ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍‌ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା କୋଇରାଲାଙ୍କ ଲଭ୍‌ଷ୍ଟୋରୀ। ଏକ ସମୟରେ ପରସ୍ପରର ପ୍ରେମରେ ପାଗଳ ଥିଲେ ଦୁହେଁ। ସେମାନେ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ପାଇଁ ସେମାନଙ୍କ ସମ୍ପର୍କ ତୁଟିଯାଇଥିଲା।

କୁହାଯାଏ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଅଗ୍ନିସାକ୍ଷୀ’ର ଶୁଟିଂ ସେଟ୍‌ରୁ ଏହି ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ସେତେବେଳେ ନାନା ବିବାହିତ ଥିଲେ ହେଁ ସ୍ତ୍ରୀଙ୍କଠାରୁ ଅଲଗା ରହୁଥିଲେ। ଏଣୁ ମନିଷାଙ୍କ ସହ ମିଳାମିଶା ଉପରେ କିଛି ପ୍ରତିବନ୍ଧକ ନ ଥିଲା। ଅନେକ ଦିନ ଧରି ସେମାନେ ଏକାଠି ସମୟ ବିତାଇବା ପରେ ବିବାହ କରିବାକୁ ସଜ ହୋଇଥିଲେ ମନିଷା। ହେଲେ ଏହି ସମୟରେ ଅଭିନେତ୍ରୀ ଆୟେଶା ଜୁଲ୍କା ନାନାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ। ପରେ ସବୁକିଛି ବଦଳି ଯାଇଥିଲା।

ନାନା ଧିରେ ଧିରେ ଆୟେଶାଙ୍କ ନିକଟତର ହୋଇଥିଲେ। ଏକଦା ଆୟେଶାଙ୍କୁ ଭେଟିବାକୁ ଯାଇଥିବାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଧିରେ ଧିରେ ଏହା ବଢ଼ିବାକୁ ଲାଗିଥିଲା। ଶେଷରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏନେଇ ପଚରା ଯାଇଥିଲେ ହେଁ କେବେ କେହି ମୁହଁ ଖୋଲି ନ ଥିଲେ। ମାତ୍ର ଆୟେଶା ଯଦି ଆସି ନ ଥାନ୍ତେ ତେବେ ଉଭୟ ବିବାହ କରିଥାନ୍ତେ ବୋଲି ଆଜି ବି ଚର୍ଚ୍ଚା ହୁଏ।

Share