Categories: ଜାତୀୟ

ନିର୍ବାଚନ ମଞ୍ଚରୁ ମୋଦିଙ୍କ ଅପିଲ: ପର୍ବ ସମୟରେ ଯାହାବି କିଣୁଛନ୍ତି ଲୋକାଲ କିଣନ୍ତୁ

ପାଟନା,୨୩ ।୧୦: ବିହାର ପାଇଁ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଉଛି । ଶୁକ୍ରବାର ବିାର ବିଧାନସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସର ଷ୍ଟାର ପ୍ରଚାରକ ମଇଦାନରେ ଥିବା ବେଳେ ଏହା ସାଧାରଣ ଭୋଟରଙ୍କ ମନରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଳପୁରରେ ଯୋଗ ଦେଇଥିବା ଏକ ନିର୍ବାଚନ ରାଲିରେ ଜନତାଙ୍କୁ ଏକ ଅପିଲ କରିଛନ୍ତି । ସେ କହିଛନ୍ତି ପର୍ବପର୍ବାଣି ସମୟରେ ଲୋକମାନେ ଯାହାବି କିଣୁଛନ୍ତି କେବଳ ଲୋକାଲ ଜିନିଷ କିଣନ୍ତୁ । ଏହି ମଞ୍ଚରେ ସେ ଆତ୍ମନିର୍ଭର ବିହାର କଥା କହିଛନ୍ତି । ଭାଗଲପୁରର ସିଲ୍କ ଶାଢୀ, ମଞ୍ଜୁସା ପେଣ୍ଟିଂ ଓ ଅନ୍ୟ ସାମଗ୍ରୀର ଉଦାହରଣ ଦେଇ ମୋଦି କହିଛନ୍ତି ଏଭଳି ଦେଶ ଜିନିଷ କିଣନ୍ତୁ । ଆହୁରି ମଧ୍ୟ ମାଟିର ବାସନ, ଦୀପ ଓ ଖେଳନା କିଣିବାକୁ ମୋଦି କହିଛନ୍ତି । ଏହାଦ୍ୱାରା ବିହାର ଆତ୍ମନିର୍ଭର ହୋଇପାରିବ ଏଠାରେ ସେ ଭୋକଲ ଫର୍ ଲୋକାଲ କଥା ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହା ଏକ ନିର୍ବାଚନ ରାଲି ହୋଇଥିବାରୁ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ମୋଦି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଲାଲୁ ପ୍ରସାଦ ତାଙ୍କ ଶାସନ କାଳ ମଧ୍ୟରେ ବିହାରକୁ ଲୁଟିବାରେ ବ୍ୟସ୍ତ ରହି ନିଜ ପରିବାର ସଦସ୍ୟଙ୍କ ସିନ୍ଦୁକ ଭରିଛନ୍ତି । ବିହାର ଏବେବି ଭଲ ଶିକ୍ଷା, ବିକାଶର ହକଦାର ।

Share