ଚନ୍ଦ୍ରରେ ଓ୍ବାଇ-ଫାଇ ନେଟ୍‌ଓ୍ବାର୍କ ସ୍ଥାପନ ପାଇଁ ନାସାର ଯୋଜନା…

ଓ୍ବାଶିଂଟନ,୧୮।୧୦: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରରେ ୱାଇ-ଫାଇ ନେଟୱାର୍କ ସ୍ଥାପନ କରିବାକୁ ଚିନ୍ତା କରୁଛି। ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଏହା ଦ୍ୱାରା ଆମେରିକାର କେତେକ ଅଞ୍ଚଳରେ ଇଣ୍ଟରନେଟ ସମସ୍ୟାକୁ ଦୂର କରାଯାଇ ପାରିବ। ଭବିଷ୍ୟତର ଆର୍ଟେମିସ ମିଶନରେ ମଧ୍ୟ ଆବଶ୍ୟକ ସହାୟତା ମିଳିପାରିବ। ନାସାର ଗ୍ଲେନ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ମେରି ଲୋବୋ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଆର୍ଟେମିସ ମିଶନ ଅନ୍ତର୍ଗତ ଚନ୍ଦ୍ରକୁ ମହାକାଶଚାରୀଙ୍କୁ ପଠାଇବା ସମୟରେ ଯୋଗାଯୋଗ ବ୍ୟବସ୍ଥାରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଏହା ଦ୍ୱାରା ମଧ୍ୟ ସମ୍ଭବ ହୋଇପାରିବ।

ଗତ ବର୍ଷ ଆର୍ଟେମିସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ୧୯୭୨ ପରଠାରୁ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବା। ଏହି ମିଶନ ଅନ୍ତର୍ଗତ ୨୦୨୧ରେ ଚନ୍ଦ୍ରକୁ ଏକ ମାନବବିହୀନ ମିଶନ ପଠାଇବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୦୨୩ରେ ଚନ୍ଦ୍ର ନିକଟକୁ ଏକ କ୍ରୁ ପଠାଇବାର ଯୋଜନା ରହିଛି। ୨୦୨୪ରେ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ନାସା ପ୍ରସ୍ତୁତି ଆରମ୍ଭ କରିଛି। ଚନ୍ଦ୍ରରେ ୱାଇ-ଫାଇ ନେଟ୍‌ ଓ୍ବାର୍କ ଉପରେ ନିକଟରେ ଏକ ଅଧ୍ୟୟନ ନାସାର କମ୍ପାସ ଲ୍ୟାବ ଦ୍ୱାରା କରାଯାଇଛି।

ଇନସାଇଡର୍‌ ସହ କଥାବାର୍ତ୍ତା କରି କମ୍ପାସ ଲ୍ୟାବ୍‌ର ଷ୍ଟିଭ ଓଲସନ କହିଛନ୍ତି ଯେ ଏହି ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ କାରଣ ଆର୍ଟେମିସ ବେସକ୍ୟାମ୍ପରେ ରହିଥିବା କ୍ରୁ, ରୋଭର୍ସ, ବିଜ୍ଞାନ ଏବଂ ଖନନ ଉପକରଣର ପୃଥିବୀ ସହିତ ସମ୍ପର୍କ ରଖିବା ପାଇଁ ଏକ ଉତ୍ତମ ଯୋଗାଯୋଗ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଚନ୍ଦ୍ରରେ ଓ୍ବାଇ-ଫାଇ ସ୍ଥାପନ ଦ୍ୱାରା ଏହା ସମ୍ଭବ ହୋଇ ପାରିବ।

ସେହିପରି ଆମେରିକାରେ ଉନ୍ନତ ଇଣ୍ଟରନେଟ ସେବା ଅଭାବ ରହିଛି। ନାସା ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଆମେରିକାରେ ଡିଜିଟାଲ ଅସମାନତା ଏବଂ ଉନ୍ନତ ଇଣ୍ଟରନେଟ ସେବା କ୍ଷେତ୍ରରେ ସମସ୍ୟା ଦେଖାଦେଉଛି। ଏହା ଯୋଗୁ ଆମେରିକାର ସାମାଜିକ-ଆର୍ଥିକ ବ୍ୟବସ୍ଥା କରୋନା ମହାମାରୀ ଦ୍ୱାରା ଖରାପ ସ୍ଥିତିରେ ରହିଛି। ନ୍ୟାଶନାଲ ଡିଜିଟାଲ ଇନକ୍ଲୁସନ ଆଲାଏନ୍ସର ଏକ ରିପୋର୍ଟ ଅନୁଯାୟୀ, କ୍ଲିଭଲାଣ୍ଡର ପ୍ରାୟ ୩୧ ପ୍ରତିଶତ ଘରେ ବ୍ରଡବ୍ୟାଣ୍ଡ ସୁବିଧା ନାହିଁ।

ପୂର୍ବରୁ ଖବର ଆସିଥିଲା ଯେ ନାସା ଏହାର ପରବର୍ତ୍ତୀ ’ଚନ୍ଦ୍ର ମିଶନ’କୁ ଚନ୍ଦ୍ରକୁ ଆରମ୍ଭ କରିବାକୁ ଯାଉଛି। ଏହି ମିଶନର ଲକ୍ଷ୍ୟ ହେଉଛି ଚନ୍ଦ୍ର ପୃଷ୍ଠରେ ଏକ ସ୍ଥାୟୀ କ୍ରୁ ଷ୍ଟେସନ ନିର୍ମାଣ କରିବା।

ନାସାର ପରବର୍ତ୍ତୀ ଚନ୍ଦ୍ର ମିଶନରେ ଚନ୍ଦ୍ରକୁ ଜଣେ ମହାକାଶଚାରୀ ପଠାଇବା ପୂର୍ବରୁ ଏଜେନ୍ସି ଚନ୍ଦ୍ରର ଶୀତଳ, ଛାୟାଯୁକ୍ତ ଦକ୍ଷିଣ ଗୋଲାର୍ଦ୍ଧରେ ଏକ ଗଲ୍ଫ କୋର୍ଟ ଆକାରର ରୋଭର ଲଞ୍ଚ କରିବାର ଯୋଜନା ରହିଛି। ଏହାର ନାମ ଭୋଲାଟାଇଲ୍‌ ଇନଭେଷ୍ଟିଗେଟିଂ ପୋଲାର ଏକ୍ସପ୍ଲୋରେଶନ ରୋଭର ରଖାଯାଇଛି। ଏହି ରୋଭର ଚନ୍ଦ୍ର ପୃଷ୍ଠରେ ଜଳ ଉତ୍ସ ଖୋଜିବାରେ ୧୦୦ ଦିନ ବିତାଇବ। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଏହା ପ୍ରଥମ ସର୍ଭେ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri