଗିବ। ନାସା ଦ୍ୱାରା ବିକଶିତ ହୋଇଥିବା ପରୀକ୍ଷାମୂଳକ ସୁପରସୋନିକ ବିମାନ X-୫୯ ସନ ଅଫ କନକର୍ଡ ବର୍ତ୍ତମାନ ଏହାର ପ୍ରଥମ ପରୀକ୍ଷଣ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri