ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏପରିକି କୁହାଯାଇଥିଲା ଯେ ନର୍ଗିସ ପୂର୍ବରୁ ବିବାହିତ ରାଜ କପୁରଙ୍କ ପ୍ରେମରେ ଥିଲେ। ନର୍ଗିସ ଏତେ ସୁନ୍ଦର ଥିଲେ ଯେ ସେ ପ୍ରଥମ ଦେଖାରେ ରାଜ କପୁରଙ୍କ ହୃଦୟରେ ସ୍ଥାନ ପାଇଥିଲେ। ନର୍ଗିସ ପ୍ରଥମେ ନିଜ ଘରେ ରାଜ କପୁରଙ୍କୁ ଭେଟିଥିଲେ। ଶୋ’ମ୍ୟାନ ଭାବରେ ଜଣାଶୁଣା ରାଜ କପୁର ନର୍ଗିସ ମା’ ନୃତ୍ୟଶିଳ୍ପୀ ଜଦ୍ଦାନ ବାଇଙ୍କୁ ଭେଟିବାକୁ ଯାଇଥିଲେ । ସେ ସେତେବେଳେ ଘରେ ନ ଥିଲେ ଏବଂ ନର୍ଗିସ ରାଜଙ୍କ ପାଇଁ ଘର କବାର ଖୋଲିଥିଲେ।
ବଲିଉଡରେ ଗ୍ରେଟ ଶୋମ୍ୟାନ ରାଜ କପୁରଙ୍କ ଅନେକ ପ୍ରସିଦ୍ଧ କାହାଣୀ ଅଛି। ତିନୋଟି ଜାତୀୟ ପୁରସ୍କାର ଏବଂ ୧୧ଟି ଫିଲ୍ମଫେୟାର ପୁରସ୍କାର ପ୍ରାପ୍ତ ରାଜ କପୁର ୧୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ହିନ୍ଦୀ ଚଳଚ୍ଚିତ୍ର ‘ଇନକ୍ଲବ’ରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି ମହାନ ବ୍ୟକ୍ତିତ୍ୱ ମାତ୍ର ୨୪ ବର୍ଷ ବୟସରେ ନିଜର ଷ୍ଟୁଡିଓ ’ଆର.କେ ଷ୍ଟୁଡିଓ’ ପ୍ରତିଷ୍ଠା କରିଥିଲେ। ସେ ପ୍ରାୟ ଚାରି ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଥିଲେ। ରାଜ କପୁର ପ୍ରଥମେ ନର୍ଗିସଙ୍କୁ ଭେଟିବା ମାତ୍ରେ,ତାଙ୍କ ପ୍ରେମରେ ପଡିଥିଲେ। ଦିନେ ନର୍ଗିସ ଏବଂ ରାଜ କପୁର ଏକାଠି ଛୁଟି କଟାଇବାକୁ ଯୋଜନା କରିଥିଲେ। ନର୍ଗିସ ଶୋ’ମ୍ୟାନଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ରାଜ କପୁର ସେଦିନ ତାଙ୍କ ଘରେ ପହଞ୍ଚି ନଥିଲେ।
ଏଭଳି ପରିସ୍ଥିତିରେ ନର୍ଗିସ ସିଧା ରାଜଙ୍କ ଘରକୁ ଯାଇଥିଲେ। ସେତେବେଳେ ରାଜ କପୁରଙ୍କ ଘରେ ପାର୍ଟଙ୍‌ି ଚାଲିଥିଲା। କିନ୍ତୁ ଶୋ’ମ୍ୟାନଙ୍କୁ ଆଉ କେଉଁଠାରେ ଦେଖିବାକୁ ମିଳି ନ ଥିଲା। ଏପରି ପରିସ୍ଥିତିରେ, ତାଙ୍କୁ ଖୋଜି ନର୍ଗିସ ସିଧା ରାଜଙ୍କ ବେଡ୍‌ ରୁମ୍‌କୁ ଯାଇଥିଲେ। ସେ କବାଟ ନ ବାଡେଇ ହଠାତ୍‌ ତାଙ୍କ ଶୋଇବା ଘରକୁ ଯାଇଥିଲେ। ସେଠାରେ ଶୋ’ମ୍ୟାନ ତାଙ୍କ ସ୍ତ୍ରୀଙ୍କ ବେକରେ ହାର ପିନ୍ଧାଉଥିଲେ। ଏହା ଦେଖି ନର୍ଗିସ ଚୁପଚାପ ବାହାରକୁ ଗଲେ। କୁହାଯାଏ ଯେ ନର୍ଗିସ ସେଦିନ ନିଜେ ଅନୁଭବ କରିଥିଲେ ଯେ ଶୋମ୍ୟାନ ରାଜ କପୁରଙ୍କ ସହ ତାଙ୍କର ସମ୍ପର୍କ ଅଧିକ ଦିନ ରହିପାରିବ ନାହିଁ ଏବଂ ଏହି ପ୍ରେମ ଆଗକୁ ବଢିପାରିବ ନାହିଁ। ସେହି ଦିନଠାରୁ ନର୍ଗିସ ରାଜ କପୁରଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଏହା ମଧ୍ୟ କୁହାଯାଏ ଯେ ଏହା ପରେ ନର୍ଗିସ ରାଜ କପୁରଙ୍କୁ ଆଉ ଭେଟି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri