Posted inଜାତୀୟ

୨ ମାସରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମ ପୋଲିସ ତାଲିକାରୁ ହଟିଲା: ଶାସକ-ବିରୋଧୀ ମୁହାଁମୁହିଁ…

ବେଙ୍ଗାଲୁରୁ,୨୮।୨ : କର୍ନାଟକରେ ରାଜ୍ୟ ପୋଲିସ ବିଭାଗ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମକୁ ତାଲିକାରୁ ହଟାଇ ଦେଇଛି। ଏନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟର ଭାଜପା ସରକାର ଏହା ଜାଣିଶୁଣି କରିଛନ୍ତି, ଯାହା ଦ୍ୱାରା ଆଗାମୀ ବିଧାନସଭା ନିର୍ବାଚନରେ ଅପରାଧ ସହିତ ସମ୍ପୃକ୍ତ ଥିବା ଲୋକଙ୍କୁ ବ୍ୟବହାର କରାଯାଇପାରିବ। ବିଧାନସଭାରେ କଂଗ୍ରେସ ପକ୍ଷରୁ ଏକ ପ୍ରଶ୍ନ ଉଠିଥିଲା ଯେ ପୋଲିସ ଏହାର ତାଲିକାରୁ ବହୁ ସଂଖ୍ୟକ ଅପରାଧୀଙ୍କ ନାମ ହଟାଇଛି। ଦଳ ଅଭିଯୋଗ କରିଛି ଯେ ଚଳିତ ବର୍ଷ ପ୍ରଥମ ଦୁଇ ମାସରେ ପୋଲିସ ୭ ହଜାର ୩୩୬ ଜଣଙ୍କ ନାମ ହଟାଇ ଦେଇଛି। ଏଭଳି ଲୋକେ ସମାଜ ତଥା ଆଇନ ଶୃଙ୍ଖଳା ପାଇଁ ଭଲ ନୁହନ୍ତି। କଂଗ୍ରେସ ଅନୁଯାୟୀ, ଆସନ୍ତା ବିଧାନସଭା ନିର୍ବାଚନରେ ଭାଜପା ଏହି ସାମାଜିକ ବିରୋଧୀ ବ୍ୟକ୍ତି ବିଶେଷଙ୍କୁ ଟିକଟ ଦେବା ସହିତ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବ।

କଂଗ୍ରେସ ବିଧାୟକ ତଥା ପୂର୍ବତନ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଲୋକଙ୍କ ନାମ ଅପରାଧ ତାଲିକାରୁ ହଟାଯାଇଥିବାବେଳେ ୪ ବର୍ଷ ମଧ୍ୟରେ ପ୍ରାୟ ୨୦ ହଜାର ଅପରାଧୀଙ୍କ ନାମ ଜାଣିଶୁଣି ହଟାଯାଇଛି।. ବିଧାନସଭା ନିର୍ବାଚନରେ ଏହି ଲୋକମାନଙ୍କୁ ବ୍ୟବହାର କରିବା ଭାଜପାର ଯୋଜନା ଅତ୍ୟନ୍ତ  ଦୁର୍ଭାଗ୍ୟଜନକ।

ରାଜ୍ୟ ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ୨୦୧୮ ପରଠାରୁ ପ୍ରାୟ ୨୬,୫୦୦ ଜଣଙ୍କ ନାମ ଅପରାଧ ତାଲିକାରୁ ହଟାଇ ଦିଆଯାଇଛି। ଗତ ବର୍ଷ ୩,୩୨୪ ଜଣଙ୍କ ନାମ ହଟାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅପରାଧ ତାଲିକାରେ ୪୬ ହଜାର ଲୋକଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri