Categories: ଜାତୀୟ

ନରୱାଲ ବିସ୍ଫୋରଣରେ ଟାଇମର ଆଇଡିର ବ୍ୟବହାର କରିଥିଲେ ଆତଙ୍କବାଦୀ

ଜମ୍ମୁ,୨୨ ।୧: ଜମ୍ମୁ ସହରର ବାହାରେ ଥିବା ନରୱାଲରେ ଶନିବାର ଦୁଇଟି ବଡ ଧରଣର ବିସ୍ଫୋରଣ ହୋଇଛି, ଯେଉଁଥିରେ ୯ ଲୋକ ଆହତ ହୋଇଥିଲେ । ଯାଞ୍ଚ କରୁଥିବା ଏଜେନ୍ସି କହିଛି, ନରୱାଲରେ ଯେଉଁ ଦୁଇଟି ବିସ୍ଫୋରଣ ହୋଇଛି ସେଥିରେ ଆତଙ୍କବାଦୀମାନେ ସମ୍ଭବତଃ ଟାଇମର ଆଇଡି ବ୍ୟବହାର କରିଥିଲେ । ସୁରକ୍ଷା ଦୃଷ୍ଟିରୁ ନରୱାଲର ଟ୍ରାନ୍ସପୋର୍ଟ ନଗରକୁ ରବିବାର ବି ସିଲ କରି ଦିଆଯାଇଛି । ସମ୍ପୂର୍ଣ୍ଣ ନରୱାଲ ଅଞ୍ଚଳରେ ସାନିଟାଇଜେଶନ ଅପରେଶନ ଚାଲିବା ସହ ଯାତାୟାତକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶନିବାର ହୋଇଥିବା ପ୍ରଥମ ବିସ୍ଫୋରଣ ପରେ ତୁରନ୍ତ ପୋଲିସ ଓ ସିଆରପିଏଫର ସଂଯୁକ୍ତଦଳ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ଯାଇଥିଲେ, ହେଲେ ଏହାର ୧୫ ମିନିଟ ପରେ ଆଉ ଏକ ବିସ୍ଫୋରଣ ହୋଇଥିଲା ।

Share