ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ରାଉରକେଲା ଅଫିସ,୧୪ା୫: ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ସହରର ଅଧିକାଂଶ ପ୍ରତିଷ୍ଠାନ ଖୋଲାଖୋଲି ଭାବେ ନଦୀକୁ ନର୍ଦ୍ଦମା ପାଣି ଛାଡୁଛନ୍ତି। ଏ ନେଇ ସରକାରୀ ସ୍ତରରେ କୌଣସି କଟକଣା ଜାରି କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।
ରାଉରକେଲା ଦେଇ କେଉଁ ଆବହମାନ କାଳରୁ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ନଦୀର ଅନେକ ଐତିହାସିକ କିମ୍ବଦନ୍ତୀ ମଧ୍ୟ ରହିଛି। ମାତ୍ର ସହରରେ କ୍ରମବର୍ଦ୍ଧିଷ୍ଣୁ ପ୍ରତିଷ୍ଠାନ ଓ ଶିଳ୍ପ ସଂସ୍ଥା ଗୁଡିକ ସେମାନଙ୍କ ନର୍ଦ୍ଦମା ପାଣି ସିଧାସଳଖ ନଦୀକୁ ଛାଡୁଥିବାରୁ ନଦୀଜଳ ବିଷାକ୍ତ ହେବାରେ ଲାଗିଛି। ଏଥିଯୋଗୁ ଜଳଜୀବ ଓ ସ୍ଥାନୀୟ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ସହରରେ ସ୍ବିରେଜ ସିଷ୍ଟମ ଓ ଓପନ ଡ୍ରେନେଜ ମାଧ୍ୟମରେ ନର୍ଦ୍ଦମା ପାଣି ବ୍ରାହ୍ମଣୀକୁ ନିଷ୍କାସିତ ହେଉଛି। ସ୍ବିରେଜ ସିଷ୍ଟମରେ ସିଭିଲଟାଉନଶିପ୍‌, ଛେଣ୍ଡ ଓ ପାନପୋଷ ଅଞ୍ଚଳର ମଇଳା ପାଣିକୁ ବାଲୁଘାଟ ସ୍ଥିତ ୪୦ମିଲିୟନ ଲିଟର କ୍ଷମତା ବିଶିଷ୍ଟ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି)ରେ ବିଶୋଧନ କରି ବ୍ରାହ୍ମଣୀକୁ ନିଷ୍କାସିତ କରାଯାଉଛି। କିନ୍ତୁ ସିଭିଲ ଟାଉନଶିପ୍‌ରୁ ବାଲୁଘାଟ ତରେକେରା ଯାଏ ଯାଇଥିବା ଓପନ ଡ୍ରେନ୍‌ର ପାଣି ବିନା ଟ୍ରିଟମେଣ୍ଟରେ ନଦୀକୁ ଯାଉଛି। ସ୍ବିରେଜ ପାଇପରେ କମ୍‌ ମାତ୍ରାରେ ଅଳିଆ ପାଣି ଯାଉଥିବା ବେଳେ ଓପନ ଡ୍ରେନ୍‌ରେ ବିପୁଳ ମାତ୍ରାରେ ନର୍ଦ୍ଦମା ପାଣି ନଦୀରେ ମିଶୁଛି। ଏ ସମ୍ପର୍କରେ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଯନ୍ତ୍ରୀ ରମଣୀ ରଞ୍ଜନ ଦାଶଙ୍କୁ ପଚାରିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଏଭଳି ସୂଚନା ପ୍ରଦାନ କରିହେବ ନାହିଁ ବୋଲି ସେ କହିଥିଲେ। ସେହିପରି ରାଉରକେଲା ସ୍ବରେଜ ବିଭାଗ ଜେନେରାଲ ମ୍ୟାନେଜର ଡାକୁଆ ବାବୁଙ୍କୁ ପଚାରିବାରୁ ସେ କହିଲେ, ପାଇପ୍‌ ଯୋଗେ ସିଭିଲ ଟାଉନସିପ୍‌, ଛେଣ୍ଡ ଓ ପାନପୋଷ ଅଞ୍ଚଳର ମଇଳା ପାଣି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରି ନଦୀକୁ ଛଡାଯାଉଛି। ତେବେ ଓପନ ଡ୍ରେନରେ ଅତ୍ୟଧିକ ପାଣି ନିଷ୍କାସିତ ହେଉଛି ବୋଲି ସେ କହିଥିଲେ। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ପ୍ରଶାସନ ପକ୍ଷରୁ ବିଶଦ ଆଲୋଚନା କରାଯିବ ବୋଲି ଆର୍‌ଏମ୍‌ସି ଡେପୁଟି କମିଶନର ସୁଂଧାଶୁ ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ଝଟ୍‌କା, ଟି-୨୦ ବିଶ୍ୱକପ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଲେ…

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢ଼ିଛି। ଷ୍ଟାର ଓପନର ଅଭିଷେକ ଶର୍ମା ଅସୁସ୍ଥ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହା ଘୋଷଣା କରିଛି। ଶର୍ମା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ଟି-୨୦ ବିଶ୍ୱକପରୁ ବାହାରିଲେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ,୧୧।୨: ନ୍ୟୁଜିଲାଣ୍ଡ ICC ଟି-୨୦ ବିଶ୍ୱକପ ୨୦୨୬ରେ ଲଗାତାର ଦୁଇଟି ମ୍ୟାଚ ଜିତି ଏକ ଦୃଢ଼ ଆରମ୍ଭ କରିଥିଲା, କିନ୍ତୁ କିୱି ଦଳ ଚଳିତ ଟୁର୍ନାମେଣ୍ଟରେ ଏକ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri