ନାମ ନୁହେଁ ମାନ

ଆସିଲା ବର୍ଷା ଏବଂ ମୁଖ୍ୟତଃ ଉତ୍ତରଭାରତରେ ଆରମ୍ଭ ହେଲା ବୋଲବମ୍‌ ଯାତ୍ରା। ଓଡ଼ିଶାରେ ଆମେ ଯାହାକୁ ବୋଲବମ୍‌ କହୁ ସେମାନଙ୍କୁ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ କାଉଡ଼ିଆ ଡାକନ୍ତି। ଏହି ଧାର୍ମିକ ଯାତ୍ରାରେ ସାଧାରଣତଃ ଗୋଟିଏ ନଦୀ କିମ୍ବା ପୋଖରୀରୁ ଜଳ ନେଇ କିଛି ଦୂରରେ ଥିବା ଶୈବପୀଠକୁ ଯାଇ ସେଠାରେ ଶିବଲିଙ୍ଗ ଉପରେ ପାଣି ଢଳାଯାଇଥାଏ। ଏଭଳି କରୁଥିବା ଯୁବତୀଯୁବକ ସବୁବେଳେ ନିଜର ଧାର୍ମିକ ବିଶ୍ୱାସ ପାଇଁ ଏହି ଯାତ୍ରା କରନ୍ତି ନାହିଁ। ଓଡ଼ିଶା ଭଳି ରାଜ୍ୟରେ ଆମେ ଦେଖିଛୁ ଯେ ଧନୀ ଲୋକମାନେ ଭଡ଼ାରେ ଅନେକ ଲୋକଙ୍କୁ ଏହି ଯାତ୍ରା କରାଉଥିବା ବେଳେ ଆହୁରି ଅନେକେ ନିଜ ଇଚ୍ଛାରେ ମଧ୍ୟ କାଉଡ଼ିଆ ଭାବେ ପଦଯାତ୍ରା କରିଥାନ୍ତି। ଏବେ ଏହି ଯାତ୍ରା ପାଇଁ ଉତ୍ତର ପ୍ରଦେଶ ସରକାର ଏକ ଅଦ୍ଭୁତ ନିୟମାବଳୀ ଘୋଷଣା କରିଥିଲେ। ପ୍ରଥମେ କାଉଡ଼ିଆ ଭକ୍ତମାନେ ଯାଉଥିବା ମୁଜାଫର ନଗର ରାସ୍ତାକଡ଼ରେ ଥିବା ସମସ୍ତ ଢାବା, ହୋଟେଲ ଓ ଠେଲାଗାଡ଼ିରେ ଦୋକାନୀଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ଆଦେଶ କେବଳ ମୁଜାଫରନଗର ନୁହେଁ, ସାରା ରାଜ୍ୟରେ ଲାଗୁ କରିଥିଲେ। ଏହାପରେ ଉତ୍ତରାଖଣ୍ଡ ସରକାର ସମାନ ପ୍ରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଦୁଇ ରାଜ୍ୟ ପରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ମ୍ୟୁନିସିପାଲିଟି ସହରର ସମସ୍ତ ଖାଦ୍ୟ ବିକ୍ରେତାଙ୍କୁ ସାଇନବୋର୍ଡରେ ସେମାନଙ୍କ ନାମ ଓ ମୋବାଇଲ ଫୋନ୍‌ ନମ୍ବର ଲେଖିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର ଉଲ୍ଲଂଘନ କଲେ ଜରିମାନା ଦେବାକୁପଡ଼ିବ ବୋଲି କୁହାଯାଇଥିଲା। ହେଲେ ମଧ୍ୟପ୍ରଦେଶ ସରକାର ଜୁଲାଇ ୨୨ରେ କାଉଡ଼ିଆ ଯାତ୍ରା ପଥରେ କୌଣସି ଦୋକାନୀଙ୍କୁ ବାଧ୍ୟତାମୂଳକ ଭାବେ ସେମାନଙ୍କ ନାମ ଲେଖିବାକୁ ନିର୍ଦ୍ଦେଶ ଜାରି କରାଯାଇ ନ ଥିବା ସ୍ପଷ୍ଟ କରିଥିଲେ। କିନ୍ତୁ ଏହି ଦିନ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କ ନିର୍ଦ୍ଦେଶ ଉପରେ ସାମୟିକ ସ୍ଥଗିତାଦେଶ ଜାରି କରିଛନ୍ତି। ଶୀର୍ଷ ଅଦାଲତ ଜଣାଇଛନ୍ତି ଯେ, ଦୋକାନଗୁଡ଼ିକରେ ପରଷା ଯାଉଥିବା ଖାଦ୍ୟଗୁଡ଼ିକର ନାମ ପ୍ରକାଶ କରାଯାଇପାରେ, କିନ୍ତୁ ଦୋକାନୀ, କର୍ମଚାରୀ କିମ୍ବା ଅନ୍ୟସବୁ ବିବରଣୀ ଲେଖିବା ଆବଶ୍ୟକ ନୁହେଁ। ଏଭଳି ନିଷ୍ପତ୍ତି ଧର୍ମନିରପେକ୍ଷତା ଓ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି ବୋଲି ଯେଉଁସବୁ ଅଭିଯୋଗ କରାଯାଇଛି ତାହା ଉପରେ ପ୍ରତିକ୍ରିୟା ରଖିବାକୁ କୋର୍ଟ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉଲ୍ଲେଖନୀୟ ଯେ, ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଅପୂର୍ବାନନ୍ଦ ଝା, ସ୍ତମ୍ଭକାର ଆକାର ପଟେଲ ଏବଂ ଆସୋସିଏଶନ ଅଫ୍‌ ପ୍ରୋଟେକଶନ ଅଫ୍‌ ସିଭିଲ ରାଇଟ୍ସ(ଏପିସିଆର୍‌) ଏହା ବିରୋଧରେ କୋର୍ଟରେ ଆବେଦନ କରିଥିଲେ।
ଯେଉଁମାନେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି ସେମାନଙ୍କର ହୁଏତ ଉତ୍ତମ ଧର୍ମନିରପେକ୍ଷ ଉଦ୍ଦେଶ୍ୟ ରହିଥାଇପାରେ। ଅନ୍ୟପଟେ ସମ୍ପୃକ୍ତ ରାଜ୍ୟରେ ଭାଜପା ସରକାର ଥିବାରୁ କେତେକ ମହଲରେ ସମାଲୋଚନା ହୋଇପାରେ ଯେ, ଏଭଳି ନିର୍ଦ୍ଦେଶ ପଛରେ ରାଜନୈତିକ ଉଦ୍ଦେଶ୍ୟ ଲୁକ୍କାୟିତ ରହିଛି। କୌତୂହଳରେ ଅନ୍ୟ କେତେକ ମହଲରେ ଆଲୋଚନା ହେଉଛି ଯେ, ଅର୍ଦ୍ଧନିର୍ମିତ ରାମମନ୍ଦିର ସହିତ ରାଜନୀତି କରିଥିବା ସତ୍ତ୍ୱେ ଭାଜପା ତାହାର ଲାଭ ଉଠାଇ ପାରିଲା ନାହିଁ। କିନ୍ତୁ ଏସବୁ ରାଜନୈତିକ ପେଞ୍ଚ ଆଲୋଚନାକୁ ଗୋଟିଏପଟେ ରଖି ଜନସାଧାରଣଙ୍କ ହିତ ସମ୍ପର୍କିତ ଆଲୋଚନା କୌଣସିଠାରୁ ଶୁଣାଯାଉନାହିଁ। ସାମାଜିକ ଗଣମାଧ୍ୟମ ହେଉ କିମ୍ବା ମୁଖ୍ୟ ଟେଲିଭିଜନ ଚ୍ୟାନେଲ, କେହି ଗୋଟେ କହୁନାହାନ୍ତି ଯେ ଏଭଳି ଅନେକ ହୋଟେଲ କିମ୍ବା ଢାବା ଥାଇପାରେ ଯେଉଁଠାରେ ମାଲିକ ମୁସଲମାନ ହୋଇଥିବା ବେଳେ ରୋଷେୟା ଏବଂ ପରଷିବା ପିଲା ହିନ୍ଦୁ ହୋଇଥିବେ। ଯଦି ସେଭଳି ସଂସ୍ଥାଟିଏ ବନ୍ଦ ହୋଇଯାଏ ତେବେ ମୁସଲମାନ ମାଲିକର