ନିର୍ବାଚନ ପ୍ରଚାର କଲେ ବିଧାୟକ ନରସିଂହ

ଲୋଇସିଂହା,୬।୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମରେ କଂଗ୍ରେସ ଜିଲା ପରିଷଦ ପ୍ରାର୍ଥୀ ତନୟା ବେହେରାଙ୍କ ପାଇଁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏକ ନିର୍ବାଚନ ସଭା କରିଥିଲେ। ଏପରକି ଦଳୀୟ ପ୍ରାର୍ଥୀଙ୍କ ପାଇଁ ୮ଟି ଗାଁରେ ଘରକୁ ଘର ବୁଲି ବିଧାୟକ ନରସିଂହ ପ୍ରଚାର କରିଥିଲେ। କୁଶଙ୍ଗରୁ ଆରମ୍ଭ ହୋଇଥିବା ପ୍ରଚାର ଯୋଗୀସର୍ଡା ଗ୍ରାମରେ ଶେଷ ହୋଇଥିଲା।

ଯୋଗୀସର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରା ଅଧ୍ୟକ୍ଷତା କରିଥିଲେ। ସଭାର ବିଧାୟକ ନରସିଂହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଟାର୍ଗେଟ କରିଥିଲେ। ଏପରିିକି ସେ ଭିକ୍ଷୁକ ବ୍ରାହ୍ମଣ ଓ ବୁଢାବାଘ କାହାଣୀ ଉପସ୍ଥାନା କରିଥିଲେ। କାହାଣୀଟି ଥିଲା, ଗୋଟିଏ ବୁଢାବାଘ ଏକ ପୋଖରୀ ନିକଟରେ ପଡି ରହିଥିଲା। ସେହି ସମୟରେ ଜଣେ ଭିକ୍ଷୁକ ବ୍ରାହ୍ମଣ ପୋଖରୀକୁ ଗାଧୋଇବାକୁ ଆସିଥିଲେ। ଭିକ୍ଷୁକ ବ୍ରାହ୍ମଣଙ୍କୁ ଦେଖି ବୁଢାବାଘଟି କହିଥିଲା ମୁ ବହୁତ ପାପ କରିଛି। ମୋ ପାପର ପ୍ରାୟଶ୍ଚିତ ପାଇଁ ପାଖରେ ଥିବା ସୁନାକଙ୍କଣ ଦାନ କରିବ। ହେଲେ ଲୋଭରେ ଭିକ୍ଷୁକ ବ୍ରାହ୍ନଣ ବାଘ ପାଖକୁ ଯିବାରୁ ତାଙ୍କୁ ବୁଡ଼ାବାଘଟି ଝାମ୍ପି ଖାଇଥିଲା। ସ୍ଥାନୀୟ ପଞ୍ଚାୟତ ନିର୍ବାଚନରେ ହୋଇଥିବା ନାଟକୀୟ ମୋଡ ଘଟଣାକୁ ମିଶ୍ରଙ୍କ ଏହି କାହଣୀ ଇଙ୍ଗିତ କରୁଥିବା ଅଞ୍ଚଳରେ ଆଲୋଚନା ହେଉଛି।