Categories: ଫୁରସତ

ପାଣିରେ ଉଡ଼ି ପାରୁଥିବା ସାଟେଲାଇଟ ପ୍ରସ୍ତୁତ କରିବ ନାସା

ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ଖୁବ୍‌ଶୀଘ୍ର ଏକ ସାଟେଲାଇଟ ବା ଉପଗ୍ରହ ପ୍ରସ୍ତୁତ କରିବ। ଯାହାକି ପାଣିରେ ଉଡ଼ିପାରିବ। ଯଦି ନାସା ଏହିପରି ସାଟେଲାଇଟ୍‌ ତିଆରି କରିବାରେ ସଫଳ ହୁଏ, ତେବେ ଏହା କୋଟି କୋଟି ଟଙ୍କା ସଞ୍ଚୟ କରିବ।

ନାସା ଚଳିତ ମାସ ଶେଷରେ ପାଥଫାଇଣ୍ଡର ଟେକ୍ନୋଲୋଜି ଡିମୋନଷ୍ଟ୍ରେଟର ଅଧୀନରେ ପ୍ରଥମଥର ପାଇଁ ପାଣିରେ ଉଡ଼ିବା ପାରିବା ସାଟେଲାଇଟ୍‌ ଲଞ୍ଚ କରିବାକୁ ଯାଉଛି। ଏହି ସାଟେଲାଇଟ ଫ୍ଲୋରିଡାର କେପ୍‌ରୁ ସ୍ପେସ୍‌ ଏକ୍ସର ଫାଲକନ-୯ ରକେଟରୁ ଉତ୍‌କ୍ଷେପଣ କରାଯିବ। ନାସା କ୍ୟୁବ୍‌ସ୍ୟାଟ୍‌କୁ ଭି-ଆର ‌୩ ଏକ୍ସ ନାମ ମଧ୍ୟ ଦେଇଛି।
ନାସା ଅନୁଯାୟୀ, ପାଣି ଯୋଗେ ସାଟେଲାଇଟ୍‌ ଉଡ଼ିବା ଯୋଗୁ ମହାକାଶରେ ପ୍ରଦୂଷଣ ହେବ ନାହିଁ। ଯଦି ଏହି ମିଶନ ସଫଳ ହୁଏ, ତେବେ ଭବିଷ୍ୟତରେ ଏହି ଟେକ୍ନୋଲୋଜି ମଧ୍ୟ ବଡ଼ ଉପଗ୍ରହରେ ବ୍ୟବହୃତ ହେବ। ନାସା ଆହୁରି ମଧ୍ୟ କହିଛି ଯେ, ପାଣିରେ ଉଡୁଥିବା ସାଟେଲାଇଟଗୁଡ଼ିକ ଧକ୍କା ହେଲେ ମଧ୍ୟ ବିସ୍ଫୋରଣର ବିପଦ ନାହିଁ।

Share