ମୁଣ୍ଡ ଟେକିଲାଣି ଡି-ବ୍ରଦର୍ସ ଗ୍ୟାଙ୍ଗ୍‌

କଟକ ଅଫିସ,୧୩।୮: ଅନେକ ଦିନର ବ୍ୟବଧାନ ପରେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତାଙ୍କ ଡି-ଗ୍ୟାଙ୍ଗ ସହରରେ ପୁଣି ମୁଣ୍ଡ ଟେକିଲାଣି। ଗ୍ୟାଙ୍ଗର ପୂର୍ବତନ ସଦସ୍ୟଙ୍କୁ ଫେରାଇଆଣି ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟକୁ ପୁଣିଥରେ ମଜଭୁତ୍‌ କରିବା ପାଇଁ ଉଦ୍ୟମ ଚାଲିଛି। ବିଭିନ୍ନ ଅପରାଧ ସହ ଦାଦାବଟି ଆଦାୟ କରାଯାଉଛି। ଲାଲବାଗ ଥାନା ପୋଲିସ ବୁଧବାର ଏହି ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିବା ପରେ ଡି- ବ୍ରଦର୍ସ ଗ୍ୟାଙ୍ଗ୍‌ ପୁଣି ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କାଳିଗଳିର ଡାନି ଓରଫ ଶଶିକାନ୍ତ ଖଣ୍ଡେଇ (୩୪) ଓ ହସିନାବାଦର ରଣିଆ ଓରଫ ରଞ୍ଜିତ ସିଂ (୪୯)। ଜଣେ ଯୁବକଙ୍କୁ ଗ୍ୟାଙ୍ଗରେ ମିଶିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ଉଭୟ ଗିରଫ ହୋଇଛନ୍ତି। ଏମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍‌ ଓ ଗୋଟିଏ ୭.୬୫ ଏମ୍‌ଏମ୍‌ ବନ୍ଧୁକ ସମେତ ୬୯ଟି ଗୁଳି ଜବତ କରାଯାଇଛି। ପୂର୍ବରୁ ମଧ୍ୟ ଡାନି ଧଳଭ୍ରାତାଙ୍କ ଲିଙ୍କରେ ଗିରଫ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଙ୍କାବଜାରର ରିଆଜ ବକ୍ସ (୩୨) ମଙ୍ଗଳବାର ଲାଲବାଗ ଥାନାରେ ଏକ ଅଭିଯୋଗ କରିଥିଲେ ଯେ ରାତି ୮ଟା ବେଳେ ଅଭିଯୁକ୍ତ ଡାନି ଓ ରଣିଆ ଫୋନ୍‌ କରି ତାଙ୍କୁ ଚୂନଭାଟି ଗଳିକୁ ଡକାଇଥିଲେ। ଗ୍ୟାଙ୍ଗରେ ମିଶିବା ପାଇଁ ସେମାନେ ରିଆଜଙ୍କୁ ପ୍ରଲୋଭନ ଦେଖାଇଥିଲେ। ସେ ରାଜି ନ ହେବାରୁ ଉଭୟ ଧମକ ଦେଇଥିଲେ। ସେମାନଙ୍କ ନିକଟରୁ ଖସିଆସି ରିଆଜ ରାତି ପ୍ରାୟ ୧୧ଟାରେ ଲାଲବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ଖୋଳତାଡ଼ କରିବା ପରେ କେସ୍‌ ନଂ ୧୯୫/୨୦ରେ ଆଇପିସି ଧାରା ୨୯୪, ୫୦୬, ୩୮୫, ୩୮୬, ୧୨୦(ବି), ଆର୍ମସ ଆକ୍ଟ-୨୫ (୧-ଏ, ୧-ଏଏ), ୨୭ ଅନୁଯାୟୀ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଡିସିପି ପ୍ରତୀକ ସିଂ କହିଛନ୍ତି, ଏହି ଦୁଇଜଣଙ୍କ ଲିଙ୍କରେ କେଉଁମାନେ ଅଛନ୍ତି, ସେମାନଙ୍କୁ ଖୋଜାଯିବ।

ଗ୍ୟାଙ୍ଗ୍‌ ସଜାଡ଼ିବାରେ ସକ୍ରିୟ ଥିଲେ ଡାନି, ରଣିଆ

ଡାନି ଓ ରଣିଆ ଡି-ବ୍ରଦର୍ସ ଗ୍ୟାଙ୍ଗକୁ ସକ୍ରିୟ କରିବା ପାଇଁ କାମ କରୁଥିଲେ। ପୂର୍ବରୁ ଡାନି ଡି-ଗ୍ୟାଙ୍ଗର ଜଣେ ପ୍ରମୁଖ ସହଯୋଗୀ ଥିଲେ। ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ଡାନିଙ୍କୁ ମଧ୍ୟ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିଲା। ସେ ଜେଲରୁ ଫେରିବା ପରେ ପୁଣି ଡି- ବ୍ରଦର୍ସ ସାମ୍ରାଜ୍ୟକୁ ଚଳାଇବା ପାଇଁ କାମ ଆରମ୍ଭ କରିଦେଇଥିଲେ। ଏପରିକି ଧଳସାମନ୍ତ ଭ୍ରାତାଙ୍କୁ ହାଜର ପାଇଁ କୋର୍ଟକୁ ଅଣାଯିବା ବେଳେ ଡାନି ସେମାନଙ୍କୁ ଭେଟୁଥିଲା ବୋଲି ପୋଲିସ କହିଛି। ଡାନିଙ୍କ ନେତୃତ୍ୱରେ କଟକ ଓ ଏହାର ଉପକଣ୍ଠରେ ଥିବା ବାଲିଘାଟରୁ ଦାଦାବଟି ଆଦାୟ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

ହୋମ୍‌ଷ୍ଟେରୁ ମିଳିଲା ପ୍ରେମିକାଙ୍କ ମୃତଦେହ, ପ୍ରେମିକଙ୍କୁ ଅଟକ ରଖି…

ଗୁଆହାଟି,୨୮।୯: ଗୌହାଟୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗର ଜଣେ ୨୧ ବର୍ଷୀୟା ଛାତ୍ରୀ ନିମିଷା ଠାକୁରିଆଙ୍କୁ ଗାରାଲ-ଧାରାପୁର ଅଞ୍ଚଳର ଏକ ହୋମ୍‌ଷ୍ଟେରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି…

ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା…

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?