ଭୁବନେଶ୍ୱର,୧୫।୭: ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ କରିବାର ୩ ଦିନ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏବେ ଏହାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଗଲାଣି। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶା ବନ୍ଦ ଡାକରାକୁ ଏମପି ପ୍ରତାପ ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏବେ କଂଗ୍ରେସର ଅସ୍ତିତ୍ୱ ହଜି ଯାଇଥିବା ବେଳେ ଏବେ ଏହି ଘଟଣା ଯେମିତି ଦଳକୁ ଅକ୍ସିଜେନ ଯୋଗାଇ ଦେଇଛି। ଷଡଙ୍ଗୀ କହିଛନ୍ତି କଂଗ୍ରେସ ସମୟରେ ଛବିରାଣୀ ହତ୍ୟାକାଣ୍ଡ, ଅଞ୍ଜନା ମିଶ୍ର ବଳାତ୍କାର ଘଟଣା ଭଳି ଅନେକ ଘଟଣା ଘଟଛି। ଏବେ ଏମାନେ ଗଣମାଧ୍ୟମ ସାମ୍ନାରେ ଖାଲି ଡ୍ରାମା କରୁଛନ୍ତି। ମୃତ ଦେହକୁ ନେଇ ଆଉ କେତେ ରାଜନୀତି କରିବେ ବୋଲି ପ୍ରଶ୍ନ କରିଛନ୍ତି ଏମପି ପ୍ରତାପ ଷଡଙ୍ଗୀ। ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ଘଟିଥିଲା। ତେଣୁ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଆଦୌ ଠିକ ନୁହେଁ।


