ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ

ବଲାଙ୍ଗୀର,୧୮ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡିଶାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଏବଂ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ବୋଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ୍‌ ଠାରେ ଆୟୋଜିତ ଜନମତ ଓ ବିଧାୟକ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି। ପ୍ରତି ବିଧାନସଭା ଅଧିବେଶନ ପୂର୍ବରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ସହରର ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ବିଭିନ୍ନ ସାମାଜିକ, ସାଂସ୍କୃତିକ ସଙ୍ଗଠନ ଓ ଶିକ୍ଷାନୁଷ୍ଠାନ ସଦସ୍ୟ ଏବଂ ଜନସାଧାରଣଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ବିଧାନସଭାରେ ଆଲୋଚନା କରିବା ଯୋଗ୍ୟ ତାକୁ ନେଇ ବିଚାର ଆଲୋଚନା କରିବା ସହ ଜନମତ ଲୋଡିଥାନ୍ତି। ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ରଧରଣ ଜନମତ ଓ ବିଧାୟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶେଷକରି ବଲାଙ୍ଗୀର ଜିଲାର ଶିକ୍ଷା ସମସ୍ୟା, ଦୟନୀୟ ସ୍କୁଲ ସ୍ଥିତି ଏବଂ ସ୍ବାସ୍ଥ୍ୟ ସମସ୍ୟା ସହ ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି କ୍ରମଶଃ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ଜୋରସୋର ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଗାମୀ ବିଧାନସଭାରେ ଆଲୋଚନା କରିବାକୁ ସର୍ବସମ୍ମତ ମତପ୍ରକାଶ ପାଇଥିଲା। ବିଶେଷକରି କୋଶଲୀ ଭାଷା ସ୍ବୀକୃତି, କଳାକାରଙ୍କୁ ଅପମାନ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ ବୋଲି ସେ କହିଥିଲେ। ଏହାସହିତ ବଲାଙ୍ଗୀରରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଆୟୁର୍ବେଦ ଚିକିତ୍ସାରେ ଉନ୍ନତି, ରାସ୍ତାଘାଟ ଓ ଟ୍ରାଫିକ ସମସ୍ୟା, ବେରୋଜଗାରୀ ସମସ୍ୟା ବନ୍ଧକଟାକୁ ଆସିଥିବା ଅନୁଦାନ ଖର୍ଚ୍ଚ ନ ହୋଇ ପଡି ରହିବା ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କୁ ସେ ପୁଣି ଥରେ ସତର୍କ କରିଦେଇଥିଲେ ଯେ, ବର୍ତ୍ତମାନ ପଶ୍ଚିମ ଓଡିଶାରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ପ୍ରଖର ହେଲାଣି ା ଏଥିପାଇଁ ସରକାରଙ୍କ ବୈମାତୃକ ମନୋଭାବ ଦାୟୀ। ଏଣୁ ବଲାଙ୍ଗୀର ଓ ପଶ୍ଚିମ ଓଡିଶାର ଉନ୍ନତି ଦିଗରେ ସରକାର ଧ୍ୟାନ ନ ଦେଲେ ଫଳ ଯାହା ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ ଚେତାବନୀ ଶୁଣାଇଥିଲେ। ବୈଠକରେ ପ୍ରସିଦ୍ଧ ଦାର୍ଶନିକ ବ୍ରଜ ବିହାରୀଙ୍କ ପାଣ୍ଡୁଲିପିକୁ ପୁସ୍ତକରେ ପ୍ରକାଶନ କରିବା ଦିଗରେ ଓଡିଶା ସାହିତ୍ୟ ଏକାଡେମୀ ଉପରେ ଚାପ ପକାଇବାକୁ ଡ ପ୍ରେମଚାନ୍ଦ ମହାନ୍ତି ଦାବି କରିଥିଲେ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ସମସ୍ୟା ପ୍ରସଙ୍ଗକୁ ବୁଦ୍ଧିଜୀବୀ ଆହ୍ଳାଦ ପୂଜାରୀ ଉଠାଇ ଏଦିଗରେ ଠୋସ୍‌ ପଦକ୍ଷେପ ନିଆଯିବା ଜରୁରୀ ବୋଲି କହିଥିଲେ। ଗୋପଭୂଷଣ ନାଥ ଚାଷୀ ସମସ୍ୟା, ଡା ଲକ୍ଷ୍ମୀକାନ୍ତ ମହାପାତ୍ର ଭୀମଭୋଇ ମେଡିକାଲ କଲେଜର ଡାକ୍ତର ଅଭାବ ଏବଂ ଅନ୍ୟାନ୍ୟ ସମସା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନାରେ ପ୍ରଫେସର ମଧୁସୁଦନ ପତି, ଶୋଭନ ଅଗ୍ରୱାଲ, ରତନ ମହାରଣା, ଗୁରୁ ଘାସିରାମ ମିଶ୍ର, ଶିକ୍ଷାବିଦ୍‌ ପୀତବାସ ପଣ୍ଡା, ପ୍ରଭାକର ମିଶ୍ର, ଧର୍ମବ୍ରତ ରଥ, ସୁନିଲ ମହାନ୍ତି, ଗୋପବନ୍ଧୁ ପୁରୋହିତ, ରତନ ମହାରଣା, ନରେନ୍ଦ୍ର ଆଚାର୍ଯ୍ୟ, ଆୟୁର୍ବେଦିକ କଲେଜ ଛାତ୍ରୀମାନେ ମତାମତ ରଖିଥିଲେ। ସଙ୍ଗଠକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri