ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ ଓରଫ ଉତ୍କଳ କେଶରୀ ପଶାୟତ (୩୦), ନାଣ୍ଡୁ ଓରଫ ଅଭିଜିତ ମହାନ୍ତି (୨୫), ପୋଡ଼ା ଓରଫ ଗୁଡ଼ୁ ଓରଫ ପ୍ରିୟବ୍ରତ ତ୍ରିପାଠୀ (୨୫), ବାଉଁ ଓରଫ ହିମାଂଶୁ ଶେଖର ନାୟକ (୩୦) ଏବଂ ଓମ୍‌ ଓରଫ ରୁଦ୍ର ପ୍ରସାଦ ଚାନ୍ଦ(୨୨)। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ଖାଲି କ୍ୟାଟ୍ରିଜ୍‌, ଗୋଟିଏ କାର୍‌ (ନଂ. ଓଡି୦୫-ଏମ-୮୬୦୬), ଗୋଟିଏ ସ୍କୁଟର (ନଂ. ଓଡି୦୫-ଏମ-୬୭୫୪), ଗୋଟିଏ ମୋଟରସାଇକେଲ (ନଂ.ଓଡି୦୫-ଏସ୍‌-୮୬୮୨) ଏବଂ ୪ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ନୂଆପଡ଼ା ଅଞ୍ଚଳର ବାସିନ୍ଦା। ତେବେ ନାଣ୍ଡୁ ହତ୍ୟାକାରୀ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିବା କଥାକୁ ପୋଲିସ ତଦନ୍ତ ପରେ ସତ ବାହାରିଛି। ଅଭିଯୁକ୍ତ ନାଣ୍ଡୁ ଗୁଳି ଭର୍ତ୍ତି ବନ୍ଧୁକ ଆଣିଥିଲେ ଓ ମଦ ନିଶାରେ ବଚସାରୁ ହୁକୁ ଓରଫ ଉତ୍କଳ କେଶରୀ ଗୁଳି ଚଳାଇଛନ୍ତି ବୋଲି ପୋଲିସ ସ୍ପଷ୍ଟ କରିଛି।
ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ମଧୁପାଟଣା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, ଗତ ବୁଧବାର ଅପରାହ୍ନରେ ମୃତକ ସୌମ୍ୟରଞ୍ଜନ ଜେନା ଓରଫ ରିଙ୍କୁ ଏବଂ ଗିରଫ ଅଭିଯୁକ୍ତମାନେ ମିଳିତ ଭାବେ ଭୋଜି କରିଥିଲେ। ତେବେ ମଦ ନିଶାରେ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଲାଗି ଏଭଳି କାଣ୍ଡ ହୋଇଥିଲା। ଅଭିଯୁକ୍ତ ନାଣ୍ଡୁ ଭୁବନେଶ୍ୱରରେ ଏକ ମାମଲାରେ ଓ୍ବାଣ୍ଟେଡ୍‌ ଥିଲେ। ସେଠାରୁ ସେ ଖସି ଆସି ନୂଆପଡ଼ା ଅଞ୍ଚଳରେ ଥିବା ନିଜ ଘରେ ଲୁଚି ରହୁଥିଲେ। କୌଣସି ମୋବାଇଲ ବ୍ୟବହାର କରୁ ନ ଥିଲେ। ଅନ୍ୟତମ ଅଭିଯୁକ୍ତମାନେ ନାଣ୍ଡୁଙ୍କ ସାଙ୍ଗ ଭାବେ ପରସ୍ପର ସହ ମିଳାମିଶା କରନ୍ତି। ଘଟଣା ଦିନ ସମସ୍ତେ ମଦ ପିଇବା ପାଇଁ ପ୍ରେସ୍‌ କଲୋନୀର ପରିତ୍ୟକ୍ତ କ୍ୱାର୍ଟର୍ସରେ ଏକାଠି ହୋଇଥିଲେ। ନାଣ୍ଡୁ ତାଙ୍କ ଘରୁ ବନ୍ଧୁକ ଆଣି ସେଠାରେ ପହଞ୍ଚତ୍ ଥିଲେ। ଅଭିଯୁକ୍ତ ହୁକୁ ବନ୍ଧୁକଟିକୁ ନାଣ୍ଡୁଠାରୁ ନେଇ ମୁଁ ଟିକେ ବାହାରୁ ବୁଲିଆସୁଛି ବୋଲି କହିଥିଲେ। ସେ ଏବଂ ବାଉଁ ସାଙ୍ଗ ହୋଇ ଲକ୍ଷେଶ୍ୱର ମନ୍ଦିର ଆଡ଼ୁ ବୁଲିଆସି ସେଠାରେ ପହଞ୍ଚତ୍ଥିଲେ। ଅପରାହ୍ନ ସମୟ ଥିଲା। ସେମାନେ ପହଞ୍ଚତ୍ଲା ପରେ ରିଙ୍କୁ ଏବଂ ଓମ୍‌ ତାଙ୍କୁ କହିଲେ, ବନ୍ଧୁକ ଖାଲି ଧରି ବୁଲୁଛୁ ନା ଚଳାଇବାର କିଛି ସାହସ ଅଛି। ଏହାକୁ ନେଇ ପରସ୍ପର ମଧ୍ୟରେ ଥଟ୍ଟାମଜା ହୋଇଥିଲା। ମୃତ ରିଙ୍କୁ ହସୁଥିବା ଦେଖି ହୁକୁ କହିଥିଲେ, ତୁ ତ ହସୁଛୁ। ଏତେ ବଡ଼ ହେଲୁଣି, ବାହାଘର ହେଉନାହିଁ ଆଦି ବିଭିନ୍ନ କଥା କହି କମେଣ୍ଟ ମାରିଥିଲେ। ରିଙ୍କୁ ପ୍ରତ୍ୟୁତ୍ତରରେ ତମେ ବାହା ହୋଇ ବାପାଙ୍କ ପଇସାରେ ଚଳୁଛ ବୋଲି ଆକ୍ଷେପ କରି କହିଥିଲେ। ଏଭଳି ବାର୍ତ୍ତାଳାପ ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପରସ୍ପର ମଧ୍ୟରେ ଥଟ୍ଟାମଜାରୁ ଏକ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା। ସମସ୍ତେ ମଦ ନିଶାରେ ଚୁର ଥିଲେ। ଏତିକି ବେଳେ ବାଉଁ ଆଉ ଓମ୍‌ କହିଲେ, ଦମ୍‌ ଅଛିତ ଗୁଳି ଚଲାଇକି ଦେଖା। ଏଭଳି କଥାରେ ପ୍ରଭାବିତ ହୋଇ ହୁକୁ ବନ୍ଧୁକର ଟ୍ରିଗର ଟିପି ଦେଇଥିଲେ। ସଙ୍ଗେ ସଙ୍ଗେ ରିଙ୍କୁଙ୍କ ଛାତିରେ ଗୁଳି ବାଜି ସେ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲେ। ସେମାନେ ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ ନ ନେଇ ଖସିବାକୁ ଯୋଜନା କରିଥିଲେ। ନାଣ୍ଡୁ ଗୁଳିକାଣ୍ଡର ଦୋଷ ନିଜ ଉପରକୁ ନେବାକୁ ସେମାନେ କହିଥିଲେ। ସେ ବେଲ୍‌ରେ ଆସିବା ପାଇଁ ଯାହା ପଇସା ଖର୍ଚ୍ଚ ହେବେ ଅନ୍ୟମାନେ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ। ସେମାନେ ଭାବିଥିଲେ ମେଡିକାଲ ନେଇଯିବା ପରେ ରିଙ୍କୁ ବଞ୍ଚତ୍ୟିବେ। ଏଭଳି ଯୋଜନା କରୁଥିବା ବେଳେ ବହୁତ ଡେରି ହୋଇଯାଇଥିଲା। ତେବେ ଅଭିଯୁକ୍ତ ଓମ୍‌ ଏବଂ ନାଣ୍ଡୁ ପ୍ରଥମେ ରିଙ୍କୁଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ସ୍କୁଟରରେ ନେଇଥିଲେ। ସେଠାରେ ହୁକୁ ଓ ବାଉଁ ପହଞ୍ଚତ୍ଥିଲେ। ପରେ ରିଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ନାଣ୍ଡୁ ଓ ପୋଡ଼ା ଘଟଣାସ୍ଥଳକୁ ଫେରିଆସିଥିଲେ। ସେଠାରେ ବନ୍ଧୁକରୁ ଜୀବନ୍ତ ଗୁଳି ବାହାର କରିଦେଇଥିଲେ। ଖାଲି କ୍ୟାଟ୍ରିଜ୍‌କୁ ସଂଗ୍ରହ କରିଥିଲେ। ସେଠାରୁ ସେ ନିଜ ଘର ୪୨ ମୌଜାକୁ ପଳାଇଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେ ସେଠାରେ ବନ୍ଧୁକ, ଗୁଳି, ଖାଲି କ୍ୟାଟ୍ରିଜ୍‌କୁ ଲୁଚାଇ ଦେଇଥିଲେ। ସମସ୍ତେ ଫେରାର ହୋଇଯାଇଥିଲେ। ପୋଲିସର ତଦନ୍ତକାରୀ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରି ଶୁକ୍ରବାର ଅପରାହ୍ନରେ ନିଜ କବ୍‌ଜାକୁ ନେଇଥିଲା ବୋଲି ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri