Posted inଜାତୀୟ

ଅଷ୍ଟ୍ରେଲିଆର ‘କ୍ୱାର୍ଡ’ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ’ ୨୪ରେ ସିଡନୀରେ ହେବାକୁ ଥିବା ‘କ୍ୱାର୍ଡ’ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏବଂ ଅଷ୍ଟ୍ରେଲିଆ ଏବଂ ଜାପାନର ପ୍ରତିପକ୍ଷଙ୍କ ସହ ସାମିଲ କରିବେ। ଏହି ବୈଠକରେ ୟୁକ୍ରେନ ବିବାଦ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ସମଗ୍ର ପରିସ୍ଥିତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ‘କ୍ୱାର୍ଡ’ ହେଉଛି ଚାରୋଟି ଦେଶର ଏକ ସୁରକ୍ଷା ସଂଳାପ ଗୋଷ୍ଠୀ, ଯେଉଁଥିରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ। ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ‘କ୍ୱାର୍ଡ’ ଶିଖର ସମ୍ମିଳନୀ ଆୟୋଜିତ କରୁଛି।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଜାପାନର ହିରୋସିମା ଗସ୍ତ କରିବାର ସମ୍ଭାବନା ରହିଛି, ଯେଉଁଠାରେ ସେ ଉନ୍ନତ ଅର୍ଥନୀତିର ଜି-୭ ଗୋଷ୍ଠୀର ଶିଖର ବୈଠକରେ ଯୋଗଦେବେ। ଏହି ବୈଠକ ମେ ୧୯ ରୁ ୨୧ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗତ ମାସରେ ଭାରତ ଗସ୍ତରେ ଆସିଥିବା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜି-୭ ଗୋଷ୍ଠୀ ବୈଠକରେ ସାମଲ ହେବାକୁ ନିମନ୍ତ୍ରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri