ମନମୋହୁଛି ରାଷ୍ଟ୍ରପତି ଭବନ ତୋରଣ

ଭବାନୀପାଟଣା,୧।୧୦(ସ୍ବ.ପ୍ର.): ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଚଳିତବର୍ଷ କଳାହାଣ୍ଡି ଜିଲା ଭବାନୀପାଟଣା ସହର ନକଟିଗୁଡା ପୂଜା କମିଟି ପକ୍ଷରୁ ଭାରତର ରାଷ୍ଟ୍ରପତି ଭବନ ଆକୃତିର ତୋରଣ କରାଯିବା ସହ ମହାମତ୍ା ଗାନ୍ଧୀଙ୍କ ଦାଣ୍ଡି ଯାତ୍ରାର ଦୃଶ୍ୟମାନ କରାଯାଇଛି। ଫଳରେ ଏଠାରେ ଦେଶ ଭକ୍ତି ସହ ଦେବୀ ଭକ୍ତିର ମିଶ୍ରଣରେ ପୂଜା ମଣ୍ଡପ ଝଲସୁଛି। ଚଳିତବର୍ଷ ଭବାନୀପାଟଣା ସହରରେ ୮ଟି ସ୍ଥାନରେ ଦୁର୍ଗାପୂଜା ହେଉଛି। ହେଲେ ସହରର ନକଟିଗୁଡାଠାରେ ହେଉଥିବା ଦୂର୍ଗାପୂଜା ବେଶ ନିଆରା। ପ୍ରତିବର୍ଷ ଏଠାକାର ପୂଜା କମିଟି ପକ୍ଷରୁ ନିଆରା ମଣ୍ଡପ ତିଆରି କରି ପଶ୍ଚିମ ଓଡିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏଥର ନକଟିଗୁଡା ସାର୍ବଜନୀନ ଦୁର୍ଗାପୂଜା ୧୨ ବର୍ଷରେ ପଦାର୍ପଣ କରିଛି। ଚଳିତବର୍ଷ ଓଡିଶାର ଗୌରବ ଦ୍ରୋପଦୀ ମୁର୍ମୁ ଭାରତ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାକୁ ସ୍ମରଣୀୟ କରିବା ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନର ପ୍ରତିକୃତିରେ ମଣ୍ଡପ ନିର୍ମାଣ କରାଯାଇଛି। କୋଲକତାର ଶିଳ୍ପୀଙ୍କ ଦ୍ୱାରା ଦୁର୍ଗାମୂର୍ତ୍ତି ଓ ମଣ୍ଡପ ନିର୍ମାଣ କରାଯାଇଛି। ୨୦୧୧ରେ ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଥିବାବେଳେ ଚଳିତବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ସ୍ଥିର କରାଯାଇଛି। ମୁଖ୍ୟ ଫାଟକ ତ୍ରିରଙ୍ଗା ଆଲୁଅରେ ଝଲୁସୁଛି। ଆସନ୍ତା ବିଜୟା ଦଶମୀ ଦିନ ଏଠାରେ ରାବଣ ପୋଡି ଉତ୍ସବ ହେବ। ସେହିପରି ଆସନ୍ତା ୪ ତାରିଖ ଏଠାରେ ଲାଖମରା ପର୍ବ ଆୟୋଜିତ ହେବ। ପୂଜା କମିଟି ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। ସେହିପରି ମଣ୍ଡପ ପରିସରରେ ମୀନାବଜାର ମଧ୍ୟ ଖୋଲାଯାଇଛି। ଏଠାରେ ପୂଜକ ଭାବେ ସମ୍ମଲପୁରର ଗିରୀଶ ଚନ୍ଦ୍ର ହୋତା ଓ ତାଙ୍କ ସାଥି ଦାୟିତ୍ୱ ତୁଲାଉଛନ୍ତି। ପୂଜା କମିଟି ସଭାପତି ସାମନ୍ତ ଖମାରୀ, ଉପସଭାପତି ଅକୃର ବାଗ, ସମ୍ପାଦକ ସୁକାନ୍ତ ବିଶି, କୋଷାଧ୍ୟକ୍ଷ ବିରେନ୍ଦ୍ର ଖମାରୀ ପ୍ରମୁଖ ରହିଛନ୍ତି। ୨ ବର୍ଷ କୋଭିଡ୍‌ ଯୋଗୁ ପର୍ବ ଫିକା ପଡିଥିବାବେଳେ ଏଥର କଟକଣା ନ ଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ନକଟିଗୁଡାରେ ପ୍ରତିବର୍ଷ ଜିଲା ସମେତ ଜିଲା ବାହାରର ଲକ୍ଷାଧିକ ଭକ୍ତ ପୂଜା ମଣ୍ଡପକୁ ଆସିଥାନ୍ତି। ଚଳିତବର୍ଷ ଏହି ନିଆରା ତଥା ଆକର୍ଷଣୀୟ ମଣ୍ଡପକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ମା’ଙ୍କ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ବୁଧବାର ଏହାର ଉଦ୍‌ଯାପନୀ ହେବ।
ରିପୋର୍ଟ-ଉତ୍ତମ କୁମାର ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri