Categories: ଜାତୀୟ

ସିଙ୍ଗାପୁରରେ ନାନ୍ସି ପେଲୋସି

କୁଆଲାଲମ୍ପୁର, ୨ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ଏସିଆ ଗସ୍ତ ଆରମ୍ଭ ହୋଇଛି। ସୋମବାର ସେ ଏକ ପ୍ରତିନିଧି ମଣ୍ଡଳୀ ସହ ସିଙ୍ଗାପୁରରେ ପହଞ୍ଚିଛନ୍ତି। ତାଙ୍କ ଗସ୍ତର ବିବରଣୀ ରିପୋର୍ଟ କରିବାକୁ କୌଣସି ଗଣମାଧ୍ୟମକୁ ଅନୁମତି ମିଳିନାହିଁ। ନାନ୍ସି ସିଙ୍ଗାପୁର ରାଷ୍ଟ୍ରପତି ହାଲିମାହ ୟାକୋବ, ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୋଙ୍ଗ୍‌ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ଭେଟିଛନ୍ତି। ସିଙ୍ଗାପୁରରେ ଥିବା ଆମେରିକାନ୍‌ ଚାମ୍ବର ଅଫ୍‌ କର୍ମସରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ତାଇଓ୍ବାନ୍‌ ଗସ୍ତକୁ ନେଇ ସସ୍‌ପେନ୍ସ ଜାରିରହିଛି। ବିଧିବଦ୍ଧ ଭାବେ ଏ ନେଇ କୌଣସି ଘୋଷଣା ହୋଇ ନ ଥିଲେ ହେଁ ମଙ୍ଗଳବାର ରାତିରେ ନାନ୍ସି ତାଇଓ୍ବାନରେ ପହଞ୍ଚିପାରନ୍ତି ବୋଲି କୁହାଯାଉଛି। ପୂର୍ବରୁ ନାନ୍ସିଙ୍କ ତାଇଓ୍ବାନ ଗସ୍ତକୁ ବିରୋଧ କରି ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିବା ଚାଇନା ଏହା ଉପରେ କଡ଼ା ନଜର ରଖିଛି।

Share