ମନମୋହୁଛି ରାଷ୍ଟ୍ରପତି ଭବନ ତୋରଣ

ଭବାନୀପାଟଣା,୧।୧୦(ସ୍ବ.ପ୍ର.): ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ କଳାହାଣ୍ଡି ଜିଲା ଭବାନୀପାଟଣା ସହର ନକଟିଗୁଡା ପୂଜା କମିଟି ପକ୍ଷରୁ ଭାରତର ରାଷ୍ଟ୍ରପତି ଭବନ ଆକୃତିର ତୋରଣ କରାଯିବା ସହ ମହାମତ୍ା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାର ଦୃଶ୍ୟମାନ କରାଯାଇଛି। ଫଳରେ ଏଠାରେ ଦେଶ ଭକ୍ତି ସହ ଦେବୀ ଭକ୍ତିର ମିଶ୍ରଣରେ ପୂଜା ମଣ୍ଡପ ଝଲସୁଛି। ଚଳିତବର୍ଷ ଭବାନୀପାଟଣା ସହରରେ ୮ଟି ସ୍ଥାନରେ ଦୁର୍ଗାପୂଜା ହେଉଛି। ହେଲେ ସହରର ନକଟିଗୁଡାଠାରେ ହେଉଥିବା ଦୂର୍ଗାପୂଜା ବେଶ ନିଆରା। ପ୍ରତିବର୍ଷ ଏଠାକାର ପୂଜା କମିଟି ପକ୍ଷରୁ ନିଆରା ମଣ୍ଡପ ତିଆରି କରି ପଶ୍ଚିମ ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥର ନକଟିଗୁଡା ସାର୍ବଜନୀନ ଦୁର୍ଗାପୂଜା ୧୨ ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ଓଡିଶାର ଗୌରବ ଦ୍ରୋପଦୀ ମୁର୍ମୁ ଭାରତ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାକୁ ସ୍ମରଣୀୟ କରିବା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନର ପ୍ରତିକୃତିରେ ମଣ୍ଡପ ନିର୍ମାଣ କରାଯାଇଛି। କୋଲକତାର ଶିଳ୍ପୀଙ୍କ ଦ୍ୱାରା ଦୁର୍ଗାମୂର୍ତ୍ତି ଓ ମଣ୍ଡପ ନିର୍ମାଣ କରାଯାଇଛି। ୨୦୧୧ରେ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥିବାବେଳେ ଚଳିତବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ସ୍ଥିର କରାଯାଇଛି। ମୁଖ୍ୟ ଫାଟକ ତ୍ରିରଙ୍ଗା ଆଲୁଅରେ ଝଲୁସୁଛି। ଆସନ୍ତା ବିଜୟା ଦଶମୀ ଦିନ ଏଠାରେ ରାବଣ ପୋଡି ଉତ୍ସବ ହେବ। ସେହିପରି ଆସନ୍ତା ୪ ତାରିଖ ଏଠାରେ ଲାଖମରା ପର୍ବ ଆୟୋଜିତ ହେବ। ପୂଜା କମିଟି ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। ସେହିପରି ମଣ୍ଡପ ପରିସରରେ ମୀନାବଜାର ମଧ୍ୟ ଖୋଲାଯାଇଛି। ଏଠାରେ ପୂଜକ ଭାବେ ସମ୍ମଲପୁରର ଗିରୀଶ ଚନ୍ଦ୍ର ହୋତା ଓ ତାଙ୍କ ସାଥି ଦାୟିତ୍ୱ ତୁଲାଉଛନ୍ତି। ପୂଜା କମିଟି ସଭାପତି ସାମନ୍ତ ଖମାରୀ, ଉପସଭାପତି ଅକୃର ବାଗ, ସମ୍ପାଦକ ସୁକାନ୍ତ ବିଶି, କୋଷାଧ୍ୟକ୍ଷ ବିରେନ୍ଦ୍ର ଖମାରୀ ପ୍ରମୁଖ ରହିଛନ୍ତି। ୨ ବର୍ଷ କୋଭିଡ୍‌ ଯୋଗୁ ପର୍ବ ଫିକା ପଡିଥିବାବେଳେ ଏଥର କଟକଣା ନ ଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ନକଟିଗୁଡାରେ ପ୍ରତିବର୍ଷ ଜିଲା ସମେତ ଜିଲା ବାହାରର ଲକ୍ଷାଧିକ ଭକ୍ତ ପୂଜା ମଣ୍ଡପକୁ ଆସିଥାନ୍ତି। ଚଳିତବର୍ଷ ଏହି ନିଆରା ତଥା ଆକର୍ଷଣୀୟ ମଣ୍ଡପକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ମା’ଙ୍କ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ବୁଧବାର ଏହାର ଉଦ୍‌ଯାପନୀ ହେବ।
ରିପୋର୍ଟ-ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri