Posted inଖେଳ

୫୦୦୦ ମିଟରରେ ନମିତା, ତାରକଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ର ୬୯ତମ ସଂସ୍କରଣ କିଟ୍‌ ଓ କିସ୍‌ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ଆରମ୍ଭ ହୋଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌ରେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗର ସୋନାଲି ଚାନ୍ଦ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ସଭାପତି ଜି.ଏସ୍‌. ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ସହଯୋଗୀ ସମ୍ପାଦକ ବିଭୂତି ଭୂଷଣ ପଣ୍ଡା ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଷୟିକ ନିର୍ଦ୍ଦେଶକ ଲ୍ୟୁଟନାଣ୍ଟ କଲୋନେଲ ଏ. ରାଜେଶ, ଚିଫ୍‌ ଅପରେଟିଂ ଅଫିସର କ୍ୟାପ୍‌ଟେନ ଦୀନେଶ ସୁରୀ ପ୍ରମୁଖ ସ୍ବତନ୍ତ୍ରଭାବେ ଆମନ୍ତ୍ରିତ ହୋଇଥିଲେ। ବିଭିନ୍ନ ବୟସ ବର୍ଗ (ଉଭୟ ମହିଳା ଓ ପୁରୁଷ)ରେ ୧୫୦୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ୧୦୦ ଟିମ୍‌ ଅଫିସିଆଲ, ୨୦୦ ଟେକ୍ନିକାଲ ଅଫିସିଆଲ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ୨୨ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ୨୫ ପର୍ଯ୍ୟନ୍ତ ଚାଲିବ।
ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ପୁରୁଷ ୫୦୦୦ ମିଟର ରେସ୍‌ରେ ମୟୂରଭଞ୍ଜର ତାରକ ମାଣ୍ଡି, ମହିଳା ୫୦୦୦ ମିଟର ରେସ୍‌ରେ ବରଗଡ଼ର ନମିତା ପ୍ରଧାନ ଏବଂ ମହିଳା ଜାଭେଲିନ ଥ୍ରୋରେ ଓଡ଼ିଶା ପୋଲିସର ସସ୍ମିତା ବେହେରା ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିପରି ୧୪ ବର୍ଷରୁ କମ୍‌ ବାଳକ ୬୦୦ ମିଟର ରନ୍‌ରେ କେନ୍ଦୁଝରର ସଞ୍ଜୟ ହାଁସଦା, ହାଇଜମ୍ପରେ କିଟ୍‌ର ଲଳିତ ଲାଗୁରି, ଶଟ୍‌ପୁଟ୍‌ରେ କଟକର ସତ୍ୟଜିତ ତ୍ରିପାଠୀ, ୧୬ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ ସୋନପୁରର ଉମେଶ ବେହେରା, ଶଟ୍‌ପୁଟ୍‌ରେ ଜଗତ୍‌ସିଂହପୁରର ମାନସ ଖଟୁଆ, ୧୮ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ ପାରାଦୀପ ପୋର୍ଟର ଅମିତ ଅମନ ରାଉତ, ଶଟ୍‌ପୁଟ୍‌ରେ କଟକର ଓଁକାର ପ୍ରସାଦ ନନ୍ଦ, ୨୦ ବର୍ଷରୁ କମ୍‌ ୫୦୦୦ ମିଟର ରେସ୍‌ରେ କିଟ୍‌ର ପଙ୍କଜ ସୋରେନ, ହାଇଜମ୍ପରେ ଜଗତ୍‌ସିଂହପୁରର ଅନନ୍ତ କୁମାର ସ୍ବାଇଁ, ଶଟ୍‌ପୁଟ୍‌ରେ ସମୀର କୁମାର ଲେଙ୍କା ଓ ୨୩ ବର୍ଷରୁ କମ୍‌ ବାଳକ ୫୦୦୦ ମିଟର ରେସ୍‌ରେ ନୂଆପଡ଼ାର ରଶ୍ମି ରଞ୍ଜନ ନାୟକ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ବରଗଡ଼ର ଅରୁଣା ବାରିକ, ୬୦୦ ମିଟର ରେସ୍‌ରେ ଭୁବନେଶ୍ୱରର ସୁନୀତା ପିଙ୍ଗୁଆ, ୧୬ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ଭୁବନେଶ୍ୱରର ପାର୍ବତୀ ହାଁସଦା, ଜାଭେଲିନ୍‌ ଥ୍ରୋରେ ଯାଜପୁରର ତେଜସ୍ବିନୀ ଧଳ, ୧୮ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ କୋରାପୁଟର ସଞ୍ଜୁ ହାନ୍ତାଳ, ଜାଭେଲିନ ଥ୍ରୋରେ ସୁନ୍ଦରଗଡ଼ର ଅମ୍ରିତା ଡୁଙ୍ଗଡୁଙ୍ଗ, ୨୦ ବର୍ଷରୁ କମ୍‌ ବାଳିକା ୫୦୦୦ ମିଟର ରେସ୍‌ରେ କଟକର ସ୍ବର୍ଣ୍ଣଲତା ଶର୍ମା, ଜାଭେଲିନ୍‌ ଥ୍ରୋରେ କିଟ୍‌ର ପି. ଅର୍ପିତା ଅର୍ଚ୍ଚନା ସାହୁ, ୨୩ ବର୍ଷରୁ କମ୍‌ ବାଳିକା ୫୦୦୦ ମିଟର ରେସ୍‌ରେ ନୂଆପଡ଼ାର ଗୁଲାପ ରାଉତ, ଜାଭେଲିନ୍‌ ଥ୍ରୋରେ ସୁନ୍ଦରଗଡ଼ର ଦମୟନ୍ତୀ ଖେସ୍‌ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri