Posted inଜାତୀୟ

ସ୍ତ୍ରୀ IAS, ସ୍ୱାମୀ IPS: ନକ୍ସଲ ପ୍ରବଣ ଜିଲା ସମ୍ଭାଳୁଛନ୍ତି ଚର୍ଚ୍ଚିତ ଅଫିସର ଦମ୍ପତି

ରାୟପୁର,୧୮ା୧: ଛତିଶଗଡ଼ର ଯୁବ ଅଫିସର ଦମ୍ପତି ଏବେ ନିଜର କାର୍ଯ୍ୟଦକ୍ଷତା ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସ୍ତ୍ରୀ ଆଇଏଏସ୍ (IAS) ଏବଂ ସ୍ୱାମୀ ଆଇପିଏସ୍ (IPS)। ଉଭୟ ଏବେ ରାଜ୍ୟର ଦୁଇଟି ନକ୍ସଲ ପ୍ରବଣ ଜିଲାର କମାଣ୍ଡ ସମ୍ଭାଳୁଛନ୍ତି। ମଙ୍ଗଳବାର ରାଜ୍ୟ ପ୍ରଶାସନରେ ହୋଇଥିବା ବଡ଼ ଧରଣର ଅଦଳବଦଳ ପରେ ଏହି ଦମ୍ପତିଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

ଛତିଶଗଡ଼ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୧୧ ଜଣ ଆଇଏଏସ୍ ଅଫିସରଙ୍କ ବଦଳି ତାଲିକାରେ ଚର୍ଚ୍ଚିତ ଅଫିସର ନମ୍ରତା ଜୈନଙ୍କ ନାମ ରହିଛି। ତାଙ୍କୁ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ନମ୍ରତା ପୂର୍ବରୁ ସୁକମା, ରାୟପୁର, ମହାସମୁନ୍ଦ ଏବଂ କୋରିଆ ଭଳି ଜିଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିସାରିଛନ୍ତି। ଜିଲାପାଳ ଭାବେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ।

ନମ୍ରତାଙ୍କ ସ୍ୱାମୀ ନିଖିଲ ରାଖେଚା ଜଣେ ଦକ୍ଷ ଆଇପିଏସ୍ ଅଫିସର। ସେ ବର୍ତ୍ତମାନ ନକ୍ସଲ ପ୍ରବଣ ଗରିଆବନ୍ଦ ଜିଲାର ଏସପି (SP) ଭାବେ କାର୍ଯ୍ୟରତ। ନିଖିଲଙ୍କ ନେତୃତ୍ୱରେ ପୋଲିସ ବହୁ ବଡ଼ ସଫଳତା ପାଇଛି। ବିଶେଷ କରି ୧ କୋଟି ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ଜୟରାମ ଓରଫ ଚଲପତି ସମେତ ଅନେକ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଏନକାଉଣ୍ଟର କରି ସେ ବାହାବା ସାଉଁଟିଛନ୍ତି। ତାଙ୍କ ଭୟରେ ଅନେକ ନକ୍ସଲ ମଧ୍ୟ ଆତ୍ମସମର୍ପଣ କରିଛନ୍ତି।

ଏହି ଦମ୍ପତିଙ୍କ ପାଇଁ ନକ୍ସଲ ଅଞ୍ଚଳରେ କାମ କରିବା ନୂଆ ନୁହେଁ। ପୂର୍ବରୁ ଯେତେବେଳେ ନମ୍ରତା ସୁକମା ଜିଲାର ଜିଲା ପରିଷଦ ସିଇଓ (CEO) ଥିଲେ, ସେତେବେଳେ ନିଖିଲ ସେଠାରେ ଅତିରିକ୍ତ ଏସପି ଭାବେ ନିୟୋଜିତ ଥିଲେ। ସେତେବେଳେ ମଧ୍ୟ ଏହି ଯୋଡ଼ିଙ୍କ ଉତ୍ତମ ସମନ୍ୱୟ ଓ କାର୍ଯ୍ୟଶୈଳୀକୁ ନେଇ ବେଶ ପ୍ରଶଂସା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ନମ୍ରତା ଏବଂ ନିଖିଲ ୨୦୨୧ ମସିହାରେ କୋର୍ଟ ମ୍ୟାରେଜ୍ କରିଥିଲେ। ଦୁଇଟି ସମ୍ବେଦନଶୀଳ ଜିଲାର ଦାୟିତ୍ୱ ସମ୍ଭାଳି ଏହି ଅଫିସର ଦମ୍ପତି ଏବେ ଦେଶର ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri