ବିନା ଅନୁମତିରେ ରାଜ୍‌ କପୁରଙ୍କ ବେଡ୍‌ରୁମ୍‌କୁ ପଶିଯାଇଥିଲେ ନର୍ଗିସ: ପରେ ଯାହା ଘଟିଲା…

ଅଭିନେତା ରାଜ କପୁର ଏବଂ ନର୍ଗିସ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନଙ୍କର ଯୋଡିକୁ ମଧ୍ୟ ଦର୍ଶକମାନେ ଭଲ ପାଉଥିଲେ। ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ହୋଇଥିଲା। ଏପରିକି କୁହାଯାଇଥିଲା ଯେ ନର୍ଗିସ ପୂର୍ବରୁ ବିବାହିତ ରାଜ କପୁରଙ୍କ ପ୍ରେମରେ ଥିଲେ। ନର୍ଗିସ ଏତେ ସୁନ୍ଦର ଥିଲେ ଯେ ସେ ପ୍ରଥମ ଦେଖାରେ ରାଜ କପୁରଙ୍କ ହୃଦୟରେ ସ୍ଥାନ ପାଇଥିଲେ। ନର୍ଗିସ ପ୍ରଥମେ ନିଜ ଘରେ ରାଜ କପୁରଙ୍କୁ ଭେଟିଥିଲେ। ଶୋ’ମ୍ୟାନ ଭାବରେ ଜଣାଶୁଣା ରାଜ କପୁର ନର୍ଗିସ ମା’ ନୃତ୍ୟଶିଳ୍ପୀ ଜଦ୍ଦାନ ବାଇଙ୍କୁ ଭେଟିବାକୁ ଯାଇଥିଲେ । ସେ ସେତେବେଳେ ଘରେ ନ ଥିଲେ ଏବଂ ନର୍ଗିସ ରାଜଙ୍କ ପାଇଁ ଘର କବାର ଖୋଲିଥିଲେ।
ବଲିଉଡରେ ଗ୍ରେଟ ଶୋମ୍ୟାନ ରାଜ କପୁରଙ୍କ ଅନେକ ପ୍ରସିଦ୍ଧ କାହାଣୀ ଅଛି। ତିନୋଟି ଜାତୀୟ ପୁରସ୍କାର ଏବଂ ୧୧ଟି ଫିଲ୍ମଫେୟାର ପୁରସ୍କାର ପ୍ରାପ୍ତ ରାଜ କପୁର ୧୦ ବର୍ଷ ବୟସରେ ପ୍ରଥମ ଥର ପାଇଁ ହିନ୍ଦୀ ଚଳଚ୍ଚିତ୍ର ‘ଇନକ୍ଲବ’ରେ ଅଭିନୟ କରିଥିଲେ। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି ମହାନ ବ୍ୟକ୍ତିତ୍ୱ ମାତ୍ର ୨୪ ବର୍ଷ ବୟସରେ ନିଜର ଷ୍ଟୁଡିଓ ’ଆର.କେ ଷ୍ଟୁଡିଓ’ ପ୍ରତିଷ୍ଠା କରିଥିଲେ। ସେ ପ୍ରାୟ ଚାରି ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଥିଲେ। ରାଜ କପୁର ପ୍ରଥମେ ନର୍ଗିସଙ୍କୁ ଭେଟିବା ମାତ୍ରେ,ତାଙ୍କ ପ୍ରେମରେ ପଡିଥିଲେ। ଦିନେ ନର୍ଗିସ ଏବଂ ରାଜ କପୁର ଏକାଠି ଛୁଟି କଟାଇବାକୁ ଯୋଜନା କରିଥିଲେ। ନର୍ଗିସ ଶୋ’ମ୍ୟାନଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ରାଜ କପୁର ସେଦିନ ତାଙ୍କ ଘରେ ପହଞ୍ଚି ନଥିଲେ।
ଏଭଳି ପରିସ୍ଥିତିରେ ନର୍ଗିସ ସିଧା ରାଜଙ୍କ ଘରକୁ ଯାଇଥିଲେ। ସେତେବେଳେ ରାଜ କପୁରଙ୍କ ଘରେ ପାର୍ଟଙ୍‌ି ଚାଲିଥିଲା। କିନ୍ତୁ ଶୋ’ମ୍ୟାନଙ୍କୁ ଆଉ କେଉଁଠାରେ ଦେଖିବାକୁ ମିଳି ନ ଥିଲା। ଏପରି ପରିସ୍ଥିତିରେ, ତାଙ୍କୁ ଖୋଜି ନର୍ଗିସ ସିଧା ରାଜଙ୍କ ବେଡ୍‌ ରୁମ୍‌କୁ ଯାଇଥିଲେ। ସେ କବାଟ ନ ବାଡେଇ ହଠାତ୍‌ ତାଙ୍କ ଶୋଇବା ଘରକୁ ଯାଇଥିଲେ। ସେଠାରେ ଶୋ’ମ୍ୟାନ ତାଙ୍କ ସ୍ତ୍ରୀଙ୍କ ବେକରେ ହାର ପିନ୍ଧାଉଥିଲେ। ଏହା ଦେଖି ନର୍ଗିସ ଚୁପଚାପ ବାହାରକୁ ଗଲେ। କୁହାଯାଏ ଯେ ନର୍ଗିସ ସେଦିନ ନିଜେ ଅନୁଭବ କରିଥିଲେ ଯେ ଶୋମ୍ୟାନ ରାଜ କପୁରଙ୍କ ସହ ତାଙ୍କର ସମ୍ପର୍କ ଅଧିକ ଦିନ ରହିପାରିବ ନାହିଁ ଏବଂ ଏହି ପ୍ରେମ ଆଗକୁ ବଢିପାରିବ ନାହିଁ। ସେହି ଦିନଠାରୁ ନର୍ଗିସ ରାଜ କପୁରଙ୍କ ସହ ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। ଏହା ମଧ୍ୟ କୁହାଯାଏ ଯେ ଏହା ପରେ ନର୍ଗିସ ରାଜ କପୁରଙ୍କୁ ଆଉ ଭେଟି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟି କଟାଇବା ପାଇଁ ଲଣ୍ଡନରେ ପହଞ୍ଚିଲେ ଆଲିଆ-ରଣବୀର

ବଲିଉଡରେ ଆଜିକାଲି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସର୍ମ୍ପକଙ୍କୁ ନେଇ ବେଶ ଚର୍ଚ୍ଚା। ଦୁହିଁଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ମଧ୍ୟ ନାହିଁ। ଏବେ...

କିମ୍‌ ଶର୍ମା-ପେସଙ୍କ ସମ୍ପର୍କରେ ଫାଟ

ମୁମ୍ବାଇ: ଫିଲ୍ମ ‘ମହବତୈ’ରେ ନିଜର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ କିମ୍‌ ଶର୍ମା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ...

ପଶ୍ଚିମବଙ୍ଗରେ ବ୍ୟାନ୍‌ ହେଲା ‘ଦ କେରଲା ଷ୍ଟୋରୀ’

କୋଲକାତା,୮।୫: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ...

ଆଉ ଥରେ ପରଦାକୁ ଆସିବ ‘ପବିତ୍ର ରିସ୍ତା’: ଅଙ୍କିତାଙ୍କ ସହ ମାନବ ଭୂମିକାରେ ନଜର ଆସିବେ ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା ଟେଲି ଧାରାବାହିକ ‘ପବିତ୍ର ରିସ୍ତା’। ତାଙ୍କ ମୃତ୍ୟୁ ପରେ ଓଟିଟି ପ୍ଲାଟଫର୍ମରେ ଏହି ଧାରାବାହିକ...

‘ଆଶିକି-୩’ରେ ଏହି ଅଭିନେତ୍ରୀଙ୍କ ସହ ରୋମନ୍ସ କରିବେ କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୀତ ମୁଭି ‘ଶହଜାଦା’କୁ ନେଇ ଏବେ ଚର୍ଚ୍ଚାରେ । ଏବେ ଏହା ସିନେମା ହଲରେ ଦର୍ଶକଙ୍କ ମନୋରଞ୍ଜନ...

ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ...

ପୁଅକୁ ଜନ୍ମଦିନରେ ‘ସ୍ବଚ୍ଛ ବାୟୁ’ ଉପହାର ଦେଲେ ଜୁହି ଚାଓ୍ବଲା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କେତେକ ଷ୍ଟାର୍‌ କିଡ୍‌ ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଏଥିରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଅଭିନେତ୍ରୀ ଜୁହି...

୬୦ବର୍ଷ ବୟସରେ ଟେନିସ କୋର୍ଟକୁ ଓହ୍ଲାଇଲେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ଏବେ ଫିଲ୍ମ ସହ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଦୀର୍ଘ ଦିନର ବ୍ରେକ୍‌ ପରେ ସେ ବଡ଼...

Advertisement
Archives

Model This Week