Posted inଜାତୀୟ

ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି; ସହଯୋଗୀଙ୍କ ଭରସାରେ ତୃତୀୟ ପାଳି

ନୂଆଦିଲ୍ଲୀ,୧୦ା୬:  ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତା ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରବିବାର ସନ୍ଧ୍ୟାରେ ମୋଦି ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୧ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ ଭାଜପାରୁ ୬୧ ଜଣ ଶପଥ ନେଇଥିବାବେଳେ ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକରୁ ୧୧ ଜଣଙ୍କୁ ସୁଯୋଗ ମିଳିଛି।

୫ ବଡ଼ ସହଯୋଗୀ ଦଳକୁ ଗୋଟିଏ ଲେଖାଏ କ୍ୟାବିନେଟ ମନ୍ତ୍ରୀ ପଦ ଦିଆଯାଇଛି। ଏଥର ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ପୂର୍ବ କ୍ୟାବିନେଟର ଅନେକ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ପୁନର୍ବାର ସୁଯୋଗ ଦେଇଥିବାବେଳେ ଉଭୟ ଅଭିଜ୍ଞ ଓ ଯୁବଙ୍କୁ ଗୁରୁତ୍ୱ ଦେଇ ସନ୍ତୁଳନ ବଜାୟ ରଖିବାକୁ ପ୍ରୟାସ କରିଛନ୍ତି। ସୋମବାର ସନ୍ଧ୍ୟା ୫ଟାରେ ମୋଦି ସରକାରଙ୍କ ତୃତୀୟ ପାଳି କ୍ୟାବିନେଟର ପ୍ରଥମ ବୈଠକ ବସିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଶପଥ ନେଇ କ୍ଷମତା ରାଜନୀତିରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମକକ୍ଷ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରବିବାର ସନ୍ଧ୍ୟା ୭ଟା ୧୫ରେ ପ୍ରଥମେ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ। ମୋଦିଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ କ୍ରମାନ୍ବୟରେ ଶପଥ ନେଇଥିଲେ। ପଞ୍ଚମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶପଥ ଗ୍ରହଣ କରିଥିଲେ। ତେଣୁ ଅନ୍ୟ ଜଣେ ବରିଷ୍ଠ ନେତାଙ୍କୁ ଭାଜପା ଅଧ୍ୟକ୍ଷ ପଦ ଦିଆଯାଇପାରେ ବୋଲି କୁହାଯାଉଛି।

ନଡ୍ଡାଙ୍କ ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରାମନ୍‌, ଏସ୍‌. ଜୟଶଙ୍କର, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଓ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ (ଜେଡିଏସ୍‌) ଶପଥ ଗ୍ରହଣ କରିଥିଲେ। ମୋଦି ତାଙ୍କ ପୂର୍ବ କ୍ୟାବିନେଟ ସହଯୋଗୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ସୁଯୋଗ ଦେଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନୀ ଆଓ୍ବାମ୍‌ ମୋର୍ଚ୍ଚା ଅଧ୍ୟକ୍ଷ ଜିତନରାମ ମାଞ୍ଝି ଏବଂ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏମ୍‌ପି ରାଜୀବ ରଞ୍ଜନ ସିଂ ଓରଫ୍‌ ଲଲନ୍‌ ସିଂଙ୍କୁ ମୋଦିଙ୍କ ନୂଆ କ୍ୟାବିନେଟରେ ସୁଯୋଗ ମିଳିଛି। ସେହିପରି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲଙ୍କ ସହ ପୂର୍ବ କ୍ୟାବିନେଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ପ୍ରହ୍ଲାଦ ଜୋଷୀ ଏବଂ ଡ. ବୀରେନ୍ଦ୍ର କୁମାର, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି)ର କେ. ରାମ ମୋହନ ନାଇଡୁ ମଧ୍ୟ ଶପଥ ନେଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଏମ୍‌ପି ଜୁଏଲ ଓରାମ୍‌ ୫ ବର୍ଷର ବ୍ୟବଧାନ ପରେ ପୁଣି କ୍ୟାବିନେଟକୁ ଫେରିଛନ୍ତି। ଜୁଏଲଙ୍କ ପରେ ଗିରିରାଜ ସିଂ ଓ ଅଶ୍ୱିନୀ ବୈଷ୍ଣବ ଶପଥ ନେଇଥିଲେ। ଓଡ଼ିଶାରୁ ୨୦ ଭାଜପା ଏମ୍‌ପି ନିର୍ବାଚିତ ହୋଇଥିବାବେଳେ ଧର୍ମେନ୍ଦ୍ର, ଜୁଏଲ୍‌ ଓ ଅଶ୍ୱିନୀଙ୍କୁ ମିଶାଇ ମାତ୍ର ୩ ଜଣଙ୍କୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂ ଶେଖାଓ୍ବତ ନିଜ ନିଜ ମନ୍ତ୍ରୀପଦ ବଜାୟ ରଖିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଥିବା ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। କ୍ୟାବିନେଟରେ ସାମିଲ ହୋଇଥିବା ଭାଜପାର ଅନ୍ୟ ସଦସ୍ୟମାନେ ହେଲେ ହରଦୀପ ସିଂ ପୁରୀ, ଡ. ମନସୁଖ ମାଣ୍ଡବ୍ୟ ଏବଂ ଜି. କିଷନ ରେଡ୍ଡୀ।

