Categories: ଜାତୀୟ

ସୁପ୍ରିମ୍‌କୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ୫ ହାଇକୋର୍ଟ ବିଚାରପତିଙ୍କ ନାମ ସୁପାରିଶ…

ନୂଆଦିଲ୍ଲୀ,୧୩।୧୨ : ସୁପ୍ରିମକୋର୍ଟ କଲେଜିୟମ, ଭାରତର ପ୍ରଧାନ ବିଚାରପତି (ସିଜେଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇଁ ପାଞ୍ଚ ଜଣ ହାଇକୋର୍ଟର ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିବା ୫ ଜଣ ବିଚାରପତିଙ୍କ ମଧ୍ୟରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତାଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ , ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପି.ଭି ସଞ୍ଜୟ କୁମାର ଅଛନ୍ତି। ସେହିପରି ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କ ନାମ ସୁପାରିଶ କରାଯାଇଛି।

Share