ରଣବୀରଙ୍କ ପରେ ନ୍ୟୁଡ୍‌ ଫଟୋ ଶେୟାର କଲେ ନକୁଲ, ଧାର ନେଲେ କି କାର୍ପେଟ

ବଲିଉଡ ଅଭିନେତା ରଣଭୀର ସିଂଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବିବାଦ ଥମି ନ ଥିବା ବେଳେ ବର୍ତ୍ତମାନ ଅଭିନେତା ନକୁଲ ମେହେଟ୍ଟା ରଣଭୀରଙ୍କ ପରି ସୋସିଆଲ ମିଡିଆରେ ଏକ ନ୍ୟୁଡ୍‌ ଫଟୋ ଶେୟାର କରିଛନ୍ତି। ଗୋଟିଏ ପଟେ ‘ବଡେ ଆଛେ ଲଗ୍‌ତେ ହୈଁ’ ଫେମ୍‌ ନକୁଲଙ୍କ ସ୍ତ୍ରୀ ତାଙ୍କୁ ତାଗିଦ କରି ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିଲା ବେଳେ ଅନ୍ୟ ପଟେ ମଧ୍ୟ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।
ନକୁଲ ରଣଭୀରଙ୍କ ଫଟୋରେ ତାଙ୍କ ମୁହଁ ଯୋଡ଼ି ଫଟୋ ଏଡିଟିଂ କରି ପୋଷ୍ଟ କରି ଲେଖିଛନ୍ତି, ‘ଘୃଣାକାରୀମାନେ କହିବେ ଯେ, ମୁଁ ରଣଭୀରଙ୍କଠାରୁ କାର୍ପେଟ ଧାର ନେଇଛି।’
ଜଣେ ୟୁଜର୍ସ ଲେଖିଛନ୍ତି, ‘ଆହା, ତୁମେ ଏହା କାହିଁକି କଲ? ମୁଁ ଏହି ଫଟୋଶୁଟକୁ ପସନ୍ଦ କରେ ନାହିଁ। ତୁମକୁ ଏହା କରିବାକୁ ଅନୁମତି ନାହିଁ କାରଣ ମୁଁ ତୁମକୁ ପସନ୍ଦ କରେ।’ ଅନ୍ୟ ଜଣେ ଲେଖିଛନ୍ତି, ‘ହେ ଭଗବାନ … କ’ଣ କହିବି ଜାଣିନି … ମୁଁ ଏହା ବିରୋଧରେ ନୁହେଁ କିନ୍ତୁ ମୋତେ ଏହା ଭଲ ଲାଗେ ନାହିଁ। କିନ୍ତୁ ଗୋଟିଏ କଥା ଅଛି ତୁମର ସବୁବେଳେ ସାହସ ଅଛି ।

Share