Categories: ଜାତୀୟ

ଗାଁ ମୁହାଁ ନାମିବ୍ୟା ଚିତା: ବନ ବିଭାଗ ନାକେଦମ

ଭୋପାଳ,୨।୪: କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ନାମିବ୍ୟା ଚିତା ଏବେ ଗାଁ ମୁହଁା ହୋଇଛନ୍ତି। ଓବାନ ନାମକ ଏକ ଚିତା ଉଦ୍ୟାନରୁ ବାହାରି ଏକ ଗାଁରେ ପହଞ୍ଚିଛି। ବାଘକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ପାଇବା ପରେ ବନ ବିଭାଗର ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ବାଘକୁ ଏବେ ଖୋଜା ଚାଲିଛି।
ସେପ୍ଟେମ୍ବର ୨୦୨୨ରେ ନାମିବ୍ୟାରୁ ୮ଟି ଚିତା ଭାରତକୁ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ୨୦୨୨ରେ କୁନୋ ଜାତୀୟ ଉଦ୍ୟାନରେ ଚିତାଗୁଡିକୁ ଛଡାଯାଇଥିଲା। ଗତ ଫେବୃଆରୀ ମାସରେ ଏହି ଚିତାଗୁଡିକୁ ବଡ଼ ଏନକ୍ଲୋଜରରୁ ଖୋଲା ଜଙ୍ଗଲକୁ ଛାଡି ଦିଆଯାଇଥିଲା।

Share