ଆଶଙ୍କାରେ ଲେକ୍‌ ନ୍ୟୁଟ୍ରାଲ୍‌

ଭୁବନେଶ୍ୱର,୧୦।୬ (ବନ୍ଦନା ସେଠୀ): ସତ୍ୟନଗରସ୍ଥିତ ଡ୍ରେନ୍‌ ନଂ. ୧୦ରେ ଲେକ୍‌ ନ୍ୟୁଟ୍ରାଲ ପ୍ରକଳ୍ପ ପାଇଁ ୨୦୧୭ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୋଟ୍‌ ୩୮ ଏକର ଅଞ୍ଚଳରେ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ଏଥିପାଇଁ ୬୩କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବାବେଳେ ୨ବର୍ଷର ସମୟ ଅବଧି ରଖାଯାଇଥିଲା। ମାତ୍ର ଅବଧି ପୂରଣ ହେବାର ୪ବର୍ଷ ବିତିବାକୁ ବସିଥିବାବେଳେ ଲେକ୍‌ କାମ ସରିପାରୁ ନାହିଁ। ଅପରପକ୍ଷେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ଲାନ୍‌ ଦାଖଲ କରିବାରେ ବିଫଳ ହେବାରୁ କେନ୍ଦ୍ରର ନୋଟିସ୍‌ ଅଫ୍‌ ଡିସିସନ୍‌ (ନୋଡ୍‌) ପାଇବାରେ ପ୍ରକଳ୍ପ ବିଫଳ ହୋଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟରେ ଦାଖଲ ହୋଇଥିବା ପ୍ରାୟ ୭୯କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ବିକାଶ ପାଇଁ ସର୍ବଶେଷ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସେହିପରି ପ୍ରଶାସନିକ ଉଦାସୀନତା ଏବଂ ଏହାର ଡିଜାଇନ୍‌ରେ ବାରମ୍ବାର ପରିବର୍ତ୍ତନ କରିବା ପ୍ରକଳ୍ପ ପ୍ରତ୍ୟାଖାନ ହେବାର ଅନ୍ୟତମ କାରଣ ବୋଲି ଜଣାପଡିଛି। ଏହାଦ୍ୱାରା ସ୍ମାର୍ଟସିଟିକୁ ପ୍ରାୟ ୧୫୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଥିବା ସ୍ମାର୍ଟସିଟିର ଜଣେ କର୍ମଚାରୀ କହିଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଗୋଟିଏ ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତ କରି ନ ପାରିବା ଏବଂ ଏହାଦ୍ୱାରା ପ୍ରକଳ୍ପ ବନ୍ଦ ହେବା ନେଇ ସ୍ମାର୍ଟସିଟିକୁ ସମାଲୋଚନାର ଶୀକାର ହେବାକୁ ପଡିଛି। ତେଣୁ ତରବରିଆ ଭାବେ ନିଜର ଦୋଷ ଲୁଚାଇବାକୁ ଏବେ ବିଭାଗ ଚେଷ୍ଟା ଆରମ୍ଭ କରିଛି। କେନ୍ଦ୍ରର ଅନୁମୋଦନ ନ ମିଳିଲେ ମଧ୍ୟ ପୂର୍ବରୁ ଯେତିକି ଟଙ୍କା ମିଳିଛି ସେଥିରେ ଲେକ୍‌ ନ୍ୟୁଟ୍ରଲ୍‌ର କିଛି ଅଂଶ କାମ କରିବାକୁ ସ୍ମାର୍ଟସିଟି ଅଣ୍ଟା ଭିଡିଛି। ଲେକ୍‌ ନ୍ୟୁଟ୍ରାଲକୁ ୩ଜୋନ୍‌ରେ ଭାଗ କରି ଜୋନ୍‌-୧ ଅନ୍ତର୍ଗତ ପ୍ରାୟ ୧୫୦ ମିଟର ସୌନ୍ଦର୍ଯ୍ୟକରଣ ପାଇଁ କାମ କରାଯାଉଛି। ଏଥିପାଇଁ ୯କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ତେବେ ଜମି ଅଧିଗ୍ରହଣ ହୋଇ ନ ଥିବାରୁ କାମ ସେପରି ଅଧାପନ୍ତରିଆ ହୋଇ ପଡି ରହିଛି। ହାତରେ ଆଉମାତ୍ର ଦିନ କେଇଟା ଥିବାବେଳେ ଜମିଅଧିଗ୍ରହଣ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ରାଜଧାନୀବାସୀଙ୍କୁ ସହର ଭିତରେ ପ୍ରାକୃତିକ ହ୍ରଦର ସୌନ୍ଦର୍ଯ୍ୟ ଉପଭୋଗ କରାଇବାକୁ ଦେଖାଇଥିବା ସ୍ବପ୍ନ ଏକ ପ୍ରକାର ଧୂଳିସାତ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?