Categories: ଜାତୀୟ

ଜି-୨୦ ସମ୍ମିଳନୀ: ଆଫଗାନିସ୍ତାନ ସଙ୍କଟକୁ ନେଇ ହେବ ବୌଠକ, ମୋଦି କରିବେ ସମ୍ବୋଧିତ

ନୂଆଦିଲ୍ଲୀ,୧୨ ।୧୦: ଆଫଗାନିସ୍ତାନ ଉପରେ ତାଲିବାନ ନିୟନ୍ତ୍ରଣକୁ ପାଖାପାଖି ୨ ମାସ ପୁରଣ ହେବାକୁ ଯାଉଛି । ଆମେରିକା ସେନାଙ୍କ ପ୍ରତ୍ୟାବର୍ତ୍ତନ, ଆଫଗାନବାସୀଙ୍କ ଦେଶ ଛାଡିବା ମଧ୍ୟରେ ତାଲିବାନ ଶେଷରେ କାବୁଲର ଚାବିକାଠିକୁ ନିଜ ହାତକୁ ନେଇଯାଇଛି । ଏକିତିରେ ଆଫଗାନିସ୍ତାନକୁ ମାନବୀୟ ସଙ୍କଟରୁ ବଞ୍ଚାଇବାକୁ ଭାରତ ସମେତ ଜି-୨୦ ସମୂହ ଦେଶର ନେତା ଅକ୍ଟୋବର ୧୨ରେ ଏକ ବୈଠକରେ ଏକାଠି ହେବାକୁ ଯାଉଛନ୍ତି । ଆମେରିକା, ଚାଇନା, ଫ୍ରାନ୍ସ, ଜାପାନ, ଭାରତ, ଅଷ୍ଟ୍ରେଲିଆ, ଜର୍ମାନୀ ଭଳି ବିଶ୍ୱର ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଇଟାଲିର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗଦେବେ । ଚଳିତ ମାସ ଶେଷରେ ରୋମରେ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ବିଶ୍ୱର ୮୦ ପ୍ରତିଶତ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଦେଶ ଭର୍ଚୁଆଲ ବୈଠକରେ ଯୋଗଦେବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ସମ୍ବୋଧିକ କରିବେ । ବିଶେଷ କରି ଆଫଗାନିସ୍ତାନ ସଙ୍କଟକୁ ନେଇ ଏହି ବୈଠକ ଡକାଯାଇଛି । ଏହି ବୈଠକର ଆଫଗାନ ଲୋକଙ୍କ ପାଇଁ ସହାନୁଭୁତି ଓ ସହଯୋଗକୁ ନେଇ ଆଲୋଚନା କରାଯିବାକୁ ଥିବା ବେଳେ ତାଲିବାନ ସଂଖ୍ୟାଲଘୁ ଓ ମହିଳାଙ୍କ ଉପରେ ଅତ୍ୟାଚାର ନ କରିବା ଉପରେ ଗୁରୁତ୍ୱ ଦିଆଯିବ ।

Share