ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ: ହଟହଟା ପର୍ଯ୍ୟଟକ

ଭୁବନେଶ୍ୱର,୭।୧(ବ୍ୟୁରୋ): ନନ୍ଦନକାନନ ଟିକେଟ କାଉଣ୍ଟରକୁ ବନ୍ଦ କରିଦିଆଯାଇଛି। ସରକାରଙ୍କ ନୂଆ କୋଭିଡ ନିୟମ ଅନୁଯାୟୀ, ଶୁକ୍ରବାରଠାରୁ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ନନ୍ଦନକାନନ ଟିକେଟ କାଉଣ୍ଟର ବନ୍ଦ ରହିବ। ପର୍ଯ୍ୟଟକ କେବଳ ଅନଲାଇନରେ ଟିକେଟ ବୁକ କରି ନନ୍ଦନକାନନ ବୁଲି ପାରିବେ । ଏହି ନୂଆ ନିୟମ ଯୋଗୁ ନନ୍ଦନକାନନ ଫାଟକ ସମ୍ମୁଖରେ, ହଜାର ହଜାର ପର୍ଯ୍ୟଟକ ହଟହଟା ହେବାର ଦେଖାଯାଇଛି । ଅନେକ ପର୍ଯ୍ୟଟକ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଛନ୍ତି ।
ଅନ୍ୟପଟେ ଅନ ଲାଇନ ସର୍ଭର ଜାମ ରହିବା ଯୋଗୁ ଅନଲାଇନ ଟିକେଟ ବୁକ କରିବା ସମ୍ଭବ ହେଉନାହିଁ ବୋଲି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ଏହାର ସୁଯୋଗ ନେଇ କିଛି କଳାବଜାରୀ ତତ୍ପର ହୋଇ ଉଠିଛନ୍ତି।