କ୍ଷତି ପ୍ରବଳ ହୋଇଥିବା ବେଳେ ହିନ୍ଦୁ କର୍ମଚାରୀ ମଧ୍ୟ ଅର୍ଥନୈତିକ କଷ୍ଟ ସହିବ। ଅନ୍ୟଏକ ଦିଗରୁ ଏକ ଭିନ୍ନ ପରିସ୍ଥିତି ମଧ୍ୟ ଉପୁଜିପାରେ, ଯେଉଁଥିରେ ମାଲିକ ହୋଇଥିବେ ହିନ୍ଦୁ କିନ୍ତୁ ରୋଷେୟା ହୋଇଥିବେ ମୁସଲମାନ। ଏହି ଢାବା ଚାଲିବାକୁ ଦିଆଯାଇପାରେ କିନ୍ତୁ ତାହାଦ୍ୱାରା ଧାର୍ମିକ କାଉଡ଼ିଆଙ୍କର ଅଜାଣତରେ ଅତ୍ୟଧିକ ‘ଅଧର୍ମୀୟ’ ଖାଦ୍ୟ ଖାଇବାକୁ ପଡ଼ିବ। ଚିନ୍ତାକଲେ ଏହିଭଳି ଆହୁରି ଅନେକ ପରିସ୍ଥିତି ସୃଷ୍ଟି ହୋଇପାରେ, ଯାହାଦ୍ୱାରା ଗରିବ ଖଟିଖିଆ ହିନ୍ଦୁ କର୍ମଚାରୀ ବିନା କୌଣସି କାରଣରେ କ୍ଷତି ସହିବାକୁ ବାଧ୍ୟ ହେବ।
ସରକାରଙ୍କର ଏକମାତ୍ର ଦାୟିତ୍ୱ ହେଉଛି ନାଗରିକର ସୁରକ୍ଷା। ସେହି ସୁରକ୍ଷା ସ୍ବାସ୍ଥ୍ୟଠାରୁ ଆରମ୍ଭକରି ଅର୍ଥନୀତି ପର୍ଯ୍ୟନ୍ତ ଯାଉଛି। ଅର୍ଥନୈତିକ କ୍ଷତି ଘଟାଇବାକୁ ଉଦ୍ଦେଶ୍ୟ ରଖି ସ୍ବାସ୍ଥ୍ୟ କ୍ଷତି ଘଟାଇବାର କ୍ଷମତା ସରକାରଙ୍କର ନାହିଁ। ସେଥିପାଇଁ କାଉଡ଼ିଆମାନେ ଯାଉଥିବା ପଥରେ ଥିବା ଢାବା ଓ ହୋଟେଲ ଇତ୍ୟାଦିରେ ଖାଦ୍ୟ କେଉଁ ମାନର ପ୍ରସ୍ତୁତ କରାଯାଉଛି ଏବଂ ତାହାର ପୌଷ୍ଟିକ ତଥ୍ୟ ସହିତ ବାସନକୁସନ କେମିତି ସଫା ରଖାଯାଉଛି ତାହା ବୁଝିବା ସରକାରଙ୍କ ଦାୟିତ୍ୱ। ବିଶେଷକରି ବର୍ଷାଦିନରେ ଶୁଦ୍ଧ ପାନୀୟଜଳ ଯୋଗାଇବାର ଦାୟିତ୍ୱ ସରକାରଙ୍କର। ଏହି ରାଜ୍ୟ ସରକାରମାନେ ମାଲିକର ନାମ ଏବଂ ମୋବାଇଲ୍‌ ନମ୍ବର ପରିବର୍ତ୍ତେ ଯଦି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ଏବଂ ପଥରେ ଥିବା ମ୍ୟୁନିସିପାଲିଟି କିମ୍ବା ପଞ୍ଚାୟତ ଦ୍ୱାରା ଖାଦ୍ୟ ବିକ୍ରି କରୁଥିବା ସଂସ୍ଥାର ମାନ ସମ୍ପର୍କରେ ସାର୍ଟିଫିକେଟ ଦିଆଇ କହିଥାନ୍ତେ ଯେ, ସେଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଦୋକାନ ସାମ୍ନାରେ ଲଗାଯିବା ଦରକାର ତେବେ ଶାସକ ଦଳର ଲୋକପ୍ରିୟତା ବୃଦ୍ଧି ହୋଇଥାନ୍ତା। ଦୁଃଖର ବିଷୟ ଯେ ଭାରତବର୍ଷରେ କୌଣସି ସରକାର ଏହିଭଳି ଚିନ୍ତା କରିବାକୁ ସମୟ ଖୋଜି ପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri