ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ

ବଲାଙ୍ଗୀର,୧୮ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡିଶାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା ଏବଂ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ ବୋଲି ସ୍ଥାନୀୟ ହୋଟେଲ ସେଲିବ୍ରେସନ୍‌ ଠାରେ ଆୟୋଜିତ ଜନମତ ଓ ବିଧାୟକ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି। ପ୍ରତି ବିଧାନସଭା ଅଧିବେଶନ ପୂର୍ବରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ସହରର ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ବିଭିନ୍ନ ସାମାଜିକ, ସାଂସ୍କୃତିକ ସଙ୍ଗଠନ ଓ ଶିକ୍ଷାନୁଷ୍ଠାନ ସଦସ୍ୟ ଏବଂ ଜନସାଧାରଣଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ବିଧାନସଭାରେ ଆଲୋଚନା କରିବା ଯୋଗ୍ୟ ତାକୁ ନେଇ ବିଚାର ଆଲୋଚନା କରିବା ସହ ଜନମତ ଲୋଡିଥାନ୍ତି। ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ରଧରଣ ଜନମତ ଓ ବିଧାୟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଶେଷକରି ବଲାଙ୍ଗୀର ଜିଲାର ଶିକ୍ଷା ସମସ୍ୟା, ଦୟନୀୟ ସ୍କୁଲ ସ୍ଥିତି ଏବଂ ସ୍ବାସ୍ଥ୍ୟ ସମସ୍ୟା ସହ ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି କ୍ରମଶଃ ବୃଦ୍ଧି ପାଇଚାଲିଥିବା ଆଞ୍ଚଳିକ ବୈଷମ୍ୟ ପ୍ରସଙ୍ଗକୁ ଜୋରସୋର ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ଆଗାମୀ ବିଧାନସଭାରେ ଆଲୋଚନା କରିବାକୁ ସର୍ବସମ୍ମତ ମତପ୍ରକାଶ ପାଇଥିଲା। ବିଶେଷକରି କୋଶଲୀ ଭାଷା ସ୍ବୀକୃତି, କଳାକାରଙ୍କୁ ଅପମାନ ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ ବୋଲି ସେ କହିଥିଲେ। ଏହାସହିତ ବଲାଙ୍ଗୀରରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଆୟୁର୍ବେଦ ଚିକିତ୍ସାରେ ଉନ୍ନତି, ରାସ୍ତାଘାଟ ଓ ଟ୍ରାଫିକ ସମସ୍ୟା, ବେରୋଜଗାରୀ ସମସ୍ୟା ବନ୍ଧକଟାକୁ ଆସିଥିବା ଅନୁଦାନ ଖର୍ଚ୍ଚ ନ ହୋଇ ପଡି ରହିବା ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କୁ ସେ ପୁଣି ଥରେ ସତର୍କ କରିଦେଇଥିଲେ ଯେ, ବର୍ତ୍ତମାନ ପଶ୍ଚିମ ଓଡିଶାରେ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ପ୍ରଖର ହେଲାଣି ା ଏଥିପାଇଁ ସରକାରଙ୍କ ବୈମାତୃକ ମନୋଭାବ ଦାୟୀ। ଏଣୁ ବଲାଙ୍ଗୀର ଓ ପଶ୍ଚିମ ଓଡିଶାର ଉନ୍ନତି ଦିଗରେ ସରକାର ଧ୍ୟାନ ନ ଦେଲେ ଫଳ ଯାହା ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସେ ଚେତାବନୀ ଶୁଣାଇଥିଲେ। ବୈଠକରେ ପ୍ରସିଦ୍ଧ ଦାର୍ଶନିକ ବ୍ରଜ ବିହାରୀଙ୍କ ପାଣ୍ଡୁଲିପିକୁ ପୁସ୍ତକରେ ପ୍ରକାଶନ କରିବା ଦିଗରେ ଓଡିଶା ସାହିତ୍ୟ ଏକାଡେମୀ ଉପରେ ଚାପ ପକାଇବାକୁ ଡ ପ୍ରେମଚାନ୍ଦ ମହାନ୍ତି ଦାବି କରିଥିଲେ। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ସମସ୍ୟା ପ୍ରସଙ୍ଗକୁ ବୁଦ୍ଧିଜୀବୀ ଆହ୍ଳାଦ ପୂଜାରୀ ଉଠାଇ ଏଦିଗରେ ଠୋସ୍‌ ପଦକ୍ଷେପ ନିଆଯିବା ଜରୁରୀ ବୋଲି କହିଥିଲେ। ଗୋପଭୂଷଣ ନାଥ ଚାଷୀ ସମସ୍ୟା, ଡା ଲକ୍ଷ୍ମୀକାନ୍ତ ମହାପାତ୍ର ଭୀମଭୋଇ ମେଡିକାଲ କଲେଜର ଡାକ୍ତର ଅଭାବ ଏବଂ ଅନ୍ୟାନ୍ୟ ସମସା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଆଲୋଚନାରେ ପ୍ରଫେସର ମଧୁସୁଦନ ପତି, ଶୋଭନ ଅଗ୍ରୱାଲ, ରତନ ମହାରଣା, ଗୁରୁ ଘାସିରାମ ମିଶ୍ର, ଶିକ୍ଷାବିଦ୍‌ ପୀତବାସ ପଣ୍ଡା, ପ୍ରଭାକର ମିଶ୍ର, ଧର୍ମବ୍ରତ ରଥ, ସୁନିଲ ମହାନ୍ତି, ଗୋପବନ୍ଧୁ ପୁରୋହିତ, ରତନ ମହାରଣା, ନରେନ୍ଦ୍ର ଆଚାର୍ଯ୍ୟ, ଆୟୁର୍ବେଦିକ କଲେଜ ଛାତ୍ରୀମାନେ ମତାମତ ରଖିଥିଲେ। ସଙ୍ଗଠକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri