ନାସା ଖୋଜୁଛି ‘ଧ୍ୱଂସର ଦେବତା’

ଓ୍ବାଶିଂଟନ୍‌,୨୮ା୧୨ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ‘ଧ୍ୱଂସର ଦେବତା’ଙ୍କୁ ଠାବ କରିବା ପାଇଁ ଅଭିଯାନ ଚଳାଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର କକ୍ଷପଥର ନିକଟତର ହେବାରେ ଲାଗିଛି। ନିକଟରେ ଦୂରନ୍ତ ମହାକାଶରୁ ଫେରିଥିବା ନାସାର ଏକ ସ୍ପେସ୍‌କ୍ରାଫ୍ଟ ଏହା ଉପରେ ଗବେଷଣା ଚଳାଇଛି।
୨୦୨୯ରେ କ୍ଷୁଦ୍ରଗ୍ରହ ‘ଆପୋଫିସ୍‌’ ନିକଟକୁ ଯାଇ ଅନୁଧ୍ୟାନ କରିବା ପାଇଁ ନାସାର ମହାକାଶଯାନ ଓଏସ୍‌ଆର୍‌ଆଇଏସ୍‌-ରେକ୍ସକୁ ପଠାଯାଇଛି। କାରଣ ଏହି ସ୍ପେସ୍‌କ୍ରାଫ୍ଟ ଆପୋଫିସ୍‌ ସମ୍ପର୍କରେ ଅନେକ ଅଜଣା ତଥ୍ୟ ହାସଲ କରିବ, ଯାହାକି ଇତିହାସରେ ପୂର୍ବରୁ କେବେ ରେକର୍ଡ କରାଯାଇ ନ ଥିଲା ବୋଲି ନାସା ପକ୍ଷରୁ କୁହାଯାଇଛି। ୭ ବର୍ଷ ଧରି ବେନ୍ନୁ କ୍ଷୁଦ୍ରଗହରେ ଅନୁଧ୍ୟାନ ପରେ ସେଠାରୁ ପଥରର ନମୁନା ଧରି ଗତ ସେପ୍ଟେମ୍ବରରେ ମହାକାଶଯାନ ପୃଥିବୀ ପୃଷ୍ଠକୁ ଫେରିଥିଲା। ଗଡ୍‌ ଅଫ୍‌ କେଓସ୍‌ ବା ଧ୍ୱଂସର ଦେବତା ନାମ ଦିଆଯାଇଥିବା ଆପୋଫିସ୍‌ ୨୦୨୯ ଏପ୍ରିଲ ୧୩ରେ ପୃଥିବୀର ନିକଟତର ହୋଇପାରେ। ସେତେବେଳେ ଏହାର ଦୂରତା ପୃଥିବୀଠାରୁ ମାତ୍ର ୨୦,୦୦୦ ମାଇଲ ରହିବ। ଏତିକି ଦୂରତା କୃତ୍ରିମ ଉପଗ୍ରହଗୁଡ଼ିକ ସହ ରହିଥାଏ। ତେଣୁ ଇଷ୍ଟର୍ନ ହେମିସ୍ପିୟରରେ ଏହା ଦୃଶ୍ୟମାନ ହେବ। ୩୭୦ ୟାର୍ଡ ଆକାରର ଏହି କ୍ଷୁଦ୍ରଗ୍ରହ ପ୍ରତି ୭,୫୦୦ ବର୍ଷରେ ପୃଥିବୀ ନିକଟକୁ ଆସିଥାଏ। କକ୍ଷପଥ ନିକଟକୁ ଆସିଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏହାକୁ ପ୍ରଭାବିତ କରିବ। ଏଥିଯୋଗୁ ପୃଥିବୀ ପୃଷ୍ଠ ଉପରେ କିପରି ପରିବର୍ତ୍ତନ ଆସିବ ତାହା ଓଏସ୍‌ଆର୍‌ଆଇଏସ୍‌-ରେକ୍ସ ବୁଝିବାକୁ ଚେଷ୍ଟା କରିବ ବୋଲି ମିଶନ ପ୍ରୋଜେକ୍ଟ ବୈଜ୍ଞାନିକ ଏମି ସାଇମନ୍‌ ସୂଚନା ଦେଇଛନ୍ତି।
ଗଡ୍‌ ଅଫ୍‌ କେଓସ୍‌ରେ ବର୍ତ୍ତମାନ ଦିନକୁ ୩୦.୬ ଘଣ୍ଟା ରହିଛି। ପୃଥିବୀ ନିକଟକୁ ଆସିଲେ ଦିନର ସମୟରେ ପରିବର୍ତ୍ତନ ଆସିପାରେ। ଏପରି କି ଉକ୍ତ କ୍ଷୁଦ୍ରଗ୍ରହରେ ଭୂସ୍ଖଳନ ଓ ଭୂକମ୍ପ ମଧ୍ୟ ସୃଷ୍ଟି ହୋଇପାରେ। ମହାକାଶ ଓ କ୍ଷୁଦ୍ରଗ୍ରହଗୁଡ଼ିକ ସମ୍ପର୍କରେ ଗବେଷଣା ପାଇଁ ଏହି ମିଶନ ମାଇଲଖୁଣ୍ଟ ହେବ ବୋଲି ଆରିଜୋନା ୟୁନିଭର୍ସିଟିରେ ଓଏସ୍‌ଆର୍‌ଆଇଏସ୍‌-ରେକ୍ସ ପାଇଁ ଗବେଷଣା କରିଥିବା ଡାନି ମେନ୍‌ଡୋଜା ଡେଲ୍ଲା ଗିଉଷ୍ଟିନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri