ରାତିରେ ଖୋଲିବ ନନ୍ଦନକାନନ, ଜାଣନ୍ତୁ ସମୟସୀମା ଏବଂ କିପରି କରିବେ ଟିକେଟ ବୁକିଂ

ଭୁବନେଶ୍ୱର,୧୦।୩: ଏଣିକି ରାତିରେ ନାନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ।

ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦, ୨୦୨୪ ରୁ ଆରମ୍ଭ ହେବ। ଏହା ହେଉଛି ଏକ ଉଲ୍ଲେଖନୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଯେଉଁଥିରେ ଜଙ୍ଗଲ ଏବଂ ସେମାନଙ୍କର ବିବିଧ ବାସିନ୍ଦା ଜୀବନ୍ତ ହେବାପରେ ଅଂଶଗ୍ରହଣକାରୀମାନେ ରାତିର ପଶୁମାନଙ୍କର ଚମତ୍କାର ରାତ୍ରି ସମୟର ଆଡାପ୍ଟେସନ୍ ବିଷୟରେ ଜାଣିପାରିବେ।

ଏହି କାର୍ଯ୍ୟକ୍ରମଟି ଅଂଶଗ୍ରହଣକାରୀମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ସଂଗ୍ରହରୁ ମନୋନୀତ ରାତିର ପଶୁମାନଙ୍କ ବିଷୟରେ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛି।

  • ଏହି କାର୍ଯ୍ୟକ୍ରମ କେବଳ ରବିବାର କରାଯିବ।
  • ଏହି ଦିନ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।
  • ସେମାନଙ୍କୁ ବୁଲାଇବା ପାଇଁ ବ୍ୟାଟେରୀ ଚଳିତ ଗାଡି ବ୍ୟବସ୍ଥା କରାଯିବ।
  • ଅନଲାଇନ୍ ମାଧ୍ୟମରେ ଲୋକମାନେ ଟିକେଟ କରିପାରିବେ
  • ରାତି ସମୟରେ ବୁଲିବା ପାଇଁ ଟିକେଟ ଦ୍ୱାରା ୨୫୦ ଟଙ୍କା ରହିଛି।
  • ଏଥିପାଇଁ ଯାତ୍ରୀମାନଙ୍କୁ ସନ୍ଧ୍ୟା ୬ଟା ୧୫ ସୁଧା ଆସି ବହୁତଳ କାର ପାର୍କିଂ ସେଣ୍ଟରରେ ପହଂଚିବାକୁ ପଡିବ।
  • ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ ରେ ଆରମ୍ଭ ହୋଇ ୮ଟା ସମୟରେ ଶେଷ ହେବ।
  • ଭିତରକୁ ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ବ୍ୟାଗ ନେବାକୁ ଅନୁମତି ଦିଆଯିବ ନାହିଁ।
  • ସେହିପରି ଯାତ୍ରୀଙ୍କୁ କୌଣସି ଉଚ୍ଚ ଦକ୍ଷତାପୂର୍ଣ୍ଣ କ୍ୟାମେରା ମଧ୍ୟ ସାଙ୍ଗରେ ନେବାକୁ ଅନୁମତି ଦିଆଯିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ଧାନବିକ୍ରି ଟୋକନ ନ ମିଳିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟ ସମୟ ଆସି ଯାଇଛି। ମାତ୍ର ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଚାଷୀମାନେ ଗତ ରବିରେ ଅମଳ କରିଥିବା ଧାନ…

ନାବାଳିକା ଝାଡ଼ୁବିକାଳିଙ୍କୁ ଗଣବଳାତ୍କାର: ରାତିରେ ଉଠିଥିବା ବେଳେ…

କେନ୍ଦ୍ରାପଡ଼ା, ୧୭।୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଜଜାଙ୍ଗଠାରେ ଜଣେ ନାବାଳିକା ଝାଡୁ ବିକାଳି ଗଣବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି।…

ଟୋଲ୍ ଟ୍ୟାକ୍ସ ଉପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଏମାନଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ,୧୭।୬: ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଲମ୍ବା ଧାଡ଼ି ଏବଂ ବାରମ୍ବାର ଟୋଲ୍ ଦେୟ ଦେବାର ଅସୁବିଧାରୁ ମୁକ୍ତି ପାଇବାକୁ ଯାଉଛି । କେନ୍ଦ୍ର ସରକାର ଉନ୍ନତ ପ୍ରଯୁକ୍ତିବିଦ୍ୟା…

ମୋଦିଙ୍କ ସହ ସମ୍ପର୍କକୁ ନେଇ କହୁ କହୁ ଏମିତି କହିଲେ ମେଲୋନି: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୧୭।୬: ବିଶ୍ୱ ନେତାମାନେ ଜି-୭ ଶିଖର ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଫରାସୀ ସହର ଏଭିଆନରେ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ,…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲେବାନନ୍‌ରୁ ଇସ୍ରାଏଲ୍‌ ଓହରିବା ଆବଶ୍ୟକ: ଇରାନ

ଦୁବାଇ,୧୭ା୬: ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ ଲାଗି ଆମେରିକା ଓ ଇରାନ ସହମତିରେ ପହଞ୍ଚତ୍ଥିବା ଏବଂ ଆସନ୍ତା ୧୯ର ଉଭୟ ପକ୍ଷ ଆନୁଷ୍ଠାନିକ ଭାବେ ଚୁକ୍ତିନାମା ସ୍ବାକ୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri