ନର୍ଲା ପୋଲିସର ବଡ଼ ସଫଳତା: ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

ରୁପ୍ରାରୋଡ,୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଇତିମଧ୍ୟରେ କୌଣସି ସୂତ୍ରରୁ ଖବରପାଇ ପୋଲିସ ନର୍ଲା ଥାନା ଅନ୍ତର୍ଗତ ଶାନ୍ତପୁର କେନାଲ ନିକଟରୁ ଏକ ଗଞ୍ଜେଇ ମାଫିଆ ସହ ଗଞ୍ଜେଇ ଓ ଏକ ବାଇକ୍‌ ଜବତ କରିଛି। ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେରଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ କୃତ୍ତିବାସ ପୁଝାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଗଞ୍ଜେଇ ମାଫିଆକୁ ଧରିବାରେ ସକ୍ଷମ ହୋଇଛି। ଉତ୍ତର ପ୍ରଦେଶର ଉଦୟଭାନୁ ସିଂ (୫୬) ଗଞ୍ଜେଇ ମାଫିଆକୁ ପୋଲିସ ଶାନ୍ତପୁର କେନାଲ ନିକଟରୁ ଧରିବା ସହ ଓଡି୧୦-ଏ୧୯୧୨ ହିରୋହୁଣ୍ଡା ବାଇକ ଏବଂ ୧୦କେଜି ୩୯୫ଗ୍ରାମ ଗଞ୍ଜେଇ ଜବତ କରିଛି। ନର୍ଲା ଥାନା କେସ୍‌ ନଂ ୫୯/୨୦୨୩ ଅନୁଯାୟୀ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ନର୍ଲା ପୋଲିସର ସଫଳତାକୁ ସାଧାରଣରେ ବହୁ ପ୍ରଶଂସା କରାଯାଉଛି।