ବିହାର ଏନ୍‌ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଲୋକ ଜନଶକ୍ତି ପାର୍ଟି ରାମବିଳାସ ମୁଖ୍ୟ ଚିରାଗ ପାଶ୍ୱାନ ମଧ୍ୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ହାତେଇବାରେ ସଫଳ ହୋଇଛନ୍ତି। ସେହିପରି ଗୁଜରାଟ ଭାଜପା ସଭାପତି ସି.ଆର୍‌. ପାଟିଲଙ୍କୁ ମଧ୍ୟ ଏଥର କ୍ୟାବିନେଟରେ ସାମିଲ କରାଯାଇଛି।

ଅନ୍ୟପକ୍ଷେ ରାଓ ଇନ୍ଦରଜିତ ସିଂ, ଡ. ଜିତେନ୍ଦ୍ର ସିଂ, ଅର୍ଜୁନରାମ ମେଘଓ୍ବାଲ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ପଦ ବଜାୟ ରଖିଥିବାବେଳେ ଏହି ପାହ୍ୟାରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ପ୍ରତାପରାଓ ଗଣପତରାଓ ଯାଦବ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ଅଧ୍ୟକ୍ଷ ଜୟନ୍ତ ଚୌଧରୀ। ଏନ୍‌ଡିଏର ସର୍ବକନିଷ୍ଠ ସହଯୋଗୀ ଜାତୀୟତାଦାବୀ କଂଗ୍ରେସ ପାର୍ଟି (ଏନ୍‌ସିପି)ରୁ କେବଳ ପ୍ରଫୁଲ ପଟେଲ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ଯଚାଯାଇଥିଲା। କିନ୍ତୁ ପୂର୍ବରୁ ମନମୋହନ ସିଂଙ୍କ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ କ୍ୟାବିନେଟ ମନ୍ତ୍ରୀ ହୋଇସାରିଥିବାରୁ ରାଷ୍ଟ୍ରମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଉପରାଷ୍ଟ୍ରପତି ଜଗଦୀପ ଧନକର, ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ଏବଂ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ସାମିଲ ହୋଇଥିଲେ। ସୁପରଷ୍ଟାର ରଜନୀକାନ୍ତ, ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏଥିରେ ଯୋଗଦେଇଥିଲେ। କିନ୍ତୁ ଅନେକ ବିରୋଧୀ ନେତା ଏହି ସମାରୋହରେ ସାମିଲ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଦୂର ହେବ LPG ସଙ୍କଟ: ଭାରତରେ ପହଞ୍ଚିଲା…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ ଏବଂ ତୈଳ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି।…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri