ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୩।୮(ଡି.ଏନ୍‌.ଏ.): ନନ୍ଦନକାନନରେ ବୁଧବାର ବିଶ୍ୱ ହସ୍ତୀ ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି। ମହାମାରୀ କରୋନା ପାଇଁ ସବୁ କିଛି ଫିକା ପଡ଼ିଯାଇଥିଲା। ଏଥର ହାତୀମାନଙ୍କୁ ସାଜସଜ୍ଜା କରାଯାଇ ନ ଥିଲା। କେବଳ ସେମାନଙ୍କୁ ସୁସ୍ବାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏହାକୁ ହାତୀଶାଳରେ ହିଁ ପାଳନ କରାଯାଇଥିଲା। ହାତିଶାଳରେ ଥିବା ବସନ୍ତୀ, ପ୍ରେମା, ହୀରା ଉତ୍ସବରେ ସାମିଲ ହୋଇଥିବାବେଳେ ଡାକ୍ତରଖାନା ପାଖ ରେସ୍କ୍ୟୁ ସେଣ୍ଟରରେ ଥିବା ଛୁଆ ହାତୀ ମାମା ପାଖକୁ ନନ୍ଦନକାନନ ନିର୍ଦ୍ଦେଶକ ଶଶୀପଲ, ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଜୁଲୋଜି ବିଭାଗର ମୁଖ୍ୟ ଶିବପ୍ରସାଦ ପରିଡ଼ା, ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା ପ୍ରମୁଖ ଆସି ଖାଦ୍ୟ ଖାଇବାକୁ ଦେଇଥିଲେ। ଅନ୍‌ଲାଇନରେ ତିନୋଟି ପର୍ଯ୍ୟାୟରେ ମୋ ସାଙ୍ଗ ହାତୀ, ହାତୀଙ୍କ ଆବାସସ୍ଥଳୀ, ହାତୀ ସଂରକ୍ଷଣ ଆଦି ବିଷୟକୁ ନେଇ ଗତ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କ ନାମ ଏହି ଅବସରରେ ଘୋଷଣା କରାଯାଇଥିଲା। ମାହୁନ୍ତମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବା ସହ ହାତୀ ସୁରକ୍ଷାର ବାର୍ତ୍ତା ନନ୍ଦନକାନନ କର୍ତ୍ତୃପକ୍ଷ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନ୍ତୁ ବିଭାଗ ରେଞ୍ଜର ସୁଦୀପ୍ତ କୁମାର ପଣ୍ଡା, ଗନ୍ଥାଘର ଦାୟିତ୍ୱରେ ଥିବା ରେଞ୍ଜର ରଞ୍ଜନ କୁମାର ଦାସ, ଶିକ୍ଷା ଅଧିକାରୀ ମିଲନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri