Categories: ଜାତୀୟ

ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କହିଲେ ମୋତେ ଲୋକତନ୍ତ୍ରର ପାଠ ପଢାଉଛନ୍ତି

ନୂଆଦିଲ୍ଲୀ,୨୬ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଦେଶରେ ଲୋକତନ୍ତ୍ର ନାହିଁ ବୋଲି କହିଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତିି ଲୋକ ମୋତେ ଗଣତନ୍ତ୍ରର ପାଠ ପଢାଉଛନ୍ତି ହେଲେ ନିଜେ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ପୁଡୁଚେରୀରେ ନିର୍ବାଚନ କରିବାକୁ ଦେଲେ ନାହିଁ । ପରୋକ୍ଷରେ ଏହାକୁ ନେଇ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମୋଦି ଜମ୍ମୁ-କଶ୍ମୀରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟର ଲୋକତନ୍ତ୍ରକୁ ମଜଭୁତ କରିଥିବାରୁ ଶୁଭେଚ୍ଛା ଜଣାଉଛି । ଡିଡିସି ନିର୍ବାଚନରେ ଜମ୍ମୁ-କଶ୍ମୀର ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଛି ବୋଲି ମୋଦି କହିଛନ୍ତି । ମୋଦି ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି ଜମ୍ମୁ-କଶ୍ମୀରର ନିର୍ବାଚନ ସ୍ପଷ୍ଟ ପ୍ରମାଣ କରୁଛି କି ଦେଶରେ ଲୋକତନ୍ତ୍ର କେତେ ମଜଭୁତ ରହିଛି । ଅନ୍ୟପଟେ ପୁଡୁଚେରୀରେ ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମୁୃ୍ୟନିସିପାଲ ଇଲେକ୍ସନ ହୋଇପାରିଲା ନାହିଁ । କାରଣ ସେଠାକାର ସରକାର ଏହା କରାଇ ଦେଉ ନାହାନ୍ତି ବୋଲି ମୋଦି କହିଛନ୍ତି ।

